Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ୨୦ବର୍ଷରେ ପ୍ରଥମ ଥର...୪ର୍ଥ T20ରେ ଭାରତର ଲଜ୍ଜାଜନକ ପରାଜୟ

Sports

India T20I loss / ୨୦ବର୍ଷରେ ପ୍ରଥମ ଥର...୪ର୍ଥ T20ରେ ଭାରତର ଲଜ୍ଜାଜନକ ପରାଜୟ

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·3 min read
୨୦ବର୍ଷରେ ପ୍ରଥମ ଥର...୪ର୍ଥ T20ରେ ଭାରତର ଲଜ୍ଜାଜନକ ପରାଜୟ
India T20I loss

Key Points

ଅଧିନାୟକ ଶ୍ରେୟସ ଆୟରଙ୍କ ପରିଶ୍ରମ ବେକାର
ଇଂଲଣ୍ଡ ମାଟିରେ ଭାରତର ଲଜ୍ଜାଜନକ ପରାଜୟ
ଲଣ୍ଡନ: ଭାରତକୁ ହରାଇ ଟି-୨୦ ସିରିଜ୍ କବ୍‌ଜା କଲା ଇଂଲଣ୍ଡ । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳକୁ ୯ ଉଇକେଟ୍‌ରେ ପରାଜିତ କରିଛି ଘରୋଇ ଇଂଲଣ୍ଡ। ଏହି ବିଜୟ ସହ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌କୁ ଇଂଲଣ୍ଡ ୩-୦ରେ ଆଗୁଆ ଜିତି ନେଇଛି । ଯେତେବେଳେ ଟିମ୍ ଇଣ୍ଡିଆ ଆୟରଲ୍ୟାଣ୍ଡ ବିପକ୍ଷରେ ପ୍ରଥମ ଟି-୨୦ ସିରିଜ୍ ହାରିବାର କଳଙ୍କ ନେଇ ଇଂଲଣ୍ଡ ପହଞ୍ଚିଲା, ସମସ୍ତେ ଭାବିଥିଲେ ଯେ ପରାଜୟ ଧାରା ସେଠାରେ ଶେଷ ହୋଇପାରେ । କିନ୍ତୁ ଆୟରଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆର ଶୋଚନୀୟ ପରାଜୟ ହୋଇଛି ।

ଏବେ ଇଂଲଣ୍ଡ ଚତୁର୍ଥ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଥର ପାଇଁ ପରାସ୍ତ କରିଛି। ଏହାର ଅର୍ଥ ହେଉଛି ଜୁନ ୨୬ ତାରିଖରେ ଆୟରଲ୍ୟାଣ୍ଡ ବିପକ୍ଷରେ ପ୍ରଥମ ଟି-୨୦ ପରଠାରୁ, ଟିମ୍ ଇଣ୍ଡିଆ ୧୫ ଦିନରେ ଦୁଇଟି ସିରିଜ୍ ହାରିଛି । ଭାରତର ବ୍ୟାଟିଂ ବିପର୍ଯ୍ୟୟ ଓ ଦୁର୍ବଳ ବୋଲିଂ କାରଣରୁ ଦଳକୁ ପୁଣି ଏକ ବଡ଼ ପରାଜୟର ସାମ୍ନା କରିବାକୁ ପଡ଼ିଛି ।

  • ପ୍ରଥମେ ବ୍ୟାଟିଂ କରିଥିଲା ଭାରତ
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୫୮ ରନ୍ କରିଥିଲା। ଦଳ ପକ୍ଷରୁ ଅଧିନାୟକ ଶ୍ରେୟସ ଆୟର ସର୍ବାଧିକ ୮୦ ରନ୍ କରି ଅପରାଜିତ ଥିଲେ। ତେବେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିପାରିନଥିଲେ। ୟୁଥ୍ ଷ୍ଟାର୍ ବୈଭବ ସୂର୍ଯ୍ୟବଂଶୀ ୧୫ ରନ୍ ଏବଂ ଅଭିଷେକ ଶର୍ମା ୧୬ ରନ୍ କରି ଆଉଟ୍ ହୋଇଥିଲେ। ୧୫୯ ରନ୍‌ର ପିଛା କରୁଥିବା ଇଂଲଣ୍ଡ ଦଳ ମାତ୍ର ୧୩.୫ ଓଭରରେ ୧ ଉଇକେଟ୍ ହରାଇ ୧୫୯ ରନ୍ କରି ମ୍ୟାଚ୍ ଜିତି ନେଇଥିଲା । ଆୟରଲ୍ୟାଣ୍ଡ ପରେ, ଭାରତ ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଟି୨୦ ସିରିଜ ପରାଜୟ ବରଣ କରିଛି ।

  • ଆୟର ୮୦ ରନର କ୍ୟାପ୍ଟେନ୍ସି ପାଳି ଖେଳିଥିଲେ
ଟିମ୍ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ତଥାପି ଭାରତର ଆରମ୍ଭ ପୁଣି ବହୁତ ଖରାପ ଥିଲା । କେବଳ ୪୮ ରନ୍ ମଧ୍ୟରେ ୩ ଜଣ ବ୍ୟାଟ୍ସମ୍ୟାନଙ୍କୁ ହରାଇଥିଲେ ଦଳ । ବୈଭବ ସୂର୍ଯ୍ୟବଂଶୀ (୧୫), ଅଭିଷେକ ଶର୍ମା (୧୬) ଏବଂ ଇଶାନ କିଶାନ (୪) ବିଶେଷ ପ୍ରଭାବ ପକାଇ ପାରି ନଥିଲେ । ତା’ପରେ ଅଧିନାୟକ ଶ୍ରେୟସ ଆୟର ଦାୟିତ୍ୱ ନେଇଥିଲେ, ଶିବମ୍ ଦୁବେ ତାଙ୍କୁ ସମର୍ଥନ କରିଥିଲେ । ଦୁବେ ୨୩ ବଲରୁ ଦୁଇଟି ଚୌକା ସହିତ ୨୨ ରନ୍ କରିଥିଲେ । ଆୟର ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ, ୪୯ ବଲରୁ ୪ ଚୌକା ଏବଂ ୫ ଛକା ସହିତ ୮୦ ରନ୍ କରିଥିଲେ । ଆୟରଙ୍କ ବ୍ୟତୀତ ଅନ୍ୟ କେହି ବିଶେଷ କିଛି କରିପାରି ନଥିଲେ ଏବଂ ଟିମ୍ ଇଣ୍ଡିଆ ୭ ୱିକେଟରେ ମୋଟ ୧୫୮ ରନ୍ କରିଥିଲା । ଆର୍ଚର ଏବଂ ଟଙ୍ଗ ଇଂଲଣ୍ଡ ପାଇଁ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ।

  • ଭାରତକୁ ଏମିତି ନାକେଦମ କଲା ଇଂଲଣ୍ଡ
୧୫୯ ରନର ଟାର୍ଗେଟ ପିଛା କରି ଇଂଲଣ୍ଡର ଆରମ୍ଭ ଖରାପ ହୋଇଥିଲା, ମାତ୍ର ୮ ରନରେ ଓପନର ଜୋସ୍ ବଟଲରଙ୍କୁ ହରାଇ ଦେଇଥିଲେ। ଫିଲ୍ ସଲ୍ଟ ଏବଂ ହ୍ୟାରି ବ୍ରୁକ୍ ମିଳିତ ଭାବରେ ଭାରତୀୟ ବୋଲରମାନଙ୍କୁ ପରାସ୍ତ କରିଥିଲେ । ସଲ୍ଟ ୪୨ ବଲରୁ ୯ ଚୌକା ଏବଂ ଗୋଟିଏ ଛକା ସହିତ ଅପରାଜିତ ୫୯ ରନ କରିଥିଲେ। ଏହି ସମୟରେ ହ୍ୟାରି ବ୍ରୁକ୍ ୩୫ ବଲରୁ ୮ ଚୌକା ଏବଂ ୪ ଛକା ସହିତ ୭୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ । ଏହା ସହିତ ଇଂଲଣ୍ଡ ଏକତରଫା ଭାବରେ ୧୫୯ ରନର ଲକ୍ଷ୍ୟ ହାସଲ କରି ୧୩.୫ ଓଭରରେ ମାତ୍ର ଗୋଟିଏ ୱିକେଟ ହରାଇ ସିରିଜ ହାତେଇଥିଲା ।

ପଢନ୍ତୁ ଏହି ଖବର: ଅଚାନକ ବଡ଼ ନିଷ୍ପତ୍ତି ନେଲେ ସାମସନ୍‌, ଖେଳିବେନି ଏହି ଟି-୨୦ ଲିଗ୍‌

  • ଟିମ ଇଣ୍ଡିଆ ନାଁରେ ଅଲୋଡା ରେକର୍ଡ
ଟି-୨୦ ଅନ୍ତର୍ଜାତୀୟ କ୍ରିକେଟର ୨୦ ବର୍ଷର ଇତିହାସରେ ଏହା ପ୍ରଥମ ଥର ଯେବେ ଭାରତ ୧୦୦ କିମ୍ବା ତା’ଠାରୁ ଅଧିକ ରନର ବିଶାଳ ବ୍ୟବଧାନରେ ଟି-୨୦ ମ୍ୟାଚ୍ ହାରିଛି । ୨୦୨୬ ମାର୍ଚ୍ଚରେ ତୃତୀୟ ଥର ପାଇଁ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ଟାଇଟଲ ଜିତିବା ପରଠାରୁ, ଭାରତ ଶେଷ ୫ଟି ମ୍ୟାଚ୍ ମଧ୍ୟରୁ ୪ଟି ପରାସ୍ତ ହୋଇଛି ଏବଂ ଏପର୍ଯ୍ୟନ୍ତ ପ୍ରଥମ ବିଜୟ ଅପେକ୍ଷାରେ ଅଛି । ନଟିଂହାମରେ ଇଂଲଣ୍ଡ ବିପକ୍ଷରେ ପରାଜୟ ପୂର୍ବରୁ ଟି-୨୦ ମ୍ୟାଚରେ ଭାରତର ସବୁଠାରୁ ବଡ଼ ପରାଜୟ ୮୦ ରନ ବ୍ୟବଧାନରେ ଥିଲା । ୨୦୧୯ ଫେବୃଆରୀ ୬ରେ ୱେଲିଂଟନରେ ନ୍ୟୁଜିଲାଣ୍ଡ ଭାରତକୁ ୮୦ ରନରେ ପରାସ୍ତ କରିଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored