World Cup / ୩୪ ଛକା, ୩୯ ଚଉକା ଆଉ ୪୯୯ ରନ୍; ଭାରତ-ଇଂଲଣ୍ଡ ସେମିଫାଇନାଲ୍ରେ ହେଲା ଏସବୁ ରେକର୍ଡ
·4 months ago·2 min read

Key Points
ୱାଙ୍ଖେଡ଼େରେ ଖେଳା ଯାଇଥିବା ଭାରତ-ଇଂଲଣ୍ଡ ମୁକାବିଲାରେ ମୋଟ ୪୯୯ ରନ୍ ସ୍କୋର ହୋଇଛି । ଟି-ଟ୍ଵେଣ୍ଟି ବିଶ୍ଵକପ୍ ଇତିହାସର କୌଣସି ମ୍ୟାଚ୍ରେ ଏହା ହେଉଛି ସର୍ବାଧିକ ରନ୍ ।
ନୂଆଦିଲ୍ଲୀ: ICC ପୁରୁଷ ଟି-ଟ୍ଵେଣ୍ଟି ବିଶ୍ଵକପ୍ ୨୦୨୬ରେ ଗୁରୁବାର ଭାରତ-ଇଂଲଣ୍ଡ ମଧ୍ୟରେ ଦ୍ଵିତୀୟ ସେମିଫାଇନାଲ୍ ମୁକାବିଲା ଖେଳା ଯାଇଥିଲା । ମୁମ୍ବାଇର ୱାଙ୍ଖେଡ଼େରେ ଖେଳା ଯାଇଥିବା ଏହି ମ୍ୟାଚ୍ ଶେଷ ବଲ୍ ପର୍ଯ୍ୟନ୍ତ ଖେଳାଯାଇଛି । ଭାରତ ଅତି ରୋମାଞ୍ଚକର ଭାବେ ମ୍ୟାଚ୍କୁ ୭ ରନ୍ରେ ଜିତି ନେଇଛି ।
ଏବେ ଭାରତୀୟ ଦଳ ଆସନ୍ତା ରବିବାର ୮ ତାରିଖରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଫାଇନାଲ୍ ଖେଳିବ । ପୂର୍ବରୁ ନ୍ୟୁଜିଲାଣ୍ଡ ସେମିଫାଇନାଲ୍ରେ ଦକ୍ଷିଣ ଆଫ୍ରିକାକୁ ୯ ୱିକେଟ୍ରେ ହରାଇ ଫାଇନାଲ୍ରେ ପହଞ୍ଚି ସାରିଛି ।
ଏଥିସହ ପଢ଼ନ୍ତୁ: ବିଶ୍ବକପ୍ ଫାଇନାଲରେ ଟିମ୍ ଇଣ୍ଡିଆ, ମ୍ୟାଚ୍ର ହିରୋ ସାଜିଲେ ବୁମରାହ ଓ ଅକ୍ଷର ପଟେଲ
ୱାଙ୍ଖେଡ଼େରେ ଖେଳା ଯାଇଥିବା ଭାରତ-ଇଂଲଣ୍ଡ ମୁକାବିଲାରେ ମୋଟ ୪୯୯ ରନ୍ ସ୍କୋର ହୋଇଛି । ଟି-ଟ୍ଵେଣ୍ଟି ବିଶ୍ଵକପ୍ ଇତିହାସର କୌଣସି ମ୍ୟାଚ୍ରେ ଏହା ହେଉଛି ସର୍ବାଧିକ ରନ୍ । ଏହା ପୂର୍ବରୁ ଟି-ଟ୍ଵେଣ୍ଟି ବିଶ୍ଵକପ୍ ୨୦୧୬ରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମୁକାବିଲାରେ ମୋଟ ୪୫୯ ରନ୍ ହୋଇଥିଲା ।
ଦେଖିବାକୁ ଗଲେ ଏହା ଅନ୍ତର୍ଜାତୀୟ ଟି-ଟ୍ଵେଣ୍ଟି ମୁକାବିଲାରେ ଦ୍ଵିତୀୟ ହାଇସ୍କୋର୍ ମୁକାବିଲା । ହାଇସ୍କୋରିଂ ମାମଲାରେ ଦକ୍ଷିଣ ଆଫ୍ରିକା ବନାମ ୱେଷ୍ଟଇଣ୍ଡିଜ୍ ଶୀର୍ଷରେ ରହିଛନ୍ତି । ୨୦୨୩ରେ ସେଞ୍ଚୁରିଆନ୍ରେ ଖେଳା ଯାଇଥିବା ମ୍ୟାଚ୍ରେ ମୋଟ ୫୧୭ ରନ୍ ହୋଇଥିଲା ।
ଅନ୍ତର୍ଜାତୀୟ ଟି-ଟ୍ଵେଣ୍ଟିରେ ସର୍ବାଧିକ ରନ୍
୫୧୭- ଦକ୍ଷିଣ ଆଫ୍ରିକା ବନାମ ୱେଷ୍ଟଇଣ୍ଡିଜ୍, ସେଞ୍ଚୁରିଅନ, ୨୦୨୩
୪୯୯- ଭାରତ ବନାମ ଇଂଲଣ୍ଡ, ୱାଙ୍ଖେଡ଼େ, ୨୦୨୬
୪୯୬- ଭାରତ ବନାମ ନ୍ୟୁଜିଲାଣ୍ଡ, ଥିରୁବନନ୍ତପୁରମ, ୨୦୨୬
୪୮୯- ଭାରତ ବନାମ ୱେଷ୍ଟଇଣ୍ଡିଜ, ଲଣ୍ଡରହିଲ୍, ୨୦୧୬
୪୮୮- ନ୍ୟୁଜିଲାଣ୍ଡ ବନାମ ଅଷ୍ଟ୍ରେଲିଆ, ଅକଲାଣ୍ଡ, ୨୦୧୮
ଏଥିସହ ପଢ଼ନ୍ତୁ: ସେମିଫାଇନାଲରେ ସଞ୍ଜୁ–ଇଶାନଙ୍କ ଧମାକା, ଭାଙ୍ଗିଲା ୧୯ ବର୍ଷର ରେକର୍ଡ
ଛକାରେ ରେକର୍ଡ
ୱାଙ୍ଖେଡ଼େରେ ଖେଳା ଯାଇଥିବା ଭାରତ-ଇଂଲଣ୍ଡ ସେମିଫାଇନାଲ୍ରେ ଭାରତୀୟ ବ୍ୟାଟ୍ସମ୍ୟାନ ୧୯ଟି ଓ ଇଂଲଣ୍ଡ ଖେଳାଳି ୧୫ଟି ଛକା ମାରିଛନ୍ତି । ପ୍ରଥମଥର ଟି-ଟ୍ଵେଣ୍ଟି ବିଶ୍ଵକପ୍ରେ କୌଣସି ମ୍ୟାଚ୍ରେ ଏତେ ଛକା ବର୍ଷା ହୋଇଛି । ସେହିଭଳି ମୋଟ ୭୩ଟି ବଲ୍ ବାଉଣ୍ଡରି ପହଞ୍ଚିଛି । ଯେଉଁଥିରେ ୩୯ଟି ଚଉକା ଓ ୩୪ଟି ଛକା ରହିଛି । ଏହା ମଧ୍ୟ ଟି-ଟ୍ଵେଣ୍ଟି ବିଶ୍ଵକପ୍ରେ ସର୍ବାଧିକ । ୨୦୧୬ରେ ୱାଙ୍ଖେଡ଼ରେ ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ରେ ୬୧ଟି ବଲ୍ ବାଉଣ୍ଡରି ପାର୍ ବୋଇଥିଲା ।
ଇଂଲଣ୍ଡର ଯୁବ ବ୍ୟାଟର ଜ୍ୟାକବ ବେଥେଲ ସେମିଫାଇନାଲ୍ରେ ୧୦୫ ରନ୍ର ବିସ୍ଫୋରକ ପାଳି ଖେଳିଛନ୍ତି । ଟି-ଟ୍ଵେଣ୍ଟି ବିଶ୍ଵକପ୍ରେ ଇଂଲଣ୍ଡର ଚତୁର୍ଥ ଖେଳାଳି ଭାବେ ବେଥେଲ ଶତକ ହାସଲ କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories