India Thrash Pakistan / ଏସିଆ କପ୍ରେ ଭାରତର ଏକତରଫା ବିଜୟ; ୭ ୱିକେଟରେ ପାକିସ୍ତାନକୁ ହରାଇଲା
·1 hour ago·2 min read

Key Points
ଭାରତୀୟ ମହିଳା ଦଳର ହ୍ୟାଟ୍ରିକ୍ ବିଜୟ । ଶନିବାର ପାକିସ୍ତାନ ବିପକ୍ଷରେ ଭାରତ ମ୍ୟାଚ୍ ଖେଳିଥିବା ବେଳେ ଏକତରଫା ବିଜୟ ହାସଲ କରିଛି ।
ଦୁବାଇ: ଏସିଆ କପ୍ ଟି-ଟ୍ଵେଣ୍ଟିରେ ଭାରତୀୟ ମହିଳା ଦଳର ହ୍ୟାଟ୍ରିକ୍ ବିଜୟ । ଶନିବାର ପାକିସ୍ତାନ ବିପକ୍ଷରେ ଭାରତ ମ୍ୟାଚ୍ ଖେଳିଥିବା ବେଳେ ଏକତରଫା ବିଜୟ ହାସଲ କରିଛି । ଦୁବାଇରେ ଏସିଆ କପ୍ ଗ୍ରୁପ୍ (A)ର ନବମ ମ୍ୟାଚ୍ ଖେଳା ଯାଇଥିବା ବେଳେ ଟସ୍ ଜିତି ପ୍ରଥମେ ପାକିସ୍ତାନ ବ୍ୟାଟିଂ କରିଥିଲା ।
ଆରମ୍ଭରୁ ପାକିସ୍ତାନ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲା । ଶ୍ରୀ ଚରଣୀ, ପ୍ରେମା ରାୱତ ଓ ଦୀପ୍ତି ଶର୍ମାଙ୍କ ଘାତକ ବୋଲିଂ ଆଗରେ ପାକିସ୍ତାନୀ ଟିମ୍ ଏକ ପ୍ରକାର ଆତ୍ମସମର୍ପଣ କରି ଦେଇଥିଲା । ୧୮.୧ ଓଭରରେ ପାକିସ୍ତାନର ମହିଳା ଟିମ୍ ୫୫ ରନ୍ କରି ଅଲଆଉଟ୍ ହୋଇଥିଲା ।
ଏଥିସହ ପଢ଼ନ୍ତୁ: ବୁମରାହଙ୍କ ପାଇଁ BCCIର Plan-B ପ୍ରସ୍ତୁତ! ଆଫଗାନିସ୍ତାନ ସିରିଜ୍ରୁ ବାଦ୍ ପଡ଼ିଲେ ଏହି ବୋଲରଙ୍କ ଏଣ୍ଟ୍ରି
ପାକିସ୍ତାନ ପକ୍ଷରୁ ଓପନର ମୁନୀବା ଅଲୀ ୧୫ ବଲରେ ୧୩ ରନ୍ ଓ ସୱାଲ୍ ଜୁଲଫିକର ୧୪ ବଲ୍ରେ ସର୍ବାଧିକ ୧୪ ରନ୍ ସ୍କୋର କରିଥିଲେ । ଦଳର ଅନ୍ଯ କେହି ବି ଖେଳାଳି ଦୁଇ ଅଙ୍କ ରନ୍ କରିବାରେ ସକ୍ଷମ ହୋଇ ନଥିଲେ । ପାକିସ୍ତାନୀ ଟିମ୍ର ଅଧିନାୟକ ଫାତିମା ସନା କୌଣସି ରନ୍ ନ କରି ଏଲବିଡବ୍ଲୁ ଆଉଟ୍ ହୋଇଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭାରତ ପକ୍ଷରୁ ଶ୍ରୀ ଚରଣି, ପ୍ରେମା ରାୱତ ଓ ଦୀପ୍ତି ଶର୍ମା ଘାତକ ବୋଲିଂ କରିଥିଲେ । ଶ୍ରୀ ଚରଣୀ ୪ ଓଭର୍ ବୋଲିଂ କରି ମାତ୍ର ୭ ରନ୍ ଦେଇ ୩ଟି ୱିକେଟ୍ ଅକ୍ତିଆର୍ କରିଛନ୍ତି । ସେହିଭଳି ପ୍ରେମା ରାୱତ ୪ ଓଭର୍ ବଲ୍ ଫିଙ୍ଗି ୯ ରନ୍ ଦେଇ ୩ଟି ସଫଳତା ହାତେଇ ଛନ୍ତି ।
ଦୀପ୍ତି ଶର୍ମ ୩.୧ ଓଭର୍ ବୋଲିଂ କରି ୫ ରନ୍ ବ୍ୟୟ କରି ୨ଟି ସଫଳତା ପାଇଥିବା ବେଳେ ଶେଫାଳି ବର୍ମା ୩ ଓଭର୍ ବଲ୍ ଫିଙ୍ଗି ୧୦ ରନ୍ ଦେଇ ଗୋଟିଏ ୱିକେଟ୍ ଅକ୍ତିଆର୍ କରିଛନ୍ତି । ପାକିସ୍ତାନର ଖେଳାଳି ମୁନୀବା ଅଲୀ ୪.୩ ଓଭରରେ ଦଳୀୟ ସ୍କୋର୍ ୨୭ ହୋଇଥିବା ବେଳେ ପ୍ରଥମେ ଆଉଟ୍ ହୋଇଥିଲେ । ତାପରେ ୫.୨ ଓଭର୍ ଓ ୫.୬ ଓଭରରେ ଗୁଲ୍ ଫେରୋଜା ଓ ଶୱାଲ ଜୁଲଫିକର ପାଭିଲିୟନ୍ ଫେରିଥିଲେ ।
ଏଥିସହ ପଢ଼ନ୍ତୁ: 'ସଞ୍ଜୁ ସାମସନଙ୍କୁ CSKର ଅଧିନାୟକ କରନ୍ତୁ...', IPL ୨୦୨୭ ପୂର୍ବରୁ ବଡ଼ ଦାବି
ଏଭଳି ଭାବେ ୧୮.୧ ଓଭର୍ରେ ପାକିସ୍ତାନ ଅଲଆଉଟ୍ ହୋଇ ଯାଇଥିଲା । ଭାରତକୁ ଦେଇଥିଲା ମାତ୍ର ୫୬ ରନ୍ର ଟାର୍ଗେଟ୍ । ଯାହାକୁ ଭାରତ ମାତ୍ର ୮.୪ ଓଭର୍ରେ ୩ ୱିକେଟ୍ ହରାଇ ସଂଗ୍ରହ କରି ନେଇ ଏସିଆ କପ୍ରେ ହ୍ୟାଟ୍ରିକ୍ ବିଜୟ ହାସଲ କରିଛି ।
ଭାରତ ପକ୍ଷରୁ ଓପନର ଶେଫାଳି ବର୍ମା ୬ ବଲ୍ରେ ୧୨ ରନ୍ କରିଥିବା ବେଳେ ସ୍ମୃତି ମନ୍ଧାନା ୧୧ ବଲ୍ରେ ୯ ରନ୍ ସ୍କୋର କରିଛନ୍ତି । ଅଧିନାୟକ ହରମନପ୍ରୀତ କୌର ୧୮ ବଲ୍ରେ ଅପରାଜିତ ୧୮ ରନ୍ ଓ ଦୀପ୍ତି ଶର୍ମା ୧୪ ବଲ୍ରେ ୧୨ ରନ୍ କରି ଦଳକୁ ବିଜୟ ଭେଟି ଦେଇଛନ୍ତି । ଘାତକ ବୋଲିଂ କରିଥିବା ଶ୍ରୀ ଚରଣୀ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।

Related Topics
Explore more stories