World Cup / ୭ ରନ୍ରେ ଜିତିଲେ, ଖସିଲା ୭ ୱିକେଟ୍; ସେମିଫାଇନାଲ୍ରେ ଭାରତ ବିଜୟୀ ହେବାର 'ଥାଲା' କନେକ୍ସନ୍ ?
·4 months ago·2 min read

Key Points
ଭାରତ-ଇଂଲଣ୍ଡ ମ୍ୟାଚ୍ ବେଳେ ଧୋନିଙ୍କ ଉପସ୍ଥିତି, ତାଙ୍କ ସ୍ପେଶାଲ୍ ନମ୍ବର ୭ ସହ ମ୍ୟାଚ୍ ଯୋଡ଼ି ହୋଇଛି । କାରଣ ଭାରତ ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ୨୦ ଓଭର୍ରେ ୭ ୱିକେଟ୍ ହରାଇ ୨୫୩ ରନ୍ ସ୍କୋର୍ କରିଥିଲା ।
ମୁମ୍ବାଇ: ୱାଙ୍ଖେଡ଼େ ଷ୍ଟାଡିୟମ୍ରେ ଗୁରୁବାର ଖେଳା ଯାଇଥିବା ଟି-ଟ୍ଵେଣ୍ଟି ବିଶ୍ଵକପ୍ର ସେମିଫାଇନାଲ୍ରେ ଇଂଲଣ୍ଡକୁ ଭାରତ ୭ ରନ୍ରେ ହରାଇଛି । ସେମିଫାଇନାଲ୍ ମୁକାବିଲା ବେଶ ରୋମାଞ୍ଚକର ରହିଥିବା ବେଳେ ଏବେ ନମ୍ବର ୭କୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସ୍ପେଶାଲ ନମ୍ବର ବି ୭ ।
ଇଂଲଣ୍ଡ-ଭାରତ ସେମିଫାଇନାଲ ମ୍ୟାଚ୍ ଉପଭୋଗ କରିବାକୁ ମାହି ମଧ୍ୟ ୱାଙ୍ଖେଡ଼େ ଷ୍ଟାଡିୟମ୍ରେ ପହଞ୍ଚିଥିଲେ । ଧୋନିଙ୍କ ସହ ରୋହିତ ଶର୍ମା ଆଲୋଚନା କରୁଥିବା ମ୍ୟାଚ୍ ବେଳେ ଦେଖିବାକୁ ମିଳିଥିଲା । ୱାଙ୍ଖେଡ଼େ ଷ୍ଟାଡିୟମ୍ ଧୋନିଙ୍କ ପାଇଁ ଗୁରୁତ୍ଵ ରଖେ । କାରଣ ଧୋନିଙ୍କ ନେତୃତ୍ଵରେ ଭାରତ ୱାଙ୍ଖେଡ଼େର ଜିତିଥିଲା ୨୦୧୧ ବିଶ୍ଵକପ୍ । ସେତେବେଳେ ଧୋନି ଛକା ମାରି ଭାରତକୁ ମ୍ୟାଚ୍ ଜିତାଇଥିଲେ ।
ଏଥିସହ ପଢ଼ନ୍ତୁ: ୩୪ ଛକା, ୩୯ ଚଉକା ଆଉ ୪୯୯ ରନ୍; ଭାରତ-ଇଂଲଣ୍ଡ ସେମିଫାଇନାଲ୍ରେ ହେଲା ଏସବୁ ରେକର୍ଡ
ଆଉ ଏବେ ଭାରତ-ଇଂଲଣ୍ଡ ମ୍ୟାଚ୍ ବେଳେ ଧୋନିଙ୍କ ଉପସ୍ଥିତି, ତାଙ୍କ ସ୍ପେଶାଲ୍ ନମ୍ବର ୭ ସହ ମ୍ୟାଚ୍ ଯୋଡ଼ି ହୋଇଛି । କାରଣ ଭାରତ ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ୨୦ ଓଭର୍ରେ ୭ ୱିକେଟ୍ ହରାଇ ୨୫୩ ରନ୍ ସ୍କୋର୍ କରିଥିଲା । ଜବାବରେ ଇଂଲଣ୍ଡ ୨୦ ଓଭର୍ରେ ୭ ୱିକେଟ୍ ହରାଇ ୨୪୬ ରନ୍ କରିବାରେ ସକ୍ଷମ ହୋଇଥିଲା । ଫଳରେ ଭାରତ ୭ ୱିକେଟ୍ରେ ସେମିଫାଇନାଲ୍ ଜିତି ଫାଇନାଲକୁ ଯାଇଛି ।
ଯାହାକୁ ନେଇ ସୋସିଆଲ୍ ମିଡିଆରା ମ୍ୟାଚ୍ ସହ 'ଥାନା କନେକ୍ସନ୍'କୁ ନେଇ ଆରମ୍ଭ ହୋଇ ଯାଇଛି ଚର୍ଚ୍ଚା । କାରଣ ଧୋନିଙ୍କ ଜର୍ସି ନମ୍ବର ମଧ୍ୟ ୭ । ଧୋନିଙ୍କ ଜନ୍ମଦିନ ଜୁଇଲା ୭ । ମ୍ୟାଚ୍ ଶେଷ ପରେ ରାଜସ୍ଥାନ ରୟାଲ୍ସ ଏକ ଫଟୋ ପୋଷ୍ଟ ସେୟାର କରି ଲେଖିଥିଲା- ଫର୍ ଏ ରିଜନ୍... ମ୍ୟାଚ୍ ସରୁ ସରୁ ଥାଲା ଫର୍ ଏ ରିଜନ୍ ଟ୍ରେଣ୍ଡ କରିଥିଲା ।
ଫ୍ୟାନ୍ସ ମଧ୍ୟ ସ୍କୋରବୋର୍ଡ ସଂଖ୍ୟା ଦେଖି ନମ୍ବର ୭କୁ ଧୋନିଙ୍କ ସହ ଯୋଡ଼ିଥିଲେ । କିଛି ୟୁଜର୍ ଲେଖିଛନ୍ତି, "ଧୋନି ଷ୍ଟାଡିୟମ୍ରେ ଥିଲେ, ଭାରତ ୭ ରନ୍ରେ ଜିତିଲା, ୭ ୱିକେଟ୍ ଖସିଲା... ଏହା କେବଳ ସଂଯୋଗ ନୁହେଁ, ଥାଲାଙ୍କ ନମ୍ବର କାମ କଲା ।"
ଥାଲା ଫର୍ ଏ ରିଜନ୍ ଫ୍ରେଜ୍ କ'ଣ ?
ଥାଲା ଫର୍ ଏ ରିଜନ୍ ଏକ ଲୋକପ୍ରିୟ ମିମ୍ ଫ୍ରେଜ । ଯାହାର ବ୍ୟବହାର ବିଶେଷକରି ମହେନ୍ଦ୍ର ସିଂହ ଧୋନି ଏବଂ ଚେନ୍ନାଇ ସୁପର କିଙ୍ଗ୍ସର ଫ୍ୟାନ୍ସ କରିଥାନ୍ତି । ଧୋନିଙ୍କୁ ଥାଲା ବୋଲି କୁହନ୍ତି । ତାମିଲ୍ରେ ଯାହାର ଅର୍ଥ ନେତା ବା ବସ୍ ଅଟେ ।
ଏଥିସହ ପଢ଼ନ୍ତୁ: ବିଶ୍ବକପ୍ ଫାଇନାଲରେ ଟିମ୍ ଇଣ୍ଡିଆ, ମ୍ୟାଚ୍ର ହିରୋ ସାଜିଲେ ବୁମରାହ ଓ ଅକ୍ଷର ପଟେଲ
ଅର୍ଥାତ୍ ଇଂଲଣ୍ଡ-ଭାରତ ମ୍ୟାଚ୍କୁ ଧୋନିଙ୍କ ସଫଳତା, ଭାଗ୍ୟ ଓ ଜର୍ସି ନମ୍ବର ୭ ସହ ତାଙ୍କ ଉପସ୍ଥିତିକୁ ନେଇ କ୍ରିକେଟ୍ ପ୍ରେମୀ ଭାରତର ବିଜୟ ସହ ଯୋଡ଼ିଛନ୍ତି । ସୌଭାଗ୍ୟକୁ ଭାରତ ୭ ରନ୍ରେ ହିଁ ଇଂଲଣ୍ଡ ଠାରୁ ସେମିଫାଇନାଲ୍ ମ୍ୟାଚ୍ ଜିତିଛି ।
ଇଂଲଣ୍ଡ ଠାରୁ ବିଜୟ ସହ ଭାରତ ଟି-ଟ୍ଵେଣ୍ଟି ବିଶ୍ଵକପ୍ର ଫାଇନାଲ୍ରେ ପହଞ୍ଚିଛି । ମାର୍ଚ୍ଚ ୮ରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଫାଇନାଲ୍ ଖେଳାଯିବ । ଯେଉଁଠି ଟ୍ରଫି ପାଇଁ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories