2031 ODI World Cup / ICCର ବଡ଼ ଘୋଷଣା; ୨୦୨୯ ଓ ୨୦୩୧ରେ ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ ଭାରତ
·20 mins ago·2 min read

Key Points
ଭାରତକୁ ICCର ଦୁଇଟି ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାର ସୁଯୋଗ ମିଳିବ । ୨୦୨୯ ଅକ୍ଟୋବରରେ ଭାରତ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବ । ସେହିଭଳି ୨୦୩୧ରେ ଭାରତ ଓ ବାଂଲାଦେଶ ମିଳିତ ଭାବେ ଦିନିକିଆ ବିଶ୍ଵକପ୍ ଆୟୋଜନ କରିବେ ।
ମୁମ୍ବାଇ: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍ (ICC) ୨୦୩୫ ପର୍ଯ୍ୟନ୍ତ ହେବାକୁ ଥିବା ପୁରୁଷ କ୍ରିକେଟ ଟୁର୍ଣ୍ଣାମେଣ୍ଟର ସୂଚୀ ମଞ୍ଜୁର କରିଛି । ଇଣ୍ଡୋନେସିଆର ବାଲିରେ ହୋଇଥିବା ବୈଠକ ପରେ ICC ବୋର୍ଡ ଏହି ନିଷ୍ପତ୍ତି ଗ୍ରହଣ କରିଛି । ଏହି କ୍ୟାଲେଣ୍ଡରରେ ଦିନିକିଆ ବିଶ୍ଵକପ୍, ଟି-ଟ୍ଵେଣ୍ଟି ବିଶ୍ଵକପ୍, ଚାମ୍ପିଅନ୍ସ ଟ୍ରଫି ଓ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍ (WTC) ଫାଇନାଲ୍ ସାମିଲ୍ ରହିଛି ।
ଏହି ଘୋଷଣା ଅନୁସାରେ, ଭାରତକୁ ICCର ଦୁଇଟି ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାର ସୁଯୋଗ ମିଳିବ । ୨୦୨୯ ଅକ୍ଟୋବରରେ ଭାରତ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବ । ସେହିଭଳି ୨୦୩୧ରେ ଭାରତ ଓ ବାଂଲାଦେଶ ମିଳିତ ଭାବେ ଦିନିକିଆ ବିଶ୍ଵକପ୍ ଆୟୋଜନ କରିବେ । ଏହି ଟୁର୍ଣ୍ଣାମେଣ୍ଟର ମୁକାବିଲା ଅକ୍ଟୋବର ୯ରୁ ନଭେମ୍ବର ୨୩ ପର୍ଯ୍ୟନ୍ତ ଚାଲିବ ।
ICCର ସିଇଓ ସଞ୍ଜୋଗ ଗୁପ୍ତା କହିଛନ୍ତି, "ICC ଟୁର୍ଣ୍ଣାମେଣ୍ଟ କ୍ୟାଲେଣ୍ଡର ବୈଶ୍ଵିକ ଢାଞ୍ଚାର ଗୁରୁତ୍ଵପୂର୍ଣ୍ଣ ଅଂଶ । ଏହି ଆୟୋଜନ ଖେଳାଳି ଓ ପ୍ରଶଂସକଙ୍କ ଲାଗି ବଡ଼ ସୁଯୋଗ ଆଣିଥାଏ ।"
T20 ବିଶ୍ଵକପ୍ ସୂଚୀ
୨୦୨୮ରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମିଳିତ ଭାବେ ଟି-ଟ୍ଵେଣ୍ଟି ବିଶ୍ଵକପ୍ ଆୟୋଜନ କରିବେ । ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ୧୨ ତାରିଖରୁ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ଏହା ଟୁର୍ଣ୍ଣାମେଣ୍ଟର ୧୧ତମ ସଂସ୍କରଣ ହେବ ।
ଏହାପରେ ୨୦୩୦ରେ ଇଂଲଣ୍ଡ, ଆୟର୍ଲାଣ୍ଡ ଓ ସ୍କଟଲାଣ୍ଡ ମିଳିତ ବାବେ ଟି-ଟ୍ଵେଣ୍ଟି ବିଶ୍ଵକପ୍ ଆୟୋଜନ କରିବେ । ଏହି ଟୁର୍ଣ୍ଣାମେଣ୍ଟ ଜୁଲାଇ ୪ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଚାଲିବ । ପରବର୍ତ୍ତୀ ସଂସ୍କରଣ ୨୦୩୨ ଓ ୨୦୩୪ରେ ଆୟୋଜନ କରାଯିବ । ତେବେ, ଏହି ଦୁଇ ଟୁର୍ଣ୍ଣାମେଣ୍ଟ ଆୟୋଜନକାରୀ ଦେଶ ନେଇ କୌଣସି ନିଷ୍ପତ୍ତି ହୋଇ ନାହିଁ ।
ଏଥିସହ ପଢ଼ନ୍ତୁ: ନ୍ୟୁଜିଲାଣ୍ଡକୁ ୨୨ ରନ୍ରେ ହରାଇଲା ଭାରତ; କବ୍ଜା କଲା ଦିନିକିଆ ସିରିଜ୍
୨୦୩୨ ଟି-ଟ୍ଵେଣ୍ଟି ବିଶ୍ଵକପ୍ ଅକ୍ଟୋବର ୧୪ରେ ଆରମ୍ଭ ହୋଇ ନଭେମ୍ବର ୧୪ରେ ସରିବ । ସେହିଭଳି ୨୦୩୪ ଟି-ଟ୍ଵେଣ୍ଟି ବିଶ୍ଵକପ୍ ଜୁଲାଇ ୬ରୁ ଆରମ୍ଭ ହୋଇ ଅଗଷ୍ଟ ୬ରେ ସରିବାର ପ୍ରସ୍ତାବ ରହିଛି ।
WTC ଫାଇନାଲ୍
ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ପୂର୍ବ ଭଳି ପ୍ରତି ୨ ବର୍ଷରେ ଜୁନ୍ରେ ଖେଳାଯିବ । ୨୦୨୯ ଓ ୨୦୩୧ WTC ଫାଇନାଲ୍ ଇଂଲଣ୍ଡ ଆୟୋଜନ କରିବ । ୨୦୨୯ ଫାଇନାଲ ଜୁନ୍ ୮ରୁ ୧୨ ପର୍ଯ୍ୟନ୍ତ ଏବଂ ୨୦୩୧ ଫାଇନାଲ୍ ଜୁନ୍ ୧୨ରୁ ୧୬ ପର୍ଯ୍ୟନ୍ତ ଖେଳାଯିବ । ୨୦୩୩ ଓ ୨୦୩୫ରେ କେଉଁ ଦେଶ WTC ଫାଇନାଲ୍ ଆୟୋଜନ କରିବ ନିର୍ଦ୍ଧାରଣ କରାଯାଇ ନାହିଁ ।
ଭାରତରେ ଚାମ୍ପିଅନ୍ସ ଟ୍ରଫି
୨୦୨୯ରେ ଭାରତ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବ । ଚାମ୍ପିଅନ୍ସ ଟ୍ରଫିର ପରବର୍ତ୍ତୀ ସଂସ୍କରଣ ୨୦୩୩ରେ ଖେଳାଯିବ । ୨୦୩୩ ଅକ୍ଟୋବର ୨ରୁ ୨୩ ପର୍ଯ୍ୟନ୍ତ ମ୍ୟାଚ୍ ଖେଳାଯିବାକୁ ଥିବାବେଳେ କେଉଁ ଦେଶ ଆୟୋଜନ କରିବ ନିଷ୍ପତ୍ତି ହୋଇ ନାହିଁ ।

A long-term calendar takes shape as the ICC announces major men’s tournament windows through 2035. More ➡️ https://t.co/MQ3C04Rp1t https://t.co/ZwsOK1eDqt
— ICC (@ICC) November 15, 2026
ICCର ସିଇଓ ସଞ୍ଜୋଗ ଗୁପ୍ତା କହିଛନ୍ତି, "ICC ଟୁର୍ଣ୍ଣାମେଣ୍ଟ କ୍ୟାଲେଣ୍ଡର ବୈଶ୍ଵିକ ଢାଞ୍ଚାର ଗୁରୁତ୍ଵପୂର୍ଣ୍ଣ ଅଂଶ । ଏହି ଆୟୋଜନ ଖେଳାଳି ଓ ପ୍ରଶଂସକଙ୍କ ଲାଗି ବଡ଼ ସୁଯୋଗ ଆଣିଥାଏ ।"
T20 ବିଶ୍ଵକପ୍ ସୂଚୀ
୨୦୨୮ରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମିଳିତ ଭାବେ ଟି-ଟ୍ଵେଣ୍ଟି ବିଶ୍ଵକପ୍ ଆୟୋଜନ କରିବେ । ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ୧୨ ତାରିଖରୁ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ଏହା ଟୁର୍ଣ୍ଣାମେଣ୍ଟର ୧୧ତମ ସଂସ୍କରଣ ହେବ ।
ଏହାପରେ ୨୦୩୦ରେ ଇଂଲଣ୍ଡ, ଆୟର୍ଲାଣ୍ଡ ଓ ସ୍କଟଲାଣ୍ଡ ମିଳିତ ବାବେ ଟି-ଟ୍ଵେଣ୍ଟି ବିଶ୍ଵକପ୍ ଆୟୋଜନ କରିବେ । ଏହି ଟୁର୍ଣ୍ଣାମେଣ୍ଟ ଜୁଲାଇ ୪ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଚାଲିବ । ପରବର୍ତ୍ତୀ ସଂସ୍କରଣ ୨୦୩୨ ଓ ୨୦୩୪ରେ ଆୟୋଜନ କରାଯିବ । ତେବେ, ଏହି ଦୁଇ ଟୁର୍ଣ୍ଣାମେଣ୍ଟ ଆୟୋଜନକାରୀ ଦେଶ ନେଇ କୌଣସି ନିଷ୍ପତ୍ତି ହୋଇ ନାହିଁ ।
ଏଥିସହ ପଢ଼ନ୍ତୁ: ନ୍ୟୁଜିଲାଣ୍ଡକୁ ୨୨ ରନ୍ରେ ହରାଇଲା ଭାରତ; କବ୍ଜା କଲା ଦିନିକିଆ ସିରିଜ୍
୨୦୩୨ ଟି-ଟ୍ଵେଣ୍ଟି ବିଶ୍ଵକପ୍ ଅକ୍ଟୋବର ୧୪ରେ ଆରମ୍ଭ ହୋଇ ନଭେମ୍ବର ୧୪ରେ ସରିବ । ସେହିଭଳି ୨୦୩୪ ଟି-ଟ୍ଵେଣ୍ଟି ବିଶ୍ଵକପ୍ ଜୁଲାଇ ୬ରୁ ଆରମ୍ଭ ହୋଇ ଅଗଷ୍ଟ ୬ରେ ସରିବାର ପ୍ରସ୍ତାବ ରହିଛି ।
WTC ଫାଇନାଲ୍
ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ପୂର୍ବ ଭଳି ପ୍ରତି ୨ ବର୍ଷରେ ଜୁନ୍ରେ ଖେଳାଯିବ । ୨୦୨୯ ଓ ୨୦୩୧ WTC ଫାଇନାଲ୍ ଇଂଲଣ୍ଡ ଆୟୋଜନ କରିବ । ୨୦୨୯ ଫାଇନାଲ ଜୁନ୍ ୮ରୁ ୧୨ ପର୍ଯ୍ୟନ୍ତ ଏବଂ ୨୦୩୧ ଫାଇନାଲ୍ ଜୁନ୍ ୧୨ରୁ ୧୬ ପର୍ଯ୍ୟନ୍ତ ଖେଳାଯିବ । ୨୦୩୩ ଓ ୨୦୩୫ରେ କେଉଁ ଦେଶ WTC ଫାଇନାଲ୍ ଆୟୋଜନ କରିବ ନିର୍ଦ୍ଧାରଣ କରାଯାଇ ନାହିଁ ।
ଭାରତରେ ଚାମ୍ପିଅନ୍ସ ଟ୍ରଫି
୨୦୨୯ରେ ଭାରତ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବ । ଚାମ୍ପିଅନ୍ସ ଟ୍ରଫିର ପରବର୍ତ୍ତୀ ସଂସ୍କରଣ ୨୦୩୩ରେ ଖେଳାଯିବ । ୨୦୩୩ ଅକ୍ଟୋବର ୨ରୁ ୨୩ ପର୍ଯ୍ୟନ୍ତ ମ୍ୟାଚ୍ ଖେଳାଯିବାକୁ ଥିବାବେଳେ କେଉଁ ଦେଶ ଆୟୋଜନ କରିବ ନିଷ୍ପତ୍ତି ହୋଇ ନାହିଁ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: