India A vs Pakistan A / ଏହି ମାସରେ ପୁଣି ହେବ ଭାରତ-ପାକିସ୍ତାନ ମହାଲଢ଼େଇ, ବୈଭବ ସୂର୍ଯ୍ୟବଂଶୀ ନେବେ ପ୍ରତିଶୋଧ
·1 hour ago·2 min read

Key Points
ପୁଣି ପାକିସ୍ତାନକୁ ଭେଟିବ ଭାରତ
ନଭେମ୍ବର ୨୨ରେ ମହାମୁକାବିଲା
ବୈଭବ ସୂର୍ଯ୍ୟବଂଶୀଙ୍କ ପାଖରେ ପ୍ରତିଶୋଧ ନେବାର ସୁଯୋଗ

ଅଣ୍ଡର-୧୯ ଏସିଆ କପ୍ ୨୦୨୬ ଫାଇନାଲରେ ପାକିସ୍ତାନକୁ ୧ ୱିକେଟ୍ରେ ପରାସ୍ତ କରିଛି ଭାରତ । ଏହି ରୋମାଞ୍ଚକର ମୁକାବିଲା ପରେ ପୁଣିଥରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବ କ୍ରିକେଟ୍ ଲଢ଼େଇ । ଚଳିତ ମାସରେ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ ରାଇଜିଂ ଷ୍ଟାର୍ସ ୨୦୨୬ । ଏହି ଟୁର୍ଣ୍ଣାମେଣ୍ଟରେ ତିଳକ ବର୍ମା ଭାରତ-A ଦଳର ଅଧିନାୟକ ରହିବେ । ସବୁଠାରୁ ବଡ଼ କଥା ହେଉଛି, ଏହି ଦଳରେ ବୈଭବ ସୂର୍ଯ୍ୟବଂଶୀ ଓ ଅଭିଷେକ ଶର୍ମାଙ୍କ ଭଳି ଷ୍ଟାର୍ ଖେଳାଳି ସାମିଲ ହୋଇଛନ୍ତି ।
ବୈଭବଙ୍କ ପାଖରେ ପାକିସ୍ତାନଠାରୁ ପ୍ରତିଶୋଧ ନେବାର ସୁଯୋଗ
ପାକିସ୍ତାନ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀଙ୍କ ଶେଷ ମ୍ୟାଚ୍ ଏସିଆନ୍ ଗେମ୍ସର ଫାଇନାଲରେ ହୋଇଥିଲା । ସେହି ମ୍ୟାଚ୍ରେ ଭାରତ ୧୯ ରନ୍ରେ ବିଜୟୀ ହୋଇଥିଲା । କିନ୍ତୁ ବୈଭବ ମାତ୍ର ୧୫ ରନ୍ କରି ଆଉଟ୍ ହୋଇଥିଲେ । ତାଙ୍କୁ ଆଉଟ୍ କରିବା ପରେ ପାକିସ୍ତାନୀ ବୋଲର ସାମ୍ ଆୟୁବ ଶିଶୁଙ୍କୁ ଖୁଆଇବା ଭଳି ସେଲିବ୍ରେସନ୍ କରି ବୈଭବଙ୍କୁ ଚିଡ଼ାଇବାକୁ ଚେଷ୍ଟା କରିଥିଲେ ।
ଏବେ ପୁଣିଥରେ ପାକିସ୍ତାନ ବିପକ୍ଷରେ ଖେଳିବାର ସୁଯୋଗ ପାଇବେ ବୈଭବ । ତେଣୁ ଏହି ମ୍ୟାଚ୍ ତାଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିବ। ତେବେ ସାମ୍ ଆୟୁବ ପାକିସ୍ତାନର ଏହି ଦଳରେ ସାମିଲ ନାହାନ୍ତି ।
ନଭେମ୍ବର ୧୯ରୁ ଆରମ୍ଭ ହେବ ଏସିଆ କପ୍ ରାଇଜିଂ ଷ୍ଟାର୍ସ
ଏସିଆ କପ୍ ରାଇଜିଂ ଷ୍ଟାର୍ସ ୨୦୨୬ ନଭେମ୍ବର ୧୯ ତାରିଖରୁ ଆରମ୍ଭ ହେବ । ଉଦ୍ଘାଟନୀ ମ୍ୟାଚ୍ରେ ବାଂଲାଦେଶ-ଏ ଓ ହଂକଂ ମୁହାଁମୁହିଁ ହେବେ । ସେହିପରି ଭାରତ-ଏ ନିଜର ପ୍ରଥମ ମ୍ୟାଚ୍ ନଭେମ୍ବର ୨୦ ତାରିଖରେ ନେପାଳ ବିପକ୍ଷରେ ଖେଳିବ । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଭାଗ ନେବେ। ଦଳଗୁଡ଼ିକୁ ଦୁଇଟି ଗ୍ରୁପ୍ରେ ବିଭକ୍ତ କରାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଗ୍ରୁପ୍-A: ଆଫଗାନିସ୍ତାନ, ବାଂଲାଦେଶ-A, ହଂକଂଚୀନ୍ ଓ ଶ୍ରୀଲଙ୍କା-A
- ଗ୍ରୁପ୍-B: ଭାରତ-A, ନେପାଳ, ପାକିସ୍ତାନ-A ଓ ୟୁଏଇ
କେବେ, କେଉଁଠି ଓ କେତେବେଳେ ହେବ ଭାରତ-ପାକିସ୍ତାନ ମ୍ୟାଚ୍ ?
ଏହି ଟୁର୍ଣ୍ଣାମେଣ୍ଟର ସବୁଠାରୁ ଚର୍ଚ୍ଚିତ ମ୍ୟାଚ୍ ହେବ ଭାରତ-A ଓ ପାକିସ୍ତାନ-A ମଧ୍ୟରେ । ଏହି ହାଇଭୋଲଟେଜ୍ ମୁକାବିଲା ନଭେମ୍ବର ୨୨ ତାରିଖ ରବିବାର ଦିନ ଖେଳାଯିବ ।
ଭାରତ-A ଦଳ: ତିଲକ ବର୍ମା (ଅଧିନାୟକ), ବୈଭବ ସୂର୍ଯ୍ୟବଂଶୀ, ରିଙ୍କୁ ସିଂହ, ଅଭିଷେକ ଶର୍ମା, ସୂର୍ଯ୍ୟାଂଶ ଶେଡଗେ, ଆୟୁଷ ବଦୋନି, ଶାହବାଜ ଅହମ୍ମଦ, ବିପ୍ରଜ ନିଗମ, ହର୍ଷ ଦୁବେ, ତନୁଷ କୋଟିଆନ, ଅରସଦ ଖାନ, ପ୍ରଭସିମରନ ସିଂହ, କୁମାର କୁଶାଗ୍ର, ହର୍ଷିତ ରାଣା ଓ ପ୍ରିନ୍ସ ଯାଦବ
ଏବେ ସମସ୍ତଙ୍କ ନଜର ନଭେମ୍ବର ୨୨ ତାରିଖର ଭାରତ-ପାକିସ୍ତାନ ମୁକାବିଲା ଉପରେ। ତିଳକ ବର୍ମାଙ୍କ ନେତୃତ୍ୱରେ ଭାରତୀୟ ଯୁବ ଦଳ ପାକିସ୍ତାନକୁ ହରାଇବାରେ ସଫଳ ହେବ କି, ତାହା ଦେଖିବାକୁ କ୍ରିକେଟ୍ ପ୍ରେମୀ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

Related Topics
Explore more stories