India vs Australia / ଟିମ୍ ଇଣ୍ଡିଆର 'ସୁନ୍ଦର' ବିଜୟ, ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ହରାଇଲା ଭାରତ
·8 months ago·2 min read

Key Points
ତୃତୀୟ ଟି ଟ୍ବେଣ୍ଟିରେ ଅଷ୍ଟ୍ରେଲିଆକୁ ମାତ୍ ଦେଲା ଭାରତ
୫ ୱିକେଟରେ ମ୍ୟାଚ୍ ଜିତିଲା ଟିମ୍ ଇଣ୍ଡିଆ
୧୮୭ ଟାର୍ଗେଟ୍କୁ ୯ ବଲ୍ ବାକି ଥାଇ ହାସଲ କଲା ଭାରତ
୫ ୱିକେଟରେ ମ୍ୟାଚ୍ ଜିତିଲା ଟିମ୍ ଇଣ୍ଡିଆ
୧୮୭ ଟାର୍ଗେଟ୍କୁ ୯ ବଲ୍ ବାକି ଥାଇ ହାସଲ କଲା ଭାରତ
ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟି-୨୦ ମ୍ୟାଚ୍ରେ ଭାରତର ବଡ଼ ବିଜୟ । ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ହରାଇଲା ଟିମ୍ ଇଣ୍ଡିଆ । ଓ୍ବାଶିଂଟନ ସୁନ୍ଦରଙ୍କ ଧୁଆଁଧାର ୪୯ ରନ୍ ଫଳରେ ଭାରତ ଏହି ମ୍ୟାଚ୍ରେ ବିଜୟ ଲାଭ କରିଛି । ଏହି ବିଜୟ ସହ ୫ ଟିକିଆ ସିରିଜ୍ର ୩ଟି ମ୍ୟାଚ୍ ପରେ ଏବେ ସିରିଜ୍ ୧-୧ରେ ବରାବର ରହିଛି ।
ଭାରତ-ଅଷ୍ଟ୍ରେଲିଆ ମଧ୍ୟ ଚାଲିଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ କାନବେରାରେ ଖେଳାଯାଇଥିଲା । ଏହି ମ୍ୟାଚ୍ ବର୍ଷା କାରଣରୁ ମାତ୍ର ୯ ଓଭର ଖେଳାଯାଇଥିଲା । ବର୍ଷା କାରଣରୁ ଏହି ମ୍ୟାଚ୍ ବାତିଲ ହୋଇଥିଲା । ସେହିପରି ସିରିଜର ଦ୍ବିତୀୟ ମ୍ୟାଚ୍ ମେଲବର୍ଣ୍ଣରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । ଅଭିଷେକ ଶର୍ମା ଓ ହର୍ଷିତ ରାଣାଙ୍କ ବ୍ୟତୀତ ଅନ୍ୟ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁପାରି ନଥିଲେ । ଯାହାଫଳରେ ଭାରତ ମାତ୍ର ୧୨୫ ରନ୍ କରି ଅଲଆଉଟ ହୋଇଥିଲା । ଭାରତ ପକ୍ଷରୁ ଏହି ମ୍ୟାଚ୍ରେ ଅଭିଷେକ ଶାର୍ମ ସର୍ବାଧିକ ୬୮ ରନ୍ କରିଥିଲେ । ୧୨୬ ରନ୍ର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ସହଜରେ ଏହି ମ୍ୟାଚ୍କୁ ନିଜ ନାଁରେ କରିନେଇଥିଲା ।
ସୂଚନା ଅନୁସାରେ, ଅଷ୍ଟ୍ରେଲିଆର ହୋବାର୍ଟରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍ରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୮୬ ରନ୍ କରିଥିଲା । ଆରମ୍ଭରୁ ଓ୍ବିକେଟ ଯିବା ସତ୍ତ୍ବେ ଟିମ୍ ଡେଭିଡ୍ ଓ ଷ୍ଟୋଇନିକ୍ସ ଦମଦାର ଇନିଂସ ଖେଳିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଡେଭିଡ୍ ୭୪ ରନ୍ କରିଥିବା ବେଳେ ଷ୍ଟୋଇନିକ୍ସ ୬୪ ରନ୍ କରିଥିଲେ । ଭାରତ ପକ୍ଷରୁ ଅର୍ଶଦୀପ ସିଂ ସର୍ବାଧିକ ୩ଟି ଓ୍ବିକେଟ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତୀ ୨ଟି ଓ୍ବିକେଟ୍ ଅକ୍ତିଆର କରିଥିଲେ ।Game. Set. Done ✅
— BCCI (@BCCI) November 2, 2025
Washington Sundar (49*) and Jitesh Sharma (22*) guide #TeamIndia to a 5-wicket victory in Hobart. 🙌
Scorecard ▶https://t.co/X5xeZ0LEfC #AUSvIND | @Sundarwashi5 | @jiteshsharma_ pic.twitter.com/gRXlryFeEE
ଅଧିକ ପଢ଼ନ୍ତୁ: ମହିଳା ବିଶ୍ବକପ୍ ଫାଇନାଲ: ଟସ୍ ଜିତିଲା ଦକ୍ଷିଣ ଆଫ୍ରିକା, ବ୍ୟାଟିଂ କରିବ ଭାରତ
୧୮୭ ରନ୍ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ଆରମ୍ଭରୁ ହିଁ ଆକ୍ରମଣାତ୍ମ ବ୍ୟାଟିଂ କରିଥିଲା । ସମସ୍ତ ବ୍ୟାଟ୍ସମ୍ୟାନ୍ ଭଲ ଆରମ୍ଭ କରିଥିଲେ ବି କେହି ଏହାକୁ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ । କିନ୍ତୁ ଓ୍ବାଶିଂଟନ ସୁନ୍ଦରଙ୍କ ଦମଦାର ଇନିଂସ ଫଳରେ ଭାରତ ଏହି ମ୍ୟାଚ୍କୁ ୫ ଓ୍ବିକେଟରେ ବିଜୟଲାଭ କରିଥିଲା । ଭାରତ ପକ୍ଷରୁ ଓ୍ବାଶିଂଟନ୍ ସୁନ୍ଦର ୪୯ ରନ୍ କରିଥିବା ବେଳେ ତିଲକ ବର୍ମା ୨୯ ରନ୍ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ନାଥନ୍ ଇଲିସ୍ ୩ଟି ଓ୍ବିକେଟ ଅକ୍ତିଆର କରିଥିଲେ ।ଭାରତ-ଅଷ୍ଟ୍ରେଲିଆ ମଧ୍ୟ ଚାଲିଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ କାନବେରାରେ ଖେଳାଯାଇଥିଲା । ଏହି ମ୍ୟାଚ୍ ବର୍ଷା କାରଣରୁ ମାତ୍ର ୯ ଓଭର ଖେଳାଯାଇଥିଲା । ବର୍ଷା କାରଣରୁ ଏହି ମ୍ୟାଚ୍ ବାତିଲ ହୋଇଥିଲା । ସେହିପରି ସିରିଜର ଦ୍ବିତୀୟ ମ୍ୟାଚ୍ ମେଲବର୍ଣ୍ଣରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । ଅଭିଷେକ ଶର୍ମା ଓ ହର୍ଷିତ ରାଣାଙ୍କ ବ୍ୟତୀତ ଅନ୍ୟ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁପାରି ନଥିଲେ । ଯାହାଫଳରେ ଭାରତ ମାତ୍ର ୧୨୫ ରନ୍ କରି ଅଲଆଉଟ ହୋଇଥିଲା । ଭାରତ ପକ୍ଷରୁ ଏହି ମ୍ୟାଚ୍ରେ ଅଭିଷେକ ଶାର୍ମ ସର୍ବାଧିକ ୬୮ ରନ୍ କରିଥିଲେ । ୧୨୬ ରନ୍ର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ସହଜରେ ଏହି ମ୍ୟାଚ୍କୁ ନିଜ ନାଁରେ କରିନେଇଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories