India Hockey Victory / ଓଡ଼ିଆ ପୁଅଙ୍କ କମାଲ, ଜାପାନକୁ ହରାଇ ଭାରତ ଷଷ୍ଠ ଥର ଜିତିଲା ଏସିଆନ୍ ଚାମ୍ପିଅନ୍ସ ଟ୍ରଫି
·2 hours ago·3 min read

Key Points
ଏସିଆନ୍ ଚାମ୍ପିୟନ୍ସ ଟ୍ରଫି
ଭାରତର ଐତିହାସିକ ବିଜୟ
ଜାପାନକୁ ୪-୧ ଗୋଲ୍ରେ ହରାଇ ଷଷ୍ଠ ଥର ହେଲା ଚାମ୍ପିୟନ୍

ଭାରତୀୟ ହକି ଦଳର ପୁଣି ଏକ ଐତିହାସିକ ସଫଳତା । ଦମଦାର ପ୍ରଦର୍ଶନ କରି ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ୨୦୨୬ର ଟାଇଟଲ୍ ହାତେଇଛି ଟିମ୍ ଇଣ୍ଡିଆ । ଗୁରୁବାର ମୋହାଲିରେ ଖେଳାଯାଇଥିବା ଫାଇନାଲ୍ ମୁକାବିଲାରେ ଜାପାନକୁ ୪-୧ ଗୋଲ୍ରେ ପରାସ୍ତ କରି ଷଷ୍ଠ ଥର ପାଇଁ ଏହି ଟାଇଟଲ ନିଜ ନାମରେ କରିଛି । ତେବେ ଫାଇନାଲ ମ୍ୟାଚ୍ରେ ଦମଦାର ପ୍ରଦର୍ଶନ ପାଇଁ ଓଡ଼ିଆ ପୁଅ ଶିଳାନନ୍ଦ ଲାକ୍ରାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ମିଳିଛି ।
ତେବେ ଫାଇନାଲ୍ ମ୍ୟାଚ୍ର ଆରମ୍ଭ ଭାରତ ପାଇଁ ଭଲ ନଥିଲା । ମ୍ୟାଚ୍ର ତୃତୀୟ ମିନିଟ୍ରେ ହିଁ ଜାପାନ ପ୍ରଥମ ଗୋଲ୍ ଦେଇ ୧-୦ରେ ଆଗୁଆ ହୋଇଥିଲା । ଏହାପରେ ଭାରତୀୟ ଖେଳାଳିମାନେ ମ୍ୟାଚ୍କୁ ଫେରିବା ପାଇଁ ଅନେକ ଉଦ୍ୟମ କରିଥିଲେ ମଧ୍ୟ ପ୍ରଥମାର୍ଦ୍ଧରେ ଗୋଲ୍ କରିବାରେ ସଫଳ ହୋଇନଥିଲେ ।
ଏଥି ସହ ପଢନ୍ତୁ: ଅନ୍ତର୍ଜାତୀୟ ଫୁଟବଲ୍କୁ ରୋନାଲ୍ଡୋଙ୍କ ଅଲବିଦା, ପର୍ତ୍ତୁଗାଲ୍ ପାଇଁ ଆଉ ଖେଳିବେନି CR7
ମ୍ୟାଚ୍ର ୨୦ତମ ମିନିଟ୍ରେ ଜାପାନକୁ ଲଗାତାର ଦୁଇଟି ପେନାଲ୍ଟି କର୍ଣ୍ଣର ମିଳିଥିଲା । କିନ୍ତୁ ଭାରତୀୟ ଡିଫେନ୍ସର ଦୃଢ଼ ପ୍ରଦର୍ଶନ ଯୋଗୁଁ ଜାପାନ ଆଉ ଗୋଲ୍ କରିପାରିନଥିଲା । ନିଜର ୨୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଥିବା ଭାରତୀୟ ଉପ-ଅଧିନାୟକ ହାର୍ଦ୍ଦିକ ସିଂହ ମିଡ୍ଫିଲ୍ଡରେ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ଜରମନପ୍ରୀତ ସିଂହ ଡିଫେନ୍ସରେ ଦୃଢ଼ତା ଦେଖାଇଥିଲେ ।
ପ୍ରଥମାର୍ଦ୍ଧରେ ୦-୧ରେ ପଛୁଆ ରହିଥିବା ଭାରତୀୟ ଦଳ ଦ୍ୱିତୀୟାର୍ଦ୍ଧରେ ଆକ୍ରମଣାତ୍ମକ ଖେଳ ଆରମ୍ଭ କରିଥିଲା । ୩୩ତମ ମିନିଟ୍ରେ ଭାରତକୁ ପ୍ରଥମ ପେନାଲ୍ଟି କର୍ଣ୍ଣର ମିଳିଥିଲା । ତେବେ ଅଧିନାୟକ ହରମନପ୍ରୀତ ସିଂହଙ୍କ ଶକ୍ତିଶାଳୀ ଫ୍ଲିକ୍କୁ ଜାପାନର ଗୋଲକିପର କିଶୋ କୁରୋଡା ରୋକି ଦେଇଥିଲେ ।
ଏହାପରେ ୪୨ତମ ମିନିଟ୍ରେ ଭାରତକୁ ଲଗାତାର ଦୁଇଟି ପେନାଲ୍ଟି କର୍ଣ୍ଣର ମିଳିଥିଲା । ଆଉ ଏହାର ସୁଯୋଗ ନେଇ ଓଡ଼ିଆ ପୁଅ ଶିଳାନନ୍ଦ ଲାକ୍ରା ଗୋଲ୍ କରି ସ୍କୋରକୁ ୧-୧ରେ ବରାବର କରିଥିଲେ ।
ଏହାପରେ ଶେଷ କ୍ୱାର୍ଟରରେ ଭାରତୀୟ ଖେଳାଳିମାନେ ଆହୁରି ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ । ୪୮ତମ ମିନିଟ୍ରେ ହାର୍ଦ୍ଦିକ ସିଂହଙ୍କ ଏକ ସୁନ୍ଦର ପାସ୍କୁ ଦିଲପ୍ରୀତ ସିଂହ ଗୋଲ୍ରେ ପରିଣତ କରିଥିଲେ। ଏହା ସହ ଭାରତ ୨-୧ରେ ଆଗୁଆ ହୋଇଥିଲା ।
ସେହିପରି ୫୩ତମ ମିନିଟ୍ରେ ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଜୁଗରାଜ ସିଂହ ଚମତ୍କାର ଡ୍ରାଗ୍ ଫ୍ଲିକ୍ ଜରିଆରେ ଗୋଲ୍ରେ ପରିଣତ କରିଥିଲେ । ଏହାଦ୍ୱାରା ଭାରତର ଅଗ୍ରଣୀ ୩-୧କୁ ବୃଦ୍ଧି ପାଇଥିଲା। ଏହାର ଠିକ୍ ପରବର୍ତ୍ତୀ ମିନିଟ୍ରେ ଅର୍ଥାତ୍ ୫୪ତମ ମିନିଟ୍ରେ ବିବେକ ସାଗର ପ୍ରସାଦ ଏକ ଚମତ୍କାର ଗୋଲ୍ କରି ସ୍କୋରକୁ ୪-୧ କରିଦେଇଥିଲେ ।
ଶେଷ ପର୍ଯ୍ୟନ୍ତ ଭାରତୀୟ ଦଳ ନିଜର ଅଗ୍ରଣୀ ବଜାୟ ରଖିବା ସହ ୪-୧ ଗୋଲ୍ରେ ଜାପାନକୁ ପରାସ୍ତ କରିଥିଲା । ଏହି ବିଜୟ ସହ ଭାରତ ଏସିଆନ୍ ଚାମ୍ପିୟନ୍ସ ଟ୍ରଫିରେ ନିଜର ଷଷ୍ଠ ଟାଇଟଲ୍ ହାସଲ କରିଛି ।
ଏହା ପୂର୍ବରୁ ଭାରତ ୨୦୧୧, ୨୦୧୬, ୨୦୧୮, ୨୦୨୩ ଏବଂ ୨୦୨୪ରେ ଏହି ଟ୍ରଫି ଜିତିଥିଲା । ୨୦୨୬ରେ ପୁଣି ଥରେ ଚାମ୍ପିୟନ୍ ହୋଇ ଭାରତ ଟାଇଟଲ୍ ହ୍ୟାଟ୍ରିକ୍ ପୂରଣ କରିବା ସହ ଏସୀୟ ହକିରେ ନିଜର ଦବଦବା ବଜାୟ ରଖିଛି ।

PRESENTING THE UNBEATEN CHAMPIONS – TEAM INDIA! 🇮🇳🏆 Five wins in five league-stage matches, an unbeaten run through the tournament and a commanding 4-1 victory over Japan in the Final! The defending champions have conquered it all to retain their crown at the Hero Asian Champions Trophy Punjab 2026! 🔥🏑 UNBEATEN. UNSTOPPABLE. SIX TIME WINNERS NOW & A HAT-TRICK OF ACT TITLES. ❤️ #HockeyIsBack #HACT2026 #SatSriAkalAsia #IndiaKaGame
— Hockey India (@TheHockeyIndia) November 5, 2026
ପ୍ରଥମାର୍ଦ୍ଧରେ ୦-୧ରେ ପଛୁଆ ରହିଥିବା ଭାରତୀୟ ଦଳ ଦ୍ୱିତୀୟାର୍ଦ୍ଧରେ ଆକ୍ରମଣାତ୍ମକ ଖେଳ ଆରମ୍ଭ କରିଥିଲା । ୩୩ତମ ମିନିଟ୍ରେ ଭାରତକୁ ପ୍ରଥମ ପେନାଲ୍ଟି କର୍ଣ୍ଣର ମିଳିଥିଲା । ତେବେ ଅଧିନାୟକ ହରମନପ୍ରୀତ ସିଂହଙ୍କ ଶକ୍ତିଶାଳୀ ଫ୍ଲିକ୍କୁ ଜାପାନର ଗୋଲକିପର କିଶୋ କୁରୋଡା ରୋକି ଦେଇଥିଲେ ।
ଏହାପରେ ୪୨ତମ ମିନିଟ୍ରେ ଭାରତକୁ ଲଗାତାର ଦୁଇଟି ପେନାଲ୍ଟି କର୍ଣ୍ଣର ମିଳିଥିଲା । ଆଉ ଏହାର ସୁଯୋଗ ନେଇ ଓଡ଼ିଆ ପୁଅ ଶିଳାନନ୍ଦ ଲାକ୍ରା ଗୋଲ୍ କରି ସ୍କୋରକୁ ୧-୧ରେ ବରାବର କରିଥିଲେ ।
ଏହାପରେ ଶେଷ କ୍ୱାର୍ଟରରେ ଭାରତୀୟ ଖେଳାଳିମାନେ ଆହୁରି ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ । ୪୮ତମ ମିନିଟ୍ରେ ହାର୍ଦ୍ଦିକ ସିଂହଙ୍କ ଏକ ସୁନ୍ଦର ପାସ୍କୁ ଦିଲପ୍ରୀତ ସିଂହ ଗୋଲ୍ରେ ପରିଣତ କରିଥିଲେ। ଏହା ସହ ଭାରତ ୨-୧ରେ ଆଗୁଆ ହୋଇଥିଲା ।
ସେହିପରି ୫୩ତମ ମିନିଟ୍ରେ ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଜୁଗରାଜ ସିଂହ ଚମତ୍କାର ଡ୍ରାଗ୍ ଫ୍ଲିକ୍ ଜରିଆରେ ଗୋଲ୍ରେ ପରିଣତ କରିଥିଲେ । ଏହାଦ୍ୱାରା ଭାରତର ଅଗ୍ରଣୀ ୩-୧କୁ ବୃଦ୍ଧି ପାଇଥିଲା। ଏହାର ଠିକ୍ ପରବର୍ତ୍ତୀ ମିନିଟ୍ରେ ଅର୍ଥାତ୍ ୫୪ତମ ମିନିଟ୍ରେ ବିବେକ ସାଗର ପ୍ରସାଦ ଏକ ଚମତ୍କାର ଗୋଲ୍ କରି ସ୍କୋରକୁ ୪-୧ କରିଦେଇଥିଲେ ।
ଶେଷ ପର୍ଯ୍ୟନ୍ତ ଭାରତୀୟ ଦଳ ନିଜର ଅଗ୍ରଣୀ ବଜାୟ ରଖିବା ସହ ୪-୧ ଗୋଲ୍ରେ ଜାପାନକୁ ପରାସ୍ତ କରିଥିଲା । ଏହି ବିଜୟ ସହ ଭାରତ ଏସିଆନ୍ ଚାମ୍ପିୟନ୍ସ ଟ୍ରଫିରେ ନିଜର ଷଷ୍ଠ ଟାଇଟଲ୍ ହାସଲ କରିଛି ।
ଏହା ପୂର୍ବରୁ ଭାରତ ୨୦୧୧, ୨୦୧୬, ୨୦୧୮, ୨୦୨୩ ଏବଂ ୨୦୨୪ରେ ଏହି ଟ୍ରଫି ଜିତିଥିଲା । ୨୦୨୬ରେ ପୁଣି ଥରେ ଚାମ୍ପିୟନ୍ ହୋଇ ଭାରତ ଟାଇଟଲ୍ ହ୍ୟାଟ୍ରିକ୍ ପୂରଣ କରିବା ସହ ଏସୀୟ ହକିରେ ନିଜର ଦବଦବା ବଜାୟ ରଖିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories