Cricket / ବାଂଲାଦେଶ-ଭାରତ ବିବାଦରେ ନୂଆ ଟ୍ଵିଷ୍ଟ; ମୁଣ୍ଡ ପୁରାଇଲା ପାକିସ୍ତାନ
·5 months ago·2 min read

Key Points
ଭାରତରୁ ବାଂଲାଦେଶର ମ୍ୟାଚ୍କୁ ଶ୍ରୀଲଙ୍କା ସ୍ଥାନାନ୍ତରଣ ପାଇଁ ବିସିବି ଅଡ଼ି ବସିଛି । ଏହାରି ଭିତରେ ଭେନ୍ୟୁ ବିବାଦରେ ମୁଣ୍ଡ ପୁରାଇଛି ପାକିସ୍ତାନ ।
ନୂଆଦିଲ୍ଲୀ: ଟି-ଟ୍ଵେଣ୍ଟି ବିଶ୍ଵକପ୍ ଭେନ୍ୟୁକୁ ନେଇ ଭାରତ-ବାଂଲାଦେଶ ମଧ୍ୟରେ ବିବାଦ ଲାଗି ରହିଛି । ଭାରତରୁ ବାଂଲାଦେଶର ମ୍ୟାଚ୍କୁ ଶ୍ରୀଲଙ୍କା ସ୍ଥାନାନ୍ତରଣ ପାଇଁ ବିସିବି ଅଡ଼ି ବସିଛି । ଏହାରି ଭିତରେ ଭେନ୍ୟୁ ବିବାଦରେ ମୁଣ୍ଡ ପୁରାଇଛି ପାକିସ୍ତାନ ।
ଯାହା ଉପରେ ଆଜି ନିଷ୍ପତ୍ତି ନେଇପାରେ ଅନ୍ତର୍ଜାତୀୟ କ୍ରିକେଟ କମିଟି (ICC) । ବାଂଲାଦେଶକୁ ନେଇ ICC କ'ଣ ନିଷ୍ପତ୍ତି ନେଉଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର । ପୂର୍ବରୁ ଟି-ଟ୍ଵେଣ୍ଟି ବିଶ୍ଵକପ୍ ୨୦୨୬ ଭେନ୍ୟୁ ପରିବର୍ତ୍ତନ ପାଇଁ ବାଂଲାଦେଶ ଦାବି କରିଥିଲା । ତେବେ ଭେନ୍ୟୁ ପରିବର୍ତ୍ତନ ସମ୍ଭବ ନୁହେଁ ବୋଲି ଆଇସିସି ପୂର୍ବରୁ ସ୍ପଷ୍ଟ କରି ସାରିଛି ।
ଏଥିସହ ପଢ଼ନ୍ତୁ: ଆକାଶରେ ଫେଲ୍ ହୋଇଗଲା ସେନା ବିମାନର ଇଞ୍ଜିନ୍; ପ୍ରୟାଗରାଜର ପୋଖରୀରେ ଖସିପଡ଼ିଲା
ମଙ୍ଗଳବାର ବାଂଲାଦେଶ ସରକାରଙ୍କ ଖେଳ ପରାମର୍ଶଦାତା ଆସିଫ ନର୍ଜୁଲ ଦୋହରାଇ କହିଥିଲେ ଯେ, "ଜାତୀୟ ଦଳ କୌଣସି ପରିସ୍ଥିତି ଟି-ଟ୍ଵେଣ୍ଟି ବିଶ୍ଵକପ୍ ଖେଳିବାକୁ ଭାରତ ଯିବ ନାହିଁ ।"
ଜାନୁଆରୀ ୨୧ ଭିତରେ ବାଂଲାଦେଶ ବିଶ୍ଵକପ୍ରେ ଭାଗ ନେବ କି ନାହିଁ ସ୍ପଷ୍ଟ କରିବାକୁ ଆଇସିସି, ବିସିବିକୁ ଅଲ୍ଟିମେଟମ୍ ଦେଇଛି । ଯଦି ବିସିବି ବିଶ୍ଵକପ୍କୁ ନେଇ ଭାରତ ନ ଆସିବା ଜିଦ୍ରେ ଅଡ଼ି ବସେ ତାହେଲେ ରାଙ୍କିଂ ଆଧାରରେ ବାଂଲାଦେଶ ସ୍ଥାନରେ ସ୍କଟଲାଣ୍ଡକୁ ସୁଯୋଗ ମିଳିବ ।
ମଙ୍ଗଳବାର ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ପକ୍ଷରୁ ଆଇସିସିକୁ ଏକ ଚିଠି ଲେଖା ଯାଇଛି । ଯେଉଁଥିରେ ପାକିସ୍ତାନ, ବାଂଲାଦେଶର ଦାବିକୁ ସମର୍ଥନ କରିଛି । ପାକିସ୍ତାନ କହିଛି, "ଏବେ ଜାରି ରହିଥିବା ରାଜନୈତିକ ଓ ସୁରକ୍ଷା କାରଣରୁ ସେଠାରେ ମ୍ଯାଚ୍ ଖେଳିବା ସହଜ ନୁହେଁ ।"
ଟୁର୍ଣ୍ଣାମେଣ୍ଟର ସହ ଆୟୋଜକ ଶ୍ରୀଲଙ୍କାକୁ, ବାଂଲାଦେଶର ସମସ୍ତ ମ୍ୟାଚ୍ ସ୍ଥାନାନ୍ତରଣ କରିବାକୁ ପାକିସ୍ତାନ ଦାବି କରିଛି । ସୂଚନାଯୋଗ୍ୟ, ପୂର୍ବରୁ ପାକିସ୍ତାନ ବିଶ୍ଵକପ୍ର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିବାକୁ ନିର୍ଦ୍ଧାରଣ ହୋଇଛି ।
ଏଥିସହ ପଢ଼ନ୍ତୁ: ଥଟ୍ଟା ମଜାରୁ ଭୁବନେଶ୍ଵରରେ ଭଣଜାକୁ ହତ୍ୟା; ବଲାଙ୍ଗିରରେ କୋଦାଳ ଆକ୍ରମଣରେ ମାମୁ ମୃତ
ବାଂଲାଦେଶର ପେସ୍ର ମୁସ୍ତାଫିଜୁର ରହମାନଙ୍କୁ ଆଇପିଏଲ୍ରୁ ମୁକ୍ତ କରିବା ପରେ ବାଂଲାଦେଶ କ୍ରିକେଟ୍ ବୋର୍ଡର ଏଭଳି ନିଷ୍ପତ୍ତି ନେଇଛି । ମୁସ୍ତାଫିଜୁର ରହମାନଙ୍କୁ ରିଲିଜ୍ କରିବା ଲାଗି କୋଲକାତା ନାଇଟ୍ ରାଇଡର୍ସକୁ ନିର୍ଦ୍ଦେଶ ଦେଇଥିଲା ବିସିସିଆଇ । ଏହା ପରେ ମୁସ୍ତାଫିଜୁର ରହମାନଙ୍କୁ କେକେଆର୍ ମୁକ୍ତ କରିଥିଲା ।
ଗତମାସରେ ହୋଇଥିବା ଆଇପିଏଲ୍ ନିଲାମୀରେ କୋଲକାତା ନାଇଟ୍ ରାଇଡର୍ସ ମୁସ୍ତାଫିଜୁର ରହମାନଙ୍କୁ ୯.୨୦ କୋଟିରେ କିଣିଥିଲା । ଗତ ସପ୍ତାହ ମଧ୍ୟରେ ବାଂଲାଦେଶରେ ୪ ଜଣ ହିନ୍ଦୁଙ୍କ ଆକ୍ରମଣ ପରେ ଆଇପିଏଲ୍ରେ ବାଂଲାଦେଶୀ ଖେଳାଳି ଖେଳିବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories