Vaibhav Sooryavanshi / IPL ମଝିରେ ଘୋଷଣା ହେଲା ଟିମ୍ ଇଣ୍ଡିଆ, ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ସୁଯୋଗ
·1 hour ago·2 min read

Key Points
ଶ୍ରୀଲଙ୍କା ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା
ଟିମ୍ ଇଣ୍ଡିଆରେ ନୂଆ ଚେହେରା
୧୫ ବର୍ଷର ବୈଭବ ସୂର୍ଯ୍ୟବଂଶୀଙ୍କ ଏଣ୍ଟ୍ରି
ଟିମ୍ ଇଣ୍ଡିଆରେ ନୂଆ ଚେହେରା
୧୫ ବର୍ଷର ବୈଭବ ସୂର୍ଯ୍ୟବଂଶୀଙ୍କ ଏଣ୍ଟ୍ରି
ଆସନ୍ତା ଜୁନ୍ ମାସରେ ଶ୍ରୀଲଙ୍କାରେ ହେବାକୁ ଥିବା ତ୍ରିରାଷ୍ଟ୍ରୀୟ ଏକଦିବସୀୟ ସିରିଜ୍ ପାଇଁ ଭାରତ-A ଦଳ ଘୋଷଣା କରିଛି ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) । ଚୟନ କମିଟି ଯୁବ ଖେଳାଳିଙ୍କ ଦ୍ୱାରା ପରିପୂର୍ଣ୍ଣ ଏକ ୧୫ ଜଣିଆ ଦଳ ଚୟନ କରିଛି । ଯେଉଁଥିରେ ତିଲକ ବର୍ମା ଅଧିନାୟକ ଏବଂ ରିୟାନ ପରାଗ ଉପ-ଅଧିନାୟକ ଦାୟିତ୍ବ ମିଳିଛି ।
ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ଏହି ଦଳରେ ସାମିଲ କରାଯାଇଛି । ପଞ୍ଜାବ କିଙ୍ଗ୍ସର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ପ୍ରିୟାଂଶ ଆର୍ଯ୍ୟଙ୍କୁ ମଧ୍ୟ ଏହି ଦଳରେ ସାମିଲ କରାଯାଇଛି ।
ଭାରତ A ବ୍ୟତୀତ, ଶ୍ରୀଲଙ୍କା A ଏବଂ ଆଫଗାନିସ୍ତାନ A ଏହି ତ୍ରିରାଷ୍ଟ୍ରୀୟ ସିରିଜ୍ରେ ଖେଳିବେ । ଏହି ଏକଦିବସୀୟ ସିରିଜ୍ ଶ୍ରୀଲଙ୍କାର ଡାମ୍ବୁଲାରେ ଖେଳାଯିବ । ଏହି ସିରିଜ୍ ଜୁନ୍ ୯ ତାରିଖରୁ ଆରମ୍ଭ ହେବ । ଏହା ପରେ, ଭାରତ A, ଶ୍ରୀଲଙ୍କା A ବିପକ୍ଷରେ ଦୁଇଟି ଦୁଇଦିନିଆ ମ୍ୟାଚ୍ ମଧ୍ୟ ଖେଳିବ । ଲାଲ-ବଲ୍ ସିରିଜ୍ ପାଇଁ ଏକ ପୃଥକ ଦଳ ପରେ ଘୋଷଣା କରାଯିବ ।
ବୈଭବ ସୂର୍ଯ୍ୟବଂଶୀ IPL ୨୦୨୬ରେ ଜବରଦସ୍ତ ଫର୍ମରେ ଅଛନ୍ତି । ରାଜସ୍ଥାନ ରୟାଲ୍ସ ପାଇଁ ଖେଳି ସେ ଏପର୍ଯ୍ୟନ୍ତ ୧୧ଟି ମ୍ୟାଚରେ ୪୪୦ ରନ କରିଛନ୍ତି । ଏହି ସମୟ ମଧ୍ୟରେ ତାଙ୍କର ହାରାହାରି ୪୦ ରହିଥିବା ବେଳେ ଷ୍ଟ୍ରାଇକ ରେଟ୍ ୨୩୬.୫୫ ରହିଛି । ଯାହା ସ୍ପଷ୍ଟ ଭାବରେ ତାଙ୍କର ବିସ୍ଫୋରକ ବ୍ୟାଟିଂ ଦର୍ଶାଉଛି ।
ଇଣ୍ଡିଆ-A ଦଳ:
ତିଲକ ବର୍ମା (ଅଧିନାୟକ), ପ୍ରିୟାଂଶ ଆର୍ଯ୍ୟ, ବୈଭବ ସୂର୍ଯ୍ୟବଂଶୀ, ରିୟାନ୍ ପରାଗ (ଉପ-ଅଧିନାୟକ), ଆୟୁଷ ବାଦୋନି, ନିଶାନ୍ତ ସିନ୍ଧୁ, ହର୍ଷ ଦୁବେ, ସୁର୍ଯ୍ୟନ ଶେଜ୍, ପ୍ରଭାସୀମରନ୍ ସିଂ (ୱିକେଟ୍ ରକ୍ଷକ), କୁମାର କୁଶାଗ୍ର, ବିପରାଜ ନିଗମ, ୟଶ ଠାକୁର, ଅଂଶୁଲ କମ୍ବୋଜ, ଅର୍ଶଦ ଖାନ

🚨 News 🚨
— BCCI (@BCCI) May 14, 2026
India A squad for ODI tri-series in Sri Lanka announced.
The upcoming tri-series is scheduled to be held in June, 2026.
More Details ▶️ https://t.co/ZmL2u1boAW pic.twitter.com/7WXzZeeUFq
ଭାରତ A ବ୍ୟତୀତ, ଶ୍ରୀଲଙ୍କା A ଏବଂ ଆଫଗାନିସ୍ତାନ A ଏହି ତ୍ରିରାଷ୍ଟ୍ରୀୟ ସିରିଜ୍ରେ ଖେଳିବେ । ଏହି ଏକଦିବସୀୟ ସିରିଜ୍ ଶ୍ରୀଲଙ୍କାର ଡାମ୍ବୁଲାରେ ଖେଳାଯିବ । ଏହି ସିରିଜ୍ ଜୁନ୍ ୯ ତାରିଖରୁ ଆରମ୍ଭ ହେବ । ଏହା ପରେ, ଭାରତ A, ଶ୍ରୀଲଙ୍କା A ବିପକ୍ଷରେ ଦୁଇଟି ଦୁଇଦିନିଆ ମ୍ୟାଚ୍ ମଧ୍ୟ ଖେଳିବ । ଲାଲ-ବଲ୍ ସିରିଜ୍ ପାଇଁ ଏକ ପୃଥକ ଦଳ ପରେ ଘୋଷଣା କରାଯିବ ।
ବୈଭବ ସୂର୍ଯ୍ୟବଂଶୀ IPL ୨୦୨୬ରେ ଜବରଦସ୍ତ ଫର୍ମରେ ଅଛନ୍ତି । ରାଜସ୍ଥାନ ରୟାଲ୍ସ ପାଇଁ ଖେଳି ସେ ଏପର୍ଯ୍ୟନ୍ତ ୧୧ଟି ମ୍ୟାଚରେ ୪୪୦ ରନ କରିଛନ୍ତି । ଏହି ସମୟ ମଧ୍ୟରେ ତାଙ୍କର ହାରାହାରି ୪୦ ରହିଥିବା ବେଳେ ଷ୍ଟ୍ରାଇକ ରେଟ୍ ୨୩୬.୫୫ ରହିଛି । ଯାହା ସ୍ପଷ୍ଟ ଭାବରେ ତାଙ୍କର ବିସ୍ଫୋରକ ବ୍ୟାଟିଂ ଦର୍ଶାଉଛି ।
ଇଣ୍ଡିଆ-A ଦଳ:
ତିଲକ ବର୍ମା (ଅଧିନାୟକ), ପ୍ରିୟାଂଶ ଆର୍ଯ୍ୟ, ବୈଭବ ସୂର୍ଯ୍ୟବଂଶୀ, ରିୟାନ୍ ପରାଗ (ଉପ-ଅଧିନାୟକ), ଆୟୁଷ ବାଦୋନି, ନିଶାନ୍ତ ସିନ୍ଧୁ, ହର୍ଷ ଦୁବେ, ସୁର୍ଯ୍ୟନ ଶେଜ୍, ପ୍ରଭାସୀମରନ୍ ସିଂ (ୱିକେଟ୍ ରକ୍ଷକ), କୁମାର କୁଶାଗ୍ର, ବିପରାଜ ନିଗମ, ୟଶ ଠାକୁର, ଅଂଶୁଲ କମ୍ବୋଜ, ଅର୍ଶଦ ଖାନ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories