India Asia Cup Final / ବାଂଲାଦେଶକୁ ହରାଇ ଏସିଆ କପ୍ ଫାଇନାଲରେ ଟିମ୍ ଇଣ୍ଡିଆ, ଚମକିଲେ ଦୀପ୍ତି-ଶେଫାଳୀ
·38 mins ago·2 min read

Key Points
ଏସିଆ କପ୍ ଫାଇନାଲରେ ଭାରତ
ବାଂଲାଦେଶ ବିପକ୍ଷରେ ଚମତ୍କାର ବିଜୟ
ଚମକିଲେ ଦୀପ୍ତି-ଶେଫାଳୀ
ବାଂଲାଦେଶ ବିପକ୍ଷରେ ଚମତ୍କାର ବିଜୟ
ଚମକିଲେ ଦୀପ୍ତି-ଶେଫାଳୀ
ମହିଳା ଏସିଆ କପ୍ ଫାଇନାଲରେ ଭାରତ । ଏସିଆ କପ୍ ୨୦୨୬ର ସେମିଫାଇନାଲରେ ବାଂଲାଦେଶକୁ ୪୦ ରନ୍ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା କ୍ରିକେଟ୍ ଦଳ । ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ବାଂଲାଦେଶ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ।
ଅଧିକ ପଢ଼ନ୍ତୁ: ୨୦୨୭ ବିଶ୍ୱକପ୍ ଖେଳିବେ କି ରୋହିତ ଶର୍ମା ? ହିଟ୍ମ୍ୟାନ୍ ଦେଲେ ରହସ୍ୟମୟ ଉତ୍ତର
ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୪୯ ରନ୍ ସଂଗ୍ରହ କରିଥିଲା । ଭାରତର ଆରମ୍ଭ କିନ୍ତୁ ଭଲ ହୋଇନଥିଲା । ଫର୍ମରେ ଥିବା ସ୍ମୃତି ମନ୍ଧାନା ମାତ୍ର ୨ ରନ୍ କରି ଆଉଟ୍ ହୋଇଥିଲେ । ସେହିପରି ପ୍ରତିକା ରାୱଲ ମଧ୍ୟ ୨୪ ବଲ୍ରୁ ୨୦ ରନ୍ କରିଥିଲେ ।
ତେବେ ଶେଫାଳୀ ବର୍ମା ଜବରଦସ୍ତ ବ୍ୟାଟିଂ କରି ଭାରତର ଇନିଂସକୁ ସମ୍ଭାଳିଥିଲେ । ସେ ୪୦ ବଲ୍ରୁ ୬୪ ରନ୍ର ଦମଦାର ପାଳି ଖେଳିଥିଲେ । ଅଧିନାୟକ ହରମନପ୍ରୀତ କୌର ୨୮ ବଲ୍ରୁ ୨୪ ରନ୍ କରିଥିବା ବେଳେ ରିଚା ଘୋଷ ୨୧ ରନ୍ କରିଥିଲେ । ଶେଷ ଓଭରରେ ଦୀପ୍ତି ଶର୍ମା ମାତ୍ର ୬ ବଲ୍ରୁ ୧୩ ରନ୍ କରି ଭାରତକୁ ୧୪୯ ରନ୍ରେ ପହଞ୍ଚାଇଥିଲେ । ବାଂଲାଦେଶ ପକ୍ଷରୁ ସୁଲତାନା ଖାତୁନ୍ ୨ଟି ୱିକେଟ୍ ନେଇଥିଲେ ।
୧୫୦ ରନ୍ର ବିଜୟ ଲକ୍ଷ୍ୟର ପିଛା କରି ବାଂଲାଦେଶ ଭଲ ଆରମ୍ଭ କରିଥିଲା । କିନ୍ତୁ ଶ୍ରୀ ଚରଣୀ ଭାରତକୁ ପ୍ରଥମ ସଫଳତା ଦେବା ପରେ ଭାରତୀୟ ବୋଲରମାନେ ବାଂଲାଦେଶ ଉପରେ ଚାପ ବଢ଼ାଇଥିଲେ । ବାଂଲାଦେଶ ପକ୍ଷରୁ ଦିଲାରା ଅଖତର ୨୧ ରନ୍, ସୋଭନା ମୋସ୍ତାରୀ ୧୮ ରନ୍ ଏବଂ ଅଧିନାୟକ ନିଗାର ସୁଲତାନା ୧୯ ରନ୍ କରିଥିଲେ । ଶୋର୍ଣ୍ଣା ଅଖତର ୨୨ ରନ୍ କରି ଅପରାଜିତ ରହିଥିଲେ । ତଥାପି ବାଂଲାଦେଶ ୨୦ ଓଭରରେ ୭ ୱିକେଟ୍ ହରାଇ ମାତ୍ର ୧୦୯ ରନ୍ କରିପାରିଥିଲା ।
ଭାରତ ପକ୍ଷରୁ ଦୀପ୍ତି ଶର୍ମା ଘାତକ ବୋଲିଂ କରି ୩ଟି ୱିକେଟ୍ ହାସଲ କରିଥିଲେ । ନନ୍ଦିନୀ ଶର୍ମା ୨ଟି ୱିକେଟ୍ ନେଇଥିବା ବେଳେ ଶ୍ରୀ ଚରଣୀ ଓ ପ୍ରେମା ରାୱତ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

Marching into the Final! 🇮🇳
— BCCI Women (@BCCIWomen) September 10, 2026
A dominant display by #TeamIndia as they win by 4️⃣0️⃣ runs to seal their spot in the Final of the #WomensAsiaCup 🥳
Scorecard ▶️ https://t.co/6OyMx9q1ih#INDvBAN pic.twitter.com/MtVYlVDv8n
ତେବେ ଶେଫାଳୀ ବର୍ମା ଜବରଦସ୍ତ ବ୍ୟାଟିଂ କରି ଭାରତର ଇନିଂସକୁ ସମ୍ଭାଳିଥିଲେ । ସେ ୪୦ ବଲ୍ରୁ ୬୪ ରନ୍ର ଦମଦାର ପାଳି ଖେଳିଥିଲେ । ଅଧିନାୟକ ହରମନପ୍ରୀତ କୌର ୨୮ ବଲ୍ରୁ ୨୪ ରନ୍ କରିଥିବା ବେଳେ ରିଚା ଘୋଷ ୨୧ ରନ୍ କରିଥିଲେ । ଶେଷ ଓଭରରେ ଦୀପ୍ତି ଶର୍ମା ମାତ୍ର ୬ ବଲ୍ରୁ ୧୩ ରନ୍ କରି ଭାରତକୁ ୧୪୯ ରନ୍ରେ ପହଞ୍ଚାଇଥିଲେ । ବାଂଲାଦେଶ ପକ୍ଷରୁ ସୁଲତାନା ଖାତୁନ୍ ୨ଟି ୱିକେଟ୍ ନେଇଥିଲେ ।
୧୫୦ ରନ୍ର ବିଜୟ ଲକ୍ଷ୍ୟର ପିଛା କରି ବାଂଲାଦେଶ ଭଲ ଆରମ୍ଭ କରିଥିଲା । କିନ୍ତୁ ଶ୍ରୀ ଚରଣୀ ଭାରତକୁ ପ୍ରଥମ ସଫଳତା ଦେବା ପରେ ଭାରତୀୟ ବୋଲରମାନେ ବାଂଲାଦେଶ ଉପରେ ଚାପ ବଢ଼ାଇଥିଲେ । ବାଂଲାଦେଶ ପକ୍ଷରୁ ଦିଲାରା ଅଖତର ୨୧ ରନ୍, ସୋଭନା ମୋସ୍ତାରୀ ୧୮ ରନ୍ ଏବଂ ଅଧିନାୟକ ନିଗାର ସୁଲତାନା ୧୯ ରନ୍ କରିଥିଲେ । ଶୋର୍ଣ୍ଣା ଅଖତର ୨୨ ରନ୍ କରି ଅପରାଜିତ ରହିଥିଲେ । ତଥାପି ବାଂଲାଦେଶ ୨୦ ଓଭରରେ ୭ ୱିକେଟ୍ ହରାଇ ମାତ୍ର ୧୦୯ ରନ୍ କରିପାରିଥିଲା ।
ଭାରତ ପକ୍ଷରୁ ଦୀପ୍ତି ଶର୍ମା ଘାତକ ବୋଲିଂ କରି ୩ଟି ୱିକେଟ୍ ହାସଲ କରିଥିଲେ । ନନ୍ଦିନୀ ଶର୍ମା ୨ଟି ୱିକେଟ୍ ନେଇଥିବା ବେଳେ ଶ୍ରୀ ଚରଣୀ ଓ ପ୍ରେମା ରାୱତ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories