Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Operation White Ball / ଦୁବାଇରେ ଭାରତର ଅପରେସନ୍ 'White Ball' ସଫଳ, ୬ ଓ୍ବିକେଟରେ ହାରିଲା ପାକିସ୍ତାନ

Santosh Kumar Sahoo
Browse all articles by Santosh Kumar Sahoo
·9 months ago·1 min read
ଦୁବାଇରେ ଭାରତର ଅପରେସନ୍ 'White Ball' ସଫଳ, ୬ ଓ୍ବିକେଟରେ ହାରିଲା ପାକିସ୍ତାନ

Key Points

ପୁଣି ପାକିସ୍ତାନକୁ ମାତ୍ ଦେଲା ଭାରତ । ଏସିଆ କପ୍ ସୁପର-୪: ପାକିସ୍ତାନକୁ ହରାଇଲା ଭାରତ । ପାକିସ୍ତାନକୁ ୬ ୱିକେଟ୍‌ରେ ହରାଇଲା ଭାରତ ।

ଏସିଆ କପ୍ ୨୦୨୫ରେ ପୁଣି ପାକିସ୍ତାନକୁ ଧୂଳି ଚଟାଇଲା ଭାରତ । ଓପନର ଅଭିଷେକ ଶର୍ମାଙ୍କ ବିଧ୍ଵଂସୀ ବ୍ୟାଟିଂ ବଳରେ ସୂର୍ଯ୍ୟ ବାହିନୀ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ୬ ଓ୍ଵିକେଟ୍‌ରେ ହରାଇଛି । ଏହି ବିଜୟ ସହ ଭାରତ ଏସିଆ କପ୍-୨୦୨୫ର ସୁପର-୪ର ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି ।
ରବିବାର ଦୁବାଇରେ ଖେଳାଯାଇଥିବା ଏହି ବଡ଼ ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୭୧ ରନ୍ କରିଥିଲା । ପାକିସ୍ତାନ ପକ୍ଷରୁ ଶାହିନଜାଦ ଫରହାନ ର୍ବାଧିକ ୫୮ ରନ୍ କରିଥିଲେ । ଭାରତ ପକ୍ଷରୁ ଶିବମ୍ ଦୁବେ ସର୍ବାଧିକ ୨ଟି ଓ ହାର୍ଦ୍ଦିକ ପାଣ୍ଡ୍ୟା ଓ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ ।

ଅଧିକ ପଢ଼ନ୍ତୁ: ବିରାଟ କୋହଲିଙ୍କ କୋଚଙ୍କ ବଡ଼ ବୟାନ; କହିଲେ, ପାକିସ୍ତାନଠୁ ଭଲ ବାଂଲାଦେଶ ଆଉ...

ଜବାବରେ ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ୭୪ ରନ ଓ ଗିଲ୍‌ଙ୍କ ୪୭ ରନ ବଳରେ ମ୍ୟାଚ୍‌କୁ ୧୮.୫ ଓଭରରେ ୪ ଓ୍ଵିକେଟ୍ ହରାଇ ଜିତି ନେଇଛି । ଚଳିତ ଏସିଆ କପରେ ଭାରତଠୁ ପାକିସ୍ତାନର ଏହା ଦ୍ଵିତୀୟ ପରାଜୟ । ୧୭୨ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତର ଦୁଇ ଓପନର ଅଭିଷେକ ଶର୍ମା ଓ ଶୁଭମନ ଗିଲ୍‌ ଆରମ୍ଭରୁ ଧୂଆଁଧାର ବ୍ୟାଟିଂ କରିଥିଲେ । ଓପନିଂରେ ଶତକୀୟ ଭାଗିଦାରୀ ଯୋଡ଼ି ଭାରତର ବିଜୟ ସହଜ କରିଥିଲେ । ଏହି ବିଜୟ ସହ ଭାରତ ଏସିଆ କପ୍-୨୦୨୫ ସୁପର-୪ର ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Asia Cup 2025: India’s Operation White Ball Sinks Pakistan by 6 Wickets | Argus News