Team India No Six / ଆଫଗାନିସ୍ତାନ ବିପକ୍ଷରେ ୩୭ ଛକା, ଜାପାନ ବିପକ୍ଷରେ ଗୋଟିଏ ବି ନାହିଁ ! କାହିଁକି ଏମିତି ହେଲା ?
·42 mins ago·2 min read

Key Points
୩ ମ୍ୟାଚରେ ୩୭ ଛକା
ଜାପାନ ବିପକ୍ଷରେ ୦
ଟିମ୍ ଇଣ୍ଡିଆର ଅଜବ ରେକର୍ଡ
ଜାପାନ ବିପକ୍ଷରେ ୦
ଟିମ୍ ଇଣ୍ଡିଆର ଅଜବ ରେକର୍ଡ
କିଛି ଦିନ ତଳେ ଯେଉଁ ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନ୍ମାନେ ଛକାର ବର୍ଷା କରୁଥିଲେ, ଆଜି ସେହି ଟିମ୍ ଇଣ୍ଡିଆ ଜାପାନ ବିପକ୍ଷରେ ଗୋଟିଏ ବି ଛକା ମାରିପାରିଲା ନାହିଁ । ନିକଟରେ ଶେଷ ହୋଇଥିବା ଆଫଗାନିସ୍ତାନ ବିପକ୍ଷ ୩ ମ୍ୟାଚର ଟି-୨୦ ସିରିଜରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ମୋଟ ୩୭ଟି ଛକା ମାରିଥିଲେ । କିନ୍ତୁ ଜାପାନ ବିପକ୍ଷରେ ଚିତ୍ର ଥିଲା ସମ୍ପୂର୍ଣ୍ଣ ଓଲଟା ।
ଜାପାନ ବିପକ୍ଷ ଏହି ଐତିହାସିକ ମ୍ୟାଚ୍ ବର୍ଷା ଯୋଗୁଁ କେବଳ ୫ ଓଭରରେ ସୀମିତ ରହିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୫ ଓଭରରେ ୪ ୱିକେଟ୍ ହରାଇ ମାତ୍ର ୩୨ ରନ୍ କରିଥିଲା । ଭାରତ ପକ୍ଷରୁ ଅଧିନାୟକ ଶ୍ରେୟସ ଆୟର ସର୍ବାଧିକ ୧୬ ରନ୍ କରିଥିଲେ । ସେହିପରି ଅଭିଷେକ ଶର୍ମା ଖାତା ଖୋଲିପାରିନଥିଲେ, ସଞ୍ଜୁ ସାମସନ ୯ ଏବଂ ଈଶାନ କିଶନ ୩ ରନ୍ କରି ଆଉଟ୍ ହୋଇଥିଲେ । ତେବେ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟଜନକ କଥା ହେଉଛି ଭାରତର ଇନିଂସରେ ଗୋଟିଏ ବି ଛକା ନଥିଲା ।
ଯେତେବେଳେ ଆଫଗାନିସ୍ତାନ ବିପକ୍ଷରେ ଭାରତର ବ୍ୟାଟିଂ କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ୩ ଟିକିଆ ସିରିଜ୍ର ପ୍ରଥମ ଟି-୨୦ରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ୮ଟି ଛକା ମାରିଥିଲେ । ସେହିପରି ଦ୍ବିତୀୟ ଟି-୨୦ରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ୧୧ଟି ଓ ତୃତୀୟ ଟି-୨୦ରେ ୧୮ଟି ଛକା ମାରିଥିଲେ । ଅର୍ଥାତ୍ ଆଫଗାନିସ୍ତାନ ବିପକ୍ଷରେ ୩ଟି ମ୍ୟାଚରେ ୩୭ ଛକା ଥିବାବେଳେ ଜାପାନ ବିପକ୍ଷରେ କିନ୍ତୁ ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ ଗୋଟିଏ ବି ଛକା ମାରିବାରେ ସଫଳ ହୋଇନଥିଲେ ।
ତେବେ ଏହା ପଛରେ ଏକ ବଡ଼ କାରଣ ମଧ୍ୟ ରହିଛି । ଜାପାନ ବିପକ୍ଷରେ ଭାରତକୁ ମାତ୍ର ୫ ଓଭର ଖେଳିବାକୁ ମିଳିଥିଲା । ତଥାପି ଏହି ମ୍ୟାଚ୍ ଭାରତ ପାଇଁ ଏକ ରୋଚକ ଅନୁଭବ ହୋଇଛି । କାରଣ ୩୨ ରନର ଛୋଟ ଟାର୍ଗେଟ୍ ଦେଇଥିବା ସତ୍ତ୍ୱେ ଜାପାନ ଭାରତକୁ ଶେଷ ବଲ୍ ପର୍ଯ୍ୟନ୍ତ ଚାପରେ ରଖିଥିଲା । ଶେଷ ଓଭରରେ ଜାପାନକୁ ୮ ରନ୍ ଦରକାର ଥିବା ବେଳେ ଅକ୍ଷର ପଟେଲ ମାତ୍ର ୫ ରନ୍ ଦେଇ ଭାରତକୁ ୨ ରନରେ ବିଜୟ ଭେଟି ଦେଇଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories