IND vs ENG / ଇଂଲଣ୍ଡରେ କାହିଁକି ଫେଲ୍ ଭାରତୀୟ ବ୍ୟାଟର୍ ଓ ବୋଲର୍ ? ମୁଣ୍ଡକୁ ଦୋଷ ନେବେ କି ଗମ୍ଭୀର ଓ ଆୟର ?
·1 hour ago·3 min read

Key Points
ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଖେଳାଳିଙ୍କ ବ୍ୟାଟ୍ରୁ ରନ୍ ବାହାରୁ ନାହିଁ । ସେହିଭଳି ଭାରତୀୟ ବୋଲର୍ ୱିକେଟ୍ ଖସାଇ ପାରୁ ନାହାନ୍ତି ।
ମୁମ୍ବାଇ: ପ୍ରଥମେ ଆୟରଲାଣ୍ଡ ଆଉ ଏବେ ଇଂଲଣ୍ଡ । ଲଗାତାର ଦୁଇ ଦୁଇଟି ଟି-ଟ୍ଵେଣ୍ଟି ସିରିଜ୍ ହାରିଲାଣି ଭାରତ । ୨୦୧୯ ପରେ ଟିମ୍ ଇଣ୍ଡିଆ ପ୍ରଥମଥର ପାଇଁ ଲଗାତାର ଦୁଇଟି ଟି-ଟ୍ଵେଣ୍ଟି ସିରିଜ୍ ହାରିଛି । ଆୟରଲାଣ୍ଡ ପରେ ଏବେ ଇଂଲଣ୍ଡ ବିପକ୍ଷରେ ନିରାଶାଜନକ ରହିଛି ଭାରତୀୟ ଦଳର ପ୍ରଦର୍ଶନ ।
ସବୁଠାରୁ ବଡ଼ କଥା ହେଲା- ଦଳ କେବଳ ଗୋଟିଏ ବିଭାଗରେ ନୁହେଁ । ବରଂ ବ୍ୟାଟିଂରୁ ନେଇ ବୋଲିଂ, ଫିଲ୍ଡିଂରୁ ନେଇ ରଣନୀତି ପର୍ଯ୍ୟନ୍ତ ପ୍ରାୟ ସମସ୍ତ କ୍ଷେତ୍ରର ବିଫଳ ହୋଇଛି । ଯେଉଁଥିପାଇଁ ଏବେ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଓ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ଵକୁ ନେଇ ପ୍ରଶ୍ନ ଉଠିଲାଣି ।
ଏଥିସହ ପଢ଼ନ୍ତୁ: ବ୍ୟାଟ୍ରେ ଫେଲ୍, କିନ୍ତୁ କୋର୍ଟରେ ବଡ଼ ବିଜୟ ! ଅଭିଷେକ ଶର୍ମାଙ୍କୁ ମିଳିଲା ନ୍ୟାୟ
ପ୍ରାୟ ମାସକ ତଳେ ଜୁନ୍ ୬ରେ ଶ୍ରେୟସ ଆୟରଙ୍କୁ ଆୟରଲାଣ୍ଡ ଓ ଇଂଲଣ୍ଡ ଗସ୍ତ ପାଇଁ ଅଧିନାୟକ ଘୋଷଣା କରାଯାଇଥିଲା । ସମସ୍ତଙ୍କ ଆଶା ଥିଲା, କେବଳ ଶ୍ରେୟସ ନୁହଁ ଦଳ ଭଲ ପ୍ରଦର୍ଶନ କରିବ । ବୈଭବ ସୂର୍ଯ୍ୟବଂଶୀଙ୍କ ଠାରୁ ମଧ୍ୟ ବଡ଼ ସ୍କୋର୍ ଆଶା ରହିଥିଲା । କିନ୍ତୁ ଏବେ ଦଳର ପ୍ରଦର୍ଶନ ଦେଖି ଅଧିନାୟକ ଶ୍ରେୟସ ଆୟରଙ୍କ ସହ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ରଣନୀତି ଉପରେ ପ୍ରଶ୍ନ ଉଠୁଛି ।
ବ୍ୟାଟର୍ ଓ ବୋଲର୍ ଫେଲ୍
ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଖେଳାଳିଙ୍କ ବ୍ୟାଟ୍ରୁ ରନ୍ ବାହାରୁ ନାହିଁ । ସେହିଭଳି ଭାରତୀୟ ବୋଲର୍ ୱିକେଟ୍ ଖସାଇ ପାରୁ ନାହାନ୍ତି । ଫିଲ୍ଡିଂ ନୈରାଶ୍ୟଜନକ ଥିବା ବେଳେ ଅଧିନାୟକଙ୍କ ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ହେଉଛି ।
ଭାରତୀୟ ବ୍ୟାଟ୍ସମ୍ୟାନ୍ ଇଂଲଣ୍ଡର ବାଉନ୍ସ, ସ୍ୱିଙ୍ଗ୍ ଓ ସିମ୍ ଆଗରେ ତିଷ୍ଠି ପାରୁନାହାନ୍ତି । ବ୍ୟାଟିଂ ଆରମ୍ଭରୁ ଟପ୍ ଅର୍ଡର ଚାପରେ ରହୁଛନ୍ତି । କିଏ ଅତ୍ୟଧିକ ଆକ୍ରମଣାତ୍ମକ ଶଟ୍ ଖେଳିବାକୁ ଯାଇ ଆଉଟ୍ ହେଉଛନ୍ତି ତ ଆଉ କେହି ବଲ୍କୁ ଠିକ୍ ଭାବରେ ବୁଝିପାରୁନାହାନ୍ତି ।
ଇଂଲଣ୍ଡ ବିପକ୍ଷ ସିରିଜ୍ରେ ଶ୍ରେୟସ ଆୟର ଭଲ ରନ୍ କରିଥିଲେ ମଧ୍ୟ ଅନ୍ୟ ବ୍ୟାଟ୍ସମ୍ୟାନମାନଙ୍କ ଠାରୁ ସେତେଟା ସହଯୋଗ ପାଇ ନାହାନ୍ତି । ଅଭିଷେକ ଶର୍ମାଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ନିୟମିତ ଭାବେ ଦଳକୁ ଭରସା ଦେଇପାରିନାହାନ୍ତି । ତିଲକ ବର୍ମା ଶିବମ ଦୁବେ, ଇଶାନ କିଷନ ଓ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଥିବା ଆଶା ଧୂଳିସାତ୍ ହେବାରେ ଲାଗିଛି ।
ବ୍ୟାଟିଂ ଭଳି ବୋଲିଂ ମଧ୍ୟ ଭାରତୀୟ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି । ଇଂଲଣ୍ଡ ଗସ୍ତ ସମୟରେ ଭାରତୀୟ ବୋଲରମାନେ ବ୍ୟାଟ୍ସମ୍ୟାନ୍ଙ୍କ ଉପରେ ଚାପ ସୃଷ୍ଟି କରିବାରେ ପ୍ରାୟତଃ ବିଫଳ । ନୂଆ ବଲ୍ରୁ ମଧ୍ୟ ଓଭର୍ ପର୍ଯ୍ୟନ୍ତ ନିୟମିତ ବ୍ୟବଧାନରେ ୱିକେଟ ଖସୁ ନାହିଁ ।
ଚତୁର୍ଥ ଟି-ଟ୍ଵେଣ୍ଟିରେ ଭାରତ ୭ ୱିକେଟ୍ ହରାଇ ୧୫୮ ରନ୍ କରିଥିଲା । ଯାହାକୁ ଇଂଲଣ୍ଡ କେବଳ ୧୩.୫ ଓଭରରେ ଗୋଟିଏ ୱିକେଟ୍ ହରାଇ ମ୍ୟାଚ୍ ଜିତିବା ସହ ୩-୦ରେ ସିରିଜ୍ ଆଗୁଆ ହାତେଇ ନେଇଛି । ଯାହା ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇଛି ।
ବୋଲର୍ ପରିବର୍ତ୍ତନ, ଫିଲ୍ଡିଂରେ ପରିବର୍ତ୍ତନ ଓ ମ୍ୟାଚ୍ ମଧ୍ୟରେ ପ୍ଲାନ୍-ବି ପ୍ରସ୍ତୁତ କ୍ଷେତ୍ରରେ ଦଳ ପଛରେ ପଡ଼ିଛି । ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ କୋଚିଂ ଶୈଳୀ ଉପରେ ମଧ୍ୟ ଚର୍ଚ୍ଚା ହେଉଛି । ଗମ୍ଭୀରକ ଆସିବା ପରେ ଭାରତ ଆକ୍ରମଣାତ୍ମକ କ୍ରିକେଟ୍ ଖେଳିବାର ନୀତି ଆପଣାଇଥିଲା ।
କିନ୍ତୁ ଇଂଲଣ୍ଡର ପରିସ୍ଥିତିରେ କେବଳ ଆକ୍ରମଣ ନୁହେଁ, ଧୈର୍ଯ୍ୟ ଓ ପରିସ୍ଥିତି ଅନୁଯାୟୀ ଖେଳିବା ଦରକାର । ଇଂଲଣ୍ଡରେ ବ୍ୟାଟ୍ସମ୍ୟାନମାନଙ୍କୁ ଧୈର୍ଯ୍ୟ ଧରିବା ଆବଶ୍ୟକ । ଆଉ ବୋଲରମାନଙ୍କୁ ଠିକ୍ ଲାଇନ୍ ଓ ଲନଥ୍ରେ ଲଗାତାର ବୋଲିଂ କରି ଦରକାର ।
ଏଥିସହ ପଢ଼ନ୍ତୁ: ୨୦ବର୍ଷରେ ପ୍ରଥମ ଥର...୪ର୍ଥ T20ରେ ଭାରତର ଲଜ୍ଜାଜନକ ପରାଜୟ
ଦଳ ଆଗରେ ଆହ୍ଵାନ
ଏବେ ଭାରତ ସମ୍ମୁଖରେ ସବୁଠାରୁ ବଡ଼ ଆହ୍ଵାନ ହେଉଛି, ଏହି ଗସ୍ତରେ ଅତି କମ୍ରେ ଗୋଟିଏ ମ୍ୟାଚ୍ ବିଜୟ ହସଲ । ଦଳ ଆୟରଲାଣ୍ଡ ସହ ଇଂଲଣ୍ଡ ସିରିଜ୍ ହାରିଛି । ତେଣୁ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ପଞ୍ଚମ ଟି-ଟ୍ଵେଣ୍ଟି ମ୍ୟାଚ୍କୁ ଭାରତ କୌଣସି ମତେ ଜିତିବା ଦରକାର ।
ଶ୍ରେୟସ ଆୟର ଯୁବ ଅଧିନାୟକ, ତେଣୁ ବିସିସିଆଇ ତାଙ୍କୁ ଆଉ ସମୟ ଦେଇପାରେ । କିନ୍ତୁ ଗୌତମ ଗମ୍ଭୀର ଅନୁଭବୀ କୋଚ୍ ଅଟନ୍ତି । ତାଙ୍କ ନେତୃତ୍ୱରେ ଦଳର ଏହି ପ୍ରଦର୍ଶନ ଟିମ୍ ମ୍ୟାନେଜମେଣ୍ଟର ଚିନ୍ତା ବଢ଼ାଇଛି । ଇଂଲଣ୍ଡ ଗସ୍ତ ଭାରତୀୟ କ୍ରିକେଟ୍ ଦଳ ପାଇଁ ଅନେକ ପ୍ରଶ୍ନ ଛିଡ଼ା କରିଛି । ଯାହାର ଉତ୍ତର କେବଳ ଶ୍ରେୟସ ଆୟର ନୁହେଁ, ଗୌତମ ଗମ୍ଭୀରଙ୍କୁ ମଧ୍ୟ ଦେବାକୁ ପଡ଼ିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories