India beat Afghanistan / ଆଫଗାନିସ୍ତାନକୁ ୧୭୦ ରନ୍ରେ ହରାଇଲା ଭାରତ, ୨-୦ରେ ସିରିଜ୍ ଜିତିଲା ଗିଲ୍ ବାହିନୀ
·1 hour ago·2 min read

Key Points
ଗିଲ୍-ଇଶାନଙ୍କ ତୁଫାନୀ ଶତକ
ଆଫଗାନିସ୍ତାନ ଉପରେ ଭାରତର ବିଶାଳ ବିଜୟ
୨-୦ରେ ସିରିଜ୍ ଜିତିଲା ଭାରତ
ଆଫଗାନିସ୍ତାନ ଉପରେ ଭାରତର ବିଶାଳ ବିଜୟ
୨-୦ରେ ସିରିଜ୍ ଜିତିଲା ଭାରତ
ଆଫଗାନିସ୍ତାନକୁ ୧୭୦ ରନ୍ରେ ପରାସ୍ତ କଲା ଟିମ୍ ଇଣ୍ଡିଆ । ଦ୍ବିତୀୟ ଦିନିକିଆରେ ଶୁବମନ ଗିଲ୍ଙ୍କ ନେତୃତ୍ବରେ ଭାରତ ଆଫଗାନିସ୍ତାନକୁ ପରାସ୍ତ କରି ସିରିଜ୍କୁ ନିଜ ନାମରେ କରିଛି । ବୁଧବାର ଲକ୍ଷ୍ନୌର ଏକାନ୍ନା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୪୯.୫ ଓଭରରେ ୪୦୨ ରନ୍ କରି ଅଲଆଉଟ୍ ହୋଇଥିଲା । ଏହି ଟାର୍ଗେଟ୍କୁ ପିଛା କରି ଆଫଗାନିସ୍ତାନ ୪୪.୩ ଓଭରରେ ୨୩୨ ରନ୍ କରି ଅଲଆଉଟ୍ ହୋଇଥିଲା । ଦଳ ୯ ୱିକେଟ୍ ହରାଇଥିଲା, କାରଣ ଦାର୍ୱିଶ ରସୁଲି ଆଘାତ ଯୋଗୁଁ ବ୍ୟାଟିଂକୁ ଫେରିପାରି ନଥିଲେ ।
ପ୍ରଥମେ ବ୍ୟାଟିଂ କରି ଭାରତ ଆଫଗାନିସ୍ତାନ ବିପକ୍ଷରେ ବଡ଼ ସ୍କୋର କରିଥିଲା । ଭାରତ ପକ୍ଷରୁ ଅଧିନାୟକ ଶୁବମନ ଗିଲ୍ ୧୧୦ ବଲ୍ରୁ ସର୍ବାଧିକ ୧୫୪ ରନ୍ କରିଥିଲେ, ଯେଉଁଥିରେ ୨୨ ଚୌକା ଏବଂ ଦୁଇଟି ଛକା ରହିଥିଲା । ଇଶାନ କିଶାନ ମଧ୍ୟ ୭୯ ବଲରୁ ୧୪ ଚୌକା ଏବଂ ସାତ ଛକା ସହ ୧୨୫ ରନ୍ କରିଥିଲେ । ଏହି ଦୁଇ ବ୍ୟାଟ୍ସମ୍ୟାନ୍ଙ୍କ ଚମତ୍କାର ଇନିଂସ ପାଇଁ ଟିମ୍ ଇଣ୍ଡିଆ ୪୦୦ ରନ୍ ଅତିକ୍ରମ କରିଥିଲା ।
ଗିଲ୍ ଏବଂ ଇଶାନ୍ ବ୍ୟତୀତ ଯଶସ୍ୱୀ ଜୟସ୍ୱାଲ୍ ୪ ରନ୍, ରୋହିତ ଶର୍ମା ୪୮ ରନ୍, ଶ୍ରେୟସ୍ ଆୟର୍ ୨୬ ରନ୍, ୱାଶିଂଟନ୍ ସୁନ୍ଦର ୧୯ ରନ୍, ଗୁରନୁର ବ୍ରାର ୩ ରନ୍, ଅର୍ଶଦୀପ ସିଂହ ୩ ରନ୍, ପ୍ରିନ୍ସ ଯାଦବ ୫ ରନ୍ ଏବଂ କୁଲଦୀପ ଯାଦବ ଅପରାଜିତ ୩ ରନ୍ କରିଥିଲେ । କେଏଲ ରାହୁଲ ଜିରୋରେ ଆଉଟ୍ ହୋଇଥିଲେ ।
ଟାର୍ଗେଟ୍ କରିବାକୁ ଆସି ଆଫଗାନିସ୍ତାନ ବଡ଼ ସ୍କୋର ଆଗରେ ସମ୍ପୂର୍ଣ୍ଣ ବିଫଳ ଦେଖାଯାଉଥିଲା । ଦଳ ପାଇଁ ରହମତ୍ ଶାହ ସର୍ବାଧିକ ୭୯ ରନ୍ କରିଥିଲେ । ଭାରତ ପାଇଁ ଅର୍ଶଦୀପ ସିଂହ ଏବଂ ଗୁରନୁର ବ୍ରାର ସର୍ବାଧିକ ୩ ୱିକେଟ୍ ଅକ୍ତିଆର କରିଥିଲେ । ସେହିପରି ଡେବ୍ୟୁଟାଣ୍ଟ୍ ପ୍ରିନ୍ସ ଯାଦବ ୨ ୱିକେଟ୍ ଓ ଓ୍ବାଶିଂଟନ୍ ସୁନ୍ଦର ୧ ଓ୍ବିକେଟ ନେଇଥିଲେ ।

A clinical performance to seal the series! 🙌#TeamIndia register a massive 170-run victory in the 2nd ODI to take an unassailable 2-0 lead 👏
— BCCI (@BCCI) June 17, 2026
Updates ▶️ https://t.co/JYJ5l44iJ6#INDvAFG | @IDFCFIRSTBank pic.twitter.com/vqLlFxbQyj
ଗିଲ୍ ଏବଂ ଇଶାନ୍ ବ୍ୟତୀତ ଯଶସ୍ୱୀ ଜୟସ୍ୱାଲ୍ ୪ ରନ୍, ରୋହିତ ଶର୍ମା ୪୮ ରନ୍, ଶ୍ରେୟସ୍ ଆୟର୍ ୨୬ ରନ୍, ୱାଶିଂଟନ୍ ସୁନ୍ଦର ୧୯ ରନ୍, ଗୁରନୁର ବ୍ରାର ୩ ରନ୍, ଅର୍ଶଦୀପ ସିଂହ ୩ ରନ୍, ପ୍ରିନ୍ସ ଯାଦବ ୫ ରନ୍ ଏବଂ କୁଲଦୀପ ଯାଦବ ଅପରାଜିତ ୩ ରନ୍ କରିଥିଲେ । କେଏଲ ରାହୁଲ ଜିରୋରେ ଆଉଟ୍ ହୋଇଥିଲେ ।
ଟାର୍ଗେଟ୍ କରିବାକୁ ଆସି ଆଫଗାନିସ୍ତାନ ବଡ଼ ସ୍କୋର ଆଗରେ ସମ୍ପୂର୍ଣ୍ଣ ବିଫଳ ଦେଖାଯାଉଥିଲା । ଦଳ ପାଇଁ ରହମତ୍ ଶାହ ସର୍ବାଧିକ ୭୯ ରନ୍ କରିଥିଲେ । ଭାରତ ପାଇଁ ଅର୍ଶଦୀପ ସିଂହ ଏବଂ ଗୁରନୁର ବ୍ରାର ସର୍ବାଧିକ ୩ ୱିକେଟ୍ ଅକ୍ତିଆର କରିଥିଲେ । ସେହିପରି ଡେବ୍ୟୁଟାଣ୍ଟ୍ ପ୍ରିନ୍ସ ଯାଦବ ୨ ୱିକେଟ୍ ଓ ଓ୍ବାଶିଂଟନ୍ ସୁନ୍ଦର ୧ ଓ୍ବିକେଟ ନେଇଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories