Team India World Record / ନ୍ୟୁଜିଲାଣ୍ଡ ମାଟିରେ ଭାରତର ଐତିହାସିକ ଇନିଂସ, ୭୨୦ ରନ୍ କରି ଭାଙ୍ଗିଲା ପୁରୁଣା ରେକର୍ଡ
·40 mins ago·2 min read

Key Points
୭୨୦ ରନ୍ରେ ଥରିଲା ନ୍ୟୁଜିଲାଣ୍ଡ
ଇତିହାସ ରଚିଲା ଭାରତ
ରାହୁଲ-ପନ୍ତଙ୍କ ଶତକ
ଇତିହାସ ରଚିଲା ଭାରତ
ରାହୁଲ-ପନ୍ତଙ୍କ ଶତକ
ନ୍ୟୁଜିଲାଣ୍ଡ ମାଟିରେ ଭାରତୀୟ କ୍ରିକେଟ୍ ଦଳ ରଚିଛି ନୂଆ ଇତିହାସ । ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ୭୨୦ ରନ୍ କରି ଘରୋଇ ଦଳର ପୁରୁଣା ରେକର୍ଡ ଭାଙ୍ଗିଛି ଟିମ୍ ଇଣ୍ଡିଆ । ଭାରତୀୟ ଟେଷ୍ଟ କ୍ରିକେଟ୍ ଇତିହାସରେ ଏହା ତୃତୀୟ ସର୍ବାଧିକ ସ୍କୋର । ଏହି ଇନିଂସରେ କେଏଲ୍ ରାହୁଲ ଓ ଋଷଭ ପନ୍ତ ଦମ୍ଦାର ଶତକ ହାସଲ କରିଥିବାବେଳେ ଅନ୍ୟ ୪ ଜଣ ବ୍ୟାଟର୍ ଅର୍ଦ୍ଧଶତକ ଅତିକ୍ରମ କରିଛନ୍ତି । ତେବେ ଶୁବମନ ଗିଲ୍ ମାତ୍ର ୨ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଛନ୍ତି ।
ୱେଲିଂଟନ୍ର ବେସିନ୍ ରିଜର୍ଭ ଗ୍ରାଉଣ୍ଡରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଭାରତ ୯ ୱିକେଟ୍ ହରାଇ ୭୨୦ ରନ୍ କରି ପ୍ରଥମ ଇନିଂସ ଘୋଷଣା କରିଛି । ଭାରତର ଟେଷ୍ଟ ଇତିହାସରେ ସର୍ବାଧିକ ଇନିଂସ ସ୍କୋର ହେଉଛି ୭୫୯/୭ । ୨୦୧୬ରେ ଚେନ୍ନାଇରେ ଇଂଲଣ୍ଡ ବିପକ୍ଷରେ ଏହି ରେକର୍ଡ ହୋଇଥିଲା । ସେହିପରି ୨୦୦୯ରେ ମୁମ୍ବାଇରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ୭୨୬/୯ ରନ୍ କରିଥିଲା । ଏହା ଭାରତର ଦ୍ୱିତୀୟ ସର୍ବାଧିକ ଟେଷ୍ଟ ସ୍କୋର ।
ବିଦେଶ ମାଟିରେ ଭାରତର ସର୍ବବୃହତ୍ ଟେଷ୍ଟ ସ୍କୋର
୭୨୦ ରନ୍ କରି ଭାରତୀୟ ଦଳ ଆଉ ଏକ ବଡ଼ ରେକର୍ଡ ନିଜ ନାମରେ କରିଛି । ଏହା ବିଦେଶ ମାଟିରେ ଭାରତର ସର୍ବାଧିକ ଟେଷ୍ଟ ଇନିଂସ ସ୍କୋର । ଏହା ପୂର୍ବରୁ ବିଦେଶରେ ଭାରତର ସର୍ବାଧିକ ସ୍କୋର ୭୦୭ ରନ୍ ଥିଲା, ଯାହା ଶ୍ରୀଲଙ୍କା ବିପକ୍ଷରେ କଲମ୍ବୋରେ ହୋଇଥିଲା ।
ଏଥିସହ ନ୍ୟୁଜିଲାଣ୍ଡ ମାଟିରେ ଗୋଟିଏ ଇନିଂସରେ ସର୍ବାଧିକ ରନ୍ କରିବାର ରେକର୍ଡ ମଧ୍ୟ ଭାରତ ନିଜ ନାମରେ କରିଛି । ଏହା ପୂର୍ବରୁ ଏହି ରେକର୍ଡ ନ୍ୟୁଜିଲାଣ୍ଡ ଦଳ ନାମରେ ଥିଲା । ୨୦୧୯ରେ ହାମିଲଟନ୍ରେ ବାଂଲାଦେଶ ବିପକ୍ଷରେ ନ୍ୟୁଜିଲାଣ୍ଡ ୭୧୫ ରନ୍ କରିଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରାହୁଲ ଓ ପନ୍ତଙ୍କ ଶତକ, ଗିଲ୍ ମାତ୍ର ୨ ରନ୍ ପାଇଁ ବଞ୍ଚିତ
ଭାରତ ପକ୍ଷରୁ କେଏଲ୍ ରାହୁଲ ୧୩୬ ରନ୍ର ଚମତ୍କାର ଇନିଂସ ଖେଳିଥିବାବେଳେ ଋଷଭ ପନ୍ତ ୧୨୮ ରନ୍ କରିଛନ୍ତି । ଅନ୍ୟପଟେ ଶୁବମନ ଗିଲ୍ ନିଜ ଶତକରୁ ମାତ୍ର ୨ ରନ୍ ଦୂରରେ ଥିବାବେଳେ ଜ୍ୟାକବ୍ ଡଫିଙ୍କ ବଲ୍ରେ ବୋଲ୍ଡ ହୋଇଥିଲେ । ସେ ୯୮ ରନ୍ କରି ପାଭିଲିୟନ୍ ଫେରିଥିଲେ ।
ଏହା ପୂର୍ବରୁ ଯଶସ୍ୱୀ ଜୟସ୍ୱାଲ ଓ ଦେବଦତ୍ତ ପାଡିକଲ ମଧ୍ୟ ଶତକରୁ ବଞ୍ଚିତ ହୋଇଥିଲେ । ଯଶସ୍ୱୀ ୮୫ ରନ୍ କରିଥିବାବେଳେ ପାଡିକଲ ୮୦ ରନ୍ର ଇନିଂସ ଖେଳିଥିଲେ ।
ଜୁରେଲଙ୍କ ୱିକେଟ୍ ପରେ ଇନିଂସ ଘୋଷଣା
ଧ୍ରୁବ ଜୁରେଲ ମଧ୍ୟ ଦମ୍ଦାର ବ୍ୟାଟିଂ କରି ୭୮ ରନ୍ ସଂଗ୍ରହ କରିଥିଲେ । ସେ ୭୯ଟି ବଲ୍ର ସମ୍ମୁଖୀନ ହୋଇ ୭ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ଜୁରେଲ ଆଉଟ ହେବା ପରେ ଭାରତୀୟ ଦଳ ୭୨୦ ରନ୍ରେ ୯ଟି ୱିକେଟ୍ ହରାଇ ନିଜର ପ୍ରଥମ ଇନିଂସ ଘୋଷଣା କରିଥିଲା ।

Related Topics
Explore more stories