India vs New Zealand / ୮୯ ରନ୍ରେ ଅଲଆଉଟ୍ ଟିମ୍ ଇଣ୍ଡିଆ… ନ୍ୟୁଜିଲାଣ୍ଡଠୁ ୨୪୪ ରନ୍ରେ ଲଜ୍ଜାଜନକ ପରାଜୟ
·2 hours ago·2 min read

Key Points
ଚତୁର୍ଥ ଦିନିକିଆରେ ନ୍ୟୁଜିଲାଣ୍ଡଠୁ ୨୪୪ ରନ୍ରେ ହାରିଲା ଭାରତ
ମାତ୍ର ୮୯ ରନ୍ରେ ଅଲଆଉଟ୍ ହେଲା ଟିମ୍ ଇଣ୍ଡିଆ
ମାତ୍ର ୮୯ ରନ୍ରେ ଅଲଆଉଟ୍ ହେଲା ଟିମ୍ ଇଣ୍ଡିଆ
ଇଣ୍ଡିଆ ଟିମ ପାଇଁ ହେଉଛି ଆଜି ସବୁଠୁ ବଡ଼ ଲଜ୍ଜଜନକ ଦିନ। କେହି ଚାଲିଲେନି ସବୁ ଫେଲ ମାରିଲେ। ଏମାନେ କଣ ୨୦୨୭ ବିଶ୍ବକପ ଖେଳିବେ। କେବଳ ରୋ-କୋ ଆଉଟ ହେଲେ ପୂରା ଟିମ ଭୁଶୁଡ଼ିପଡ଼ୁଛି। ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂ । ସବୁଥିରେ ଫେଲ୍ । ଭାରତୀୟ ଦଳର ଲଜ୍ଜାଜନକ ପରାଜୟ । ଶହେ କରିପାରିଲାନି ଟିମ୍ ଇଣ୍ଡିଆ । ଚତୁର୍ଥ ଦିନିକିଆରେ ନ୍ୟୁଜିଲାଣ୍ଡଠୁ ୨୪୪ ରନରେ ହାରିଛି ଭାରତ । ଦଳର ଅଧା ବ୍ୟାଟର ଦୁଇ ଅଙ୍କ ମଧ୍ୟ କରିପାରି ନାହାନ୍ତି।
ଏହାସହ ପଢ଼ନ୍ତୁ: ୦ ରନ୍ରେ ୩ ୱିକେଟ୍ ହରାଇଲା ଭାରତ… ରୋହିତ, କୋହଲି ଓ ଶ୍ରେୟସଙ୍କ ଲଜ୍ଜାଜନକ ରେକର୍ଡ
ଚତୁର୍ଥ ଦିନିକିଆରେ ଜବରଦସ୍ତ ବ୍ୟାଟିଂ କରିଥିଲା କିଓ୍ୱି ଟିମ୍ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୩୦୦ରୁ ଅଧିକ ସ୍କୋର କରିଥିଲା । ଏହାସହ ଭାରତକୁ ଏକ ଚ୍ୟାଲେଞ୍ଜିଂ ଟାର୍ଗେଟ୍ ଦେଇଥିଲା । ମୁକାବିଲାରେ ଟସ୍ ଜିତିଥିଲା ଭାରତ । ପ୍ରଥମ ଥର ଦିନିକିଆ ଦଳର ନେତୃତ୍ୱ ନେଉଥିବା ଶ୍ରେୟସ ଆୟର ବୋଲିଂ ନିଷ୍ପତ୍ତି ନେଇଥିଲେ । ହେଲେ ଏହା ବୁମେରାଂ ପାଲଟିଥିଲା । ଓପନିଂ କରିବାକୁ ଆସିଥିବା ଓ୍ୱିଲ୍ ୟଙ୍ଗଙ୍କ ଶତକ ବଳରେ ଦଳ ୩୩୩ ରନ୍ କରିବାରେ ସକ୍ଷମ ହୋଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ଟିମ୍ ସେଫାର୍ଟ୍ ୫୮ ରନ୍ କରିଥିଲେ । ସେହିପରି ଫିନ୍ ଆଲେନ୍ ୪୧ ରନର ପାଳି ଖେଳିଥିଲେ । ଶେଷ ଆଡକୁ ମିଚେଲ୍ ସାଣ୍ଟନର ଏବଂ କ୍ରିଷ୍ଚାନ୍ କ୍ଲାର୍କ ଯଥାକ୍ରମେ ୨୪ ଏବଂ ୨୨ ରନର ପାଳି ଖେଳିଥିଲେ । ଫଳରେ ଦଳର ସ୍କୋର ୩୦୦ ଟପିଥିଲା । ଭାରତକୁ ଜିତିବା ପାଇଁ ୩୩୪ ରନ୍ ର ଆବଶ୍ୟକତା ରହିଥିଲା । ଭାରତ ପକ୍ଷରୁ ଆକିବ୍ ନବୀ, ଗୁରନୁର ବ୍ରାର୍ ଏବଂ ଅକ୍ଷର ପଟେଲ ଦୁଇଟି ଲେଖାଏଁ ଓ୍ୱିକେଟ୍ ନେଇଥିବା ବେଳେ ଅର୍ଶଦୀପ ସିଂ ଏବଂ ନମନ ଧୀର ଗୋଟିଏ ଲେଖାଏଁ ଓ୍ୱିକେଟ୍ ହାସଲ କରିଥିଲେ ।
୩୩୪ ରନର ଟାର୍ଗେଟକୁ ଚେଜ୍ କରିବାକୁ ଓହ୍ଲାଇଥିଲେ ରୋହିତ ଶର୍ମା ଏବଂ ଋତୁରାଜ ଗାଏକଓ୍ୱାଡ । ହେଲେ ଆରମ୍ଭରୁ ରୋହିତ ଆଉଟ୍ ହୋଇଥିଲା । ବିନା କୌଣସି ରନରେ ସେ ପ୍ୟାଭିଲିୟନ ଫେରିଥିଲେ । ସେହିପରି ବିରାଟ ବି ଗୋଲଡେନ୍ ଡକରେ ପ୍ୟାଭିଲିୟନ ଫେରିଥିଲେ । ଗାଏକଓ୍ୱାଡ ମଧ୍ୟ ୫ ରନ୍ କରି ଆଉଟ୍ ହୋଇଥିଲେ । ଅଧିନାୟକ ଶ୍ରେୟସ ବି ଜିରୋରେ ଆଉଟ୍ ହୋଇଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟମାନଙ୍କ ମଧ୍ୟରେ ଇଶାନ କିଷନ ୨୭, ଅକ୍ଷର ପଟେଲ ୨୧ ରନ୍ କରି କିଛି ସମୟ ପାଇଁ ଲଢିଥିଲେ । ହେଲେ ସେମାନେ ଆଉଟ୍ ହେଲା ପରେ ପୁଣି ବିପର୍ଯ୍ୟୟ ଆରମ୍ଭ ହୋଇଯାଇଥିଲା । ନମନ୍ ଧୀର ମଧ୍ୟ ୨୧ ରନରେ ପାଳି ଖେଳିଥିଲେ । ତେବେ ଟେଲ୍ ଏଣ୍ଡର ଜଣଙ୍କ ପରେ ଜଣେ ପ୍ୟାଭିଲିୟନ ଫେରିଥିଲେ । ଫଳରେ ଦଳ ୨୬.୪ ଓଭରରେ ୮୯ ରନରେ ଅଲଆଉଟ୍ ହୋଇ ୨୪୪ ରନରେ ପରାସ୍ତ ହୋଇଛି । ଏହାସହ ନ୍ୟୁଜିଲାଣ୍ଡ ସିରିଜକୁ ୨-୧ ସ୍ତରକୁ ଆଣିଛି। ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ୍ ହେନରି ୬ ଓ୍ୱିକେଟ୍ ନେଇଥିବା ବେଳେ ମାଥ୍ୟୁ ଫିସର୍ ୩ଟି ଓ୍ୱିକେଟ୍ ଅକ୍ତିଆର କରିଥିଲେ ।
Related Topics
Explore more stories