Videos
|
Sports

Womens Asia Cup / ମହିଳା ଏସିଆ କପ୍ ସେମିଫାଇନାଲ୍‌ରେ ଆଜି ଭାରତ-ବାଂଲାଦେଶ ମୁକାବିଲା….ଫାଇନାଲ୍ ଟିକେଟ୍ ପାଇଁ ଲଢ଼େଇ

Ritu Das
Browse all articles by Ritu Das
·1 hour ago·2 min read
ମହିଳା ଏସିଆ କପ୍ ସେମିଫାଇନାଲ୍‌ରେ ଆଜି ଭାରତ-ବାଂଲାଦେଶ ମୁକାବିଲା….ଫାଇନାଲ୍ ଟିକେଟ୍ ପାଇଁ ଲଢ଼େଇ
India

Key Points

  • ଆଜି ଭାରତ-ବାଂଲାଦେଶ ମହାମୁକାବିଲା, ଫାଇନାଲ୍ ଟିକେଟ୍ ପାଇଁ ଲଢ଼େଇ
  • ୨୧-୩ର ଦମଦାର ରେକର୍ଡ, ତଥାପି ୨୦୧୮ର ହାର ମନେ ପକାଇବ ଭାରତ
  • ମହିଳା ଏସି୍ଆ କପ ୨୦୨୬ ଏବେ ରୋମାଞ୍ଚକର ପର୍ଯ୍ୟାୟରେ ପହଞ୍ଚିଛି। କାରଣ ଆଜିଠାରୁ ଆରମ୍ଭ ହେଉଛି ସେମିଫାଇନାଲ୍ । ପ୍ରଥମ ସେମିଫାଇନାଲ୍‌ରେ ଭାରତ-ବାଂଲାଦେଶ ସାମ୍ନାସାମ୍ନି ହେବାକୁ ଯାଉଛି । ଦୁବାଇ ଇଣ୍ଟର୍‌ନ୍ୟାସ୍‌ନାଲ୍‌ କ୍ରିକେଟ ଷ୍ଟାଡିୟମ୍ ଠାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଭାରତୀୟ ସମୟ ଅନୁଯାୟୀ ରାତି ୮ଟାରେ ଆରମ୍ଭ ହେବ। 

    ଏହାସହ ପଢ଼ନ୍ତୁ: ୨୫୧ ଦିନ ପରେ ଭାଙ୍ଗିଲା ବୈଭବଙ୍କ ରେକର୍ଡ… ସିଙ୍ଗଲ ଡିଜିଟରେ ହେଲେ OUT…ପ୍ରଥମ ଥର ଏମିତି ଘଟିଲା

    ଗ୍ରୁପ୍‌ ପର୍ଯ୍ୟାୟରେ ଭାରତ ନିଜର ସମସ୍ତ ମ୍ୟାଚ୍ ଜିତି ଗ୍ରୁପ୍- ଏରେ ପ୍ରଥମ ସ୍ଥାନରେ ରହିଛି । ସେପଟେ ବାଂଲାଦେଶ ୩ରୁ ୨ଟି ମ୍ୟାଚ୍ ଜିତି ଗ୍ରୁପ୍- ବିରେ ଦ୍ୱିତୀୟ ସ୍ଥାନରେ ରହିବା ସହିତ ସେମିଫାଇନାଲ୍‌ରେ ନିଜ ସ୍ଥାନ ପକ୍କା କରିଛି । ଏସିଆ କପ୍‌ରେ ଭାରତର ରେକର୍ଡ ଖୁବ୍ ଭଲ ରହିଛି । ଭାରତ ହେଉଛି ଏକମାତ୍ର ଦେଶ ଯିଏକି, ପ୍ରତିଥର ଏସିଆ କପ୍ ଫାଇନାଲ୍‌ରେ ନିଜ ସ୍ଥାନ ବଜାୟ ରଖିଛି । ୨୦୦୪ରୁ ଚାଲିରହିଥିବା ଏହି ଧାରାକୁ ଭାରତ ଜାରି ରଖିବାକୁ ଚାହିଁବ ।

    ମହିଳା ଟି୨୦ କ୍ରିକେଟ୍‌ରେ ଦୁଇଦଳ ୨୪ଥର ପରସ୍ପରକୁ ଭେଟିଛି । ଯାହାମଧ୍ୟରୁ ଭାରତ ୨୧ଥର ଏବଂ ବାଂଲାଦେଶ ମାତ୍ର ୩ଥର ବିଜୟୀ ହାସଲ୍ କରିଛି । କିନ୍ତୁ, ଭାରତୀୟ ଦଳକୁ ଏଥର ଅଧିକ ସତର୍କ ରହିବାକୁ ପଡିବ । କାରଣ ୨୦୧୮ ଏସିଆ କପ୍ ଫାଇନାଲ୍‌ରେ ବାଂଲାଦେଶ ଭାରତକୁ ୩ ୱିକେଟ୍‌ରେ ହରାଇ ଐତିହାସିକ ଜିତ୍ ହାସଲ୍ କରିଥିଲା ।

    Argus News App

    📱 Get Argus News App

    📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
    Download Free:
    ଭାରତ-ବାଂଲାଦେଶ ସେମିଫାଇନାଲ୍‌କୁ ନେଇ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢିଛି। ଟିଭିରେ ଏହାର ସିଧାପ୍ରସାରଣ SONY SPORTS NETWORKରେ ଏବଂ ମୋବାଇଲ ମାଧ୍ୟମରେ SONY LIV APP ଓ WEBSITEରେ ପ୍ରସାରିତ ହେବାକୁ ଯାଉଛି ।

    • ଦ୍ୱିତୀୟ ସେମିଫାଇନାଲ୍‌ରେ ଶ୍ରୀଲଙ୍କା-ପାକିସ୍ତାନ

    ଭାରତ-ବାଂଲାଦେଶ ମ୍ୟାଚ୍ ପରେ ଏସିଆ କପ୍‌ର ଦ୍ୱିତୀୟ ସେମିଫାଇନାଲ୍ ଶ୍ରୀଲଙ୍କା-ପାକିସ୍ତାନ୍ ମଧ୍ୟରେ ହେବାକୁ ଯାଉଛି । ଏହି ମ୍ୟାଚ୍ ସେପ୍ଟେମ୍ବର ୧୧ ତାରିଖ ରାତି ୮ଟାରେ ପ୍ରସାରିତ ହେବ । ଗ୍ରୁପ୍ ପର୍ଯ୍ୟାୟରେ ଶ୍ରୀଲଙ୍କା ଅପରାଜିତ ରହି ଗ୍ରୁପ୍ ବିରେ ଶୀର୍ଷରେ ଥିବାବେଳେ, ପାକିସ୍ତାନ୍ ଗ୍ରୁପ୍ ଏରେ ଦ୍ୱିତୀୟ ସ୍ଥାନରେ ରହିଛି ।
    ଏହି ମ୍ୟାଚ୍‌ରେ ବିଜେତା ଦଳ ୧୩ ସେପ୍ଟେମ୍ବରରେ ହେବାକୁ ଥିବା ଫାଇନାଲ୍‌ରେ ଭାରତ-ବାଂଲାଦେଶ ସେମିଫାଇନାଲ୍‌ର ବିଜେତାକୁ ଭେଟିବ ।