Videos
|
Sports

Cricket News / ନ୍ୟୁଜିଲାଣ୍ଡକୁ ୨୨ ରନ୍‌ରେ ହରାଇଲା ଭାରତ; କବ୍‌ଜା କଲା ଦିନିକିଆ ସିରିଜ୍

Sushanta Sahoo
Browse all articles by Sushanta Sahoo
·16 mins ago·2 min read
ନ୍ୟୁଜିଲାଣ୍ଡକୁ ୨୨ ରନ୍‌ରେ ହରାଇଲା ଭାରତ; କବ୍‌ଜା କଲା ଦିନିକିଆ ସିରିଜ୍
India Clinch ODI Series After 22-Run Win

Key Points

ପଞ୍ଚମ ଦିନିକିଆକୁ ଭାରତ ୨୦ ରନ୍‌ରେ ଜିତି ନେଇଛି । ପଞ୍ଚମ ଦିନିକିଆ ବିଜୟ ସହ ଭାରତ, ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌କୁ ୩-୧ରେ ହାତେଇଛି ।
ମୁମ୍ବାଇ: ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ ଦଳ ଦିନିକିଆ ସିରିଜ୍ କବ୍‌ଜା କରିଛି । ଅନ୍ତିମ ତଥା ଶୃଙ୍ଖଳାର ପଞ୍ଚମ ଦିନିକିଆକୁ ଭାରତ ୨୦ ରନ୍‌ରେ ଜିତି ନେଇଛି । ପଞ୍ଚମ ଦିନିକିଆ ବିଜୟ ସହ ଭାରତ, ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌କୁ ୩-୧ରେ ହାତେଇଛି ।

ପଞ୍ଚମ ଦିନିକିଆରେ ଭାରତ ପ୍ରଥମେ ବ୍ୟାଟିଂ କରି ୪୨.୧ ଓଭର୍‌ରେ ଅଲଆଉଟ୍ ହୋଇ ୨୦୯ ରନ୍ କରିଥିଲା । ଘରୋଇ ଦଳ ଆଗରେ ୨୧୦ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା । ତେବେ ଅର୍ଶଦୀପ ସିଂହ, ମହମ୍ମଦ ସିରାଜ, ଅକ୍ଷର ପଟେଲଙ୍କ ଘାତକ ବୋଲିଂ ଆଗରେ ତିଷ୍ଠି ପାରି ନଥିଲେ କିୱି ବ୍ଯାଟ୍ସମ୍ୟାନ । ଫଳରେ ଶେଷ ଦିନିକିଆକୁ ଭାରତ ୨୨ ରନ୍‌ରେ ଜିତି ସିରିଜ୍ କବ୍‌ଜା କରିଛି ।

୨୧୦ ରନ୍‌ର ପିଛା କରି ଘରୋଇ ଦଳ ୪୮.୧ ଓଭରରେ ୧୮୭ ରନ୍‌ରେ ସମସ୍ତ ୱିକେଟ୍ ହରାଇଛି । ନ୍ୟୁଜିଲାଣ୍ଡ ପକ୍ଷରୁ ଓପନର୍ ୱିଲ୍ ୟଙ୍ଗ ୪୨ ବଲ୍‌ରେ ୨୨ ରନ୍ କରିଥିବା ବେଳେ ଟିମ୍ ସେଇଫର୍ଟ ୨୧ ବଲ୍‌ରେ ୧୪ ରନ୍, ଡିନ୍ ଫକ୍ସକ୍ରଫ୍ଟ ୪୨ ବଲ୍‌ରେ ସର୍ବାଧିକ ୩୧ ରନ୍ କରିଛନ୍ତି । ମିଡିଲ୍ ଅର୍ଡରରେ ବ୍ୟାଟିଂ କରିଥିବା କିୱି ଅଧିନାୟକ ମିଚେନ ସାଣ୍ଟନର ୩୧ ବଲ୍‌ରେ ୨୪ ରନ୍ କରି ଆଉଟ୍ ହୋଇଛନ୍ତି ।

ଭାରତ ପକ୍ଷରୁ ଅର୍ଶଦୀପ ସିଂହ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ସିରାଜ ଓ ଅକ୍ଷର ପଟେଲ ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର୍ କରିଛନ୍ତି । ଅଉକିବ ନବୀ, ୟଶ ଠାକୁର, ନମନ ଧିର ଗୋଟିଏ ଲେଖାଏଁ ସଫଳତା ପାଇଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ROKO ଫେଲ୍ ! ଈଶାନ-ଅକ୍ଷର ବଞ୍ଚାଇଲେ ଟିମ୍ ଇଣ୍ଡିଆର ଇଜ୍ଜତ, ୨୦୯ରେ ଅଲଆଉଟ୍ 

ରୋକୋ ଫେଲ୍

ପ୍ରଥମେ ବ୍ୟାଟିଂ କରିଥିବା ଭାରତର ପ୍ରଦର୍ଶନ ମଧ୍ୟ ସେତେ ଭଲ ନଥିଲା । ଦଳୀୟ ସ୍କୋର ୨୩ ହୋଇଥିବା ବେଳେ ୫.୩ ଓଭରରେ ଆଉଟ୍ ହୋଇଥିଲେ ରୋହିତ ଶର୍ମା । ୭.୩ ଓଭରରେ ଦଳୀୟ ସ୍କୋର ୩୩ ରନ୍ ହୋଇଥିବା ବେଳେ ବିରାଟ କୋହଲି ପ୍ୟାଭିଲିୟନ୍ ଫେରିଥିଲେ । ୮.୧ ଓଭରରେ ଦଳୀୟ ସ୍କୋର୍ ୩୪ ରନ୍‌ରେ ଋତୁରାଜ ଗାଏକୱାଡ଼ଙ୍କ ୱିକେଟ୍ ଖସିଥିଲା ।

ଓପନର ରୋହିତ ଶର୍ମା ୧୩ଟି ବଲ୍‌ରେ ଗୋଟିଏ ଚଉକା ସହାୟତାରେ ୭ ରନ୍ କରିଥିବା ବେଳେ ବିରାଟ କୋହଲି ୯ ବଲ୍‌ରେ ମାତ୍ର ୫ ରନ୍ କରି ଆଉଟ୍ ହୋଇଥିଲେ । ଅଧିନାୟକ ଶ୍ରେୟସ ଆୟର ମଧ୍ୟ ୨୬ ବଲ୍‌ରେ ୨୨ ରନ୍ କରି ଆଉଟ୍ ହୋଇଥିଲେ ।

ଅକ୍ଷରଙ୍କ ଜଲୱା

ପଞ୍ଚମ ଦିନିକିଆରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଅକ୍ଷର ପଟେଲଙ୍କ କରିସ୍ମା ଦେଖିବାକୁ ମିଳିଛି । ଅକ୍ଷର ପଟେଲ ୫୫ ବଲ୍‌ରେ ୫ଟି ଚଉକା ଓ ଗୋଟିଏ ଛକା ସହାୟତାରେ ୪୬ ରନ୍ ସ୍କୋର୍ କରିବା ସହ ୨ଟି ୱିକେଟ୍ ନେଇଛନ୍ତି । ସେହିଭଳି ଇଶାନ କିଷନ ୫୮ ବଲ୍‌ରେ ୩ଟି ଚଉକା, ୨ଟି ଛକା ସହାୟତାରେ ୪୬ ରନ୍ ସ୍କୋର୍ କରି ଦଳର ସ୍ଥିତିକୁ ମଜଭୁତ କରିଥିଲେ ।