Videos
|
Sports

India vs Pakistan U19 Final / U19 ଏସିଆ କପ୍‌ ଫାଇନାଲରେ ଭାରତ, ନଭେମ୍ବର ୧୪ରେ ପାକିସ୍ତାନ ସହ ଟ୍ରଫି ଲଢ଼େଇ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
U19 ଏସିଆ କପ୍‌ ଫାଇନାଲରେ ଭାରତ, ନଭେମ୍ବର ୧୪ରେ ପାକିସ୍ତାନ ସହ ଟ୍ରଫି ଲଢ଼େଇ
India vs Pakistan U19 Final

Key Points

ଭାରତର ବଡ଼ ବିଜୟ
ଏବେ ଫାଇନାଲ୍‌ରେ ପାକିସ୍ତାନକୁ ଦେବ କଡ଼ା ଟକ୍କର
ଲିଗ୍‌ ମ୍ୟାଚ୍‌ର ପ୍ରତିଶୋଧ ନେବ ଭାରତ



ACC ପୁରୁଷ ଅଣ୍ଡର-୧୯ ଏସିଆ କପ୍ ୨୦୨୬ର ଫାଇନାଲରେ ପହଞ୍ଚିଛି ଭାରତ । ଗୁରୁବାର ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଆଫଗାନିସ୍ତାନକୁ ୮ ୱିକେଟ୍‌ରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଅଲ୍ ଆମେରାତ୍‌ର ଅଲ୍ ଆମେରାତ୍ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ୨୨୮ ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତ ମାତ୍ର ୩୬.୫ ଓଭରରେ ହାସଲ କରିନେଇଥିଲା ।

ଏବେ ନଭେମ୍ବର ୧୪ ତାରିଖ ଖେଳାଯିବାକୁ ଥିବା ଫାଇନାଲରେ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ । ପ୍ରଥମ ସେମିଫାଇନାଲରେ ବାଂଲାଦେଶକୁ ୯ ୱିକେଟ୍‌ରେ ହରାଇ ପାକିସ୍ତାନ ଫାଇନାଲରେ ପହଞ୍ଚିଛି । ତେବେ ଗ୍ରୁପ୍ ପର୍ଯ୍ୟାୟରେ ଭାରତ ପାକିସ୍ତାନଠାରୁ ୩ ୱିକେଟ୍‌ରେ ପରାସ୍ତ ହୋଇଥିଲା । ଏବେ ସେହି ପରାଜୟର ପ୍ରତିଶୋଧ ନେବା ସହ ଟ୍ରଫି ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଭାରତୀୟ ଦଳ ।

ଲକ୍ଷ୍ୟ ଓ ଆର୍ଯ୍ୟବୀରଙ୍କ ଧମାକାଦାର ବ୍ୟାଟିଂ

୨୨୮ ରନ୍‌ର ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳ ଆକ୍ରମଣାତ୍ମକ ଆରମ୍ଭ କରିଥିଲା । ଅଧିନାୟକ ଲକ୍ଷ୍ୟ ରାୟଚନ୍ଦାନୀ ଓ ଆର୍ଯ୍ୟବୀର ସେହୱାଗ ପ୍ରଥମ ୱିକେଟ୍ ପାଇଁ ୧୧୭ ରନ୍‌ର ଦମଦାର ଭାଗୀଦାରି କରିଥିଲେ । ଲକ୍ଷ୍ୟ ଆରମ୍ଭରୁ ଚୌକା ମାରି ଆଫଗାନିସ୍ତାନ ବୋଲରଙ୍କ ଉପରେ ଚାପ ସୃଷ୍ଟି କରିଥିବା ବେଳେ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କ୍ରିଜ୍‌ରେ କିଛି ସମୟ ରହିବା ପରେ ଆର୍ଯ୍ୟବୀର ବଡ଼ ବଡ଼ ସଟ୍ ଖେଳିଥିଲେ । ଛକା ମାରି ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । କିନ୍ତୁ ପରବର୍ତ୍ତୀ ବଲ୍‌ରେ ଆଉଟ୍ ହୋଇଯାଇଥିଲେ । ସେ ୫୭ଟି ବଲ୍‌ରେ ୪ଟି ଛକା ଓ ୪ଟି ଚୌକା ସହ ୫୧ ରନ୍ କରିଥିଲେ। ନୂର ଅଲୀ ନିୟାଜୀ ତାଙ୍କ ୱିକେଟ୍ ନେଇଥିଲେ ।

ଲକ୍ଷ୍ୟଙ୍କ ୯୩ ଓ ବିନୀତଙ୍କ ଅପରାଜିତ ୫୭ ରନ୍

ଆର୍ଯ୍ୟବୀର ଆଉଟ୍ ହେବା ପରେ ଅଧିନାୟକ ଲକ୍ଷ୍ୟ ରାୟଚନ୍ଦାନୀ ଓ ଭି.କେ. ବିନୀତ ଦ୍ୱିତୀୟ ୱିକେଟ୍ ପାଇଁ ୭୭ ରନ୍‌ର ପାର୍ଟନରସିପ୍‌ କରି ମ୍ୟାଚ୍‌କୁ ଭାରତ ସପକ୍ଷରେ ଏକପାଖିଆ କରିଦେଇଥିଲେ ।

ଲକ୍ଷ୍ୟ ୯୦ଟି ବଲ୍‌ରେ ୧୩ଟି ଚୌକା ଓ ଗୋଟିଏ ଛକା ସହ ୯୩ ରନ୍‌ର ଚମତ୍କାର ଇନିଂସ ଖେଳିଥିଲେ । ତେବେ ସେ ମାତ୍ର ୭ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ । ଅନ୍ୟପଟେ ବିନୀତ ୬୨ଟି ବଲ୍‌ରେ ୫ଟି ଚୌକା ଓ ଗୋଟିଏ ଛକା ସହ ଅପରାଜିତ ୫୭ ରନ୍ କରିଥିଲେ । ଯଶବର୍ଦ୍ଧନ ଚୌହାନ ୧୬ ରନ୍ କରି ଅପରାଜିତ ରହିଥିଲେ ।

ଆଫଗାନିସ୍ତାନ କରିଥିଲା ୨୨୭ ରନ୍

ଏହି ମ୍ୟାଚ୍‌ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୨୭ ରନ୍ କରିଥିଲା । ଆଫଗାନିସ୍ତାନ ପକ୍ଷରୁ ୱିକେଟ୍‌କିପର ବ୍ୟାଟ୍ସମ୍ୟାନ୍‌ ନୋମାନ ସଲାରଜାଇ ଓ ଶାହ ଫୈସଲ ରହିମି ୫୧-୫୧ ରନ୍ କରିଥିଲେ । ଅଧିନାୟକ ସୋହେଲ ଖାନ୍ ଅପରାଜିତ ୩୬ ରନ୍ ଏବଂ ସୁଭାନ ଜଖେଲ ୩୧ ରନ୍‌ର ଉପଯୋଗୀ ଇନିଂସ ଖେଳିଥିଲେ ।

ଭାରତ ପକ୍ଷରୁ ଦ୍ରୁତ ବୋଲର ଈଶାନ ସୁଦ୍ ୩ଟି ୱିକେଟ୍ ନେଇଥିବା ବେଳେ ଆର୍ଯ୍ୟନ ସାୱସାନୀ ୨ଟି ୱିକେଟ୍ ହାସଲ କରିଥିଲେ। ସେହିପରି କାବ୍ୟ ପଟେଲ, ଯଶବର୍ଦ୍ଧନ ଚୌହାନ ଓ ଅର୍ଜୁନ ରାଜପୁତ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ଫାଇନାଲରେ ପାକିସ୍ତାନକୁ ଭେଟିବ ଭାରତ

ଏବେ ନଭେମ୍ବର ୧୪ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଟାଇଟଲ୍ ଲଢ଼େଇ ହେବ । ଗ୍ରୁପ୍ ପର୍ଯ୍ୟାୟରେ ପାକିସ୍ତାନଠାରୁ ପରାଜୟର ସାମ୍ନା କରିଥିବା ଭାରତୀୟ ଯୁବ ଦଳ ପାଇଁ ଏହା ଏକ ବଡ଼ ସୁଯୋଗ । ଏବେ ଫାଇନାଲରେ ବିଜୟୀ ହୋଇ ଏସିଆ କପ୍ ଟ୍ରଫି ହାତେଇବା ଉପରେ ସମସ୍ତଙ୍କ ନଜର ରହିବ ।