Videos
|
Sports

Bumrah Fitness Update / ବୁମରାହଙ୍କ ପାଇଁ BCCIର Plan-B ପ୍ରସ୍ତୁତ! ଆଫଗାନିସ୍ତାନ ସିରିଜ୍‌ରୁ ବାଦ୍ ପଡ଼ିଲେ ଏହି ବୋଲରଙ୍କ ଏଣ୍ଟ୍ରି

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ବୁମରାହଙ୍କ ପାଇଁ BCCIର Plan-B ପ୍ରସ୍ତୁତ! ଆଫଗାନିସ୍ତାନ ସିରିଜ୍‌ରୁ ବାଦ୍ ପଡ଼ିଲେ ଏହି ବୋଲରଙ୍କ ଏଣ୍ଟ୍ରି
Bumrah Fitness Update

Key Points

ବୁମରାହ ଖେଳିବେ କି ନାହିଁ ?
BCCI ପ୍ରସ୍ତୁତ କରିଛି Plan-B
ଏହି ଯୁବ ବୋଲରଙ୍କୁ ମିଳିପାରେ ସୁଯୋଗ
ଟିମ୍ ଇଣ୍ଡିଆର ଷ୍ଟାର ଦ୍ରୁତ ବୋଲର ଜସପ୍ରୀତ ବୁମରାହଙ୍କୁ ନେଇ ଟିମ୍ ମ୍ୟାନେଜମେଣ୍ଟ କୌଣସି ପ୍ରକାର ତରବରିଆ ନିଷ୍ପତ୍ତି ନେବାକୁ ଚାହୁଁନାହିଁ । ଆଫଗାନିସ୍ତାନ ବିପକ୍ଷ ଆଗାମୀ ଟି-୨୦ ସିରିଜ୍ ପୂର୍ବରୁ ବୁମରାହଙ୍କ ଫିଟନେସ୍‌କୁ ପୁଣିଥରେ ପରୀକ୍ଷା କରାଯାଉଛି।

ବେଙ୍ଗାଲୁରୁସ୍ଥିତ ବିସିସିଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସରେ ବୁମରାହଙ୍କ ସମେତ ଅନେକ ଖେଳାଳିଙ୍କ ପାଇଁ ମ୍ୟାଚ୍ ସିମୁଲେସନ୍ ଟେଷ୍ଟ ଆୟୋଜନ କରାଯାଉଛି । ରିପୋର୍ଟ ଅନୁସାରେ, ଏହି ପରୀକ୍ଷା ସେପ୍ଟେମ୍ବର ୪ରୁ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ବୁମରାହଙ୍କ ବ୍ୟତୀତ ନୀତିଶ କୁମାର ରେଡ୍ଡୀ, ୱାଶିଂଟନ୍ ସୁନ୍ଦର ଏବଂ ହର୍ଷିତ ରାଣା ମଧ୍ୟ ଏହି ପ୍ରକ୍ରିୟାର ଅଂଶ ଅଛନ୍ତି ।

ବିସିସିଆଇର ମେଡିକାଲ୍ ଟିମ୍ ପୂର୍ବରୁ ଏହି ଖେଳାଳିମାନଙ୍କୁ କ୍ଲିନିକାଲି ଫିଟ୍ ଘୋଷଣା କରିସାରିଛି । କିନ୍ତୁ କେବଳ ମେଡିକାଲ୍ ଫିଟନେସ୍ ନୁହେଁ, ମ୍ୟାଚ୍ ପରିସ୍ଥିତିରେ ଖେଳାଳିମାନେ କେତେ ଭଲ ପ୍ରଦର୍ଶନ କରିପାରୁଛନ୍ତି, ତାହା ମଧ୍ୟ ଜାଣିବା ଟିମ୍ ମ୍ୟାନେଜମେଣ୍ଟ ପାଇଁ ଗୁରୁତ୍ୱପୂର୍ଣ୍ଣ ।

ବିଶେଷକରି ଜସପ୍ରୀତ ବୁମରାହଙ୍କ କ୍ଷେତ୍ରରେ ତାଙ୍କର ଲଗାତାର ବୋଲିଂ କରିବାର କ୍ଷମତା ଉପରେ ନଜର ରହିଛି । ଆଗାମୀ ଦିନରେ ଭାରତକୁ ବିଭିନ୍ନ ଫର୍ମାଟ୍‌ରେ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିବାକୁ ଥିବାରୁ ବୁମରାହଙ୍କ ୱର୍କଲୋଡ୍‌କୁ ନିୟନ୍ତ୍ରଣରେ ରଖିବା ଟିମ୍ ମ୍ୟାନେଜମେଣ୍ଟର ପ୍ରାଥମିକତା ହୋଇପାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ସେପ୍ଟେମ୍ବର ୧୦ରେ ଦିଲ୍ଲୀରେ ଏକାଠି ହେବ । ତେଣୁ ତା' ପୂର୍ବରୁ ହେଉଥିବା ଏହି ଫିଟନେସ୍ ଆକଳନ
ଚୟନକର୍ତ୍ତା ଓ ଟିମ୍ ମ୍ୟାନେଜମେଣ୍ଟ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ।

ଯଦି ବୁମରାହଙ୍କୁ ଆରାମ ଦେବାର ଆବଶ୍ୟକତା ପଡ଼େ, ତେବେ ଯୁବ ଦ୍ରୁତ ବୋଲର୍ ପ୍ରିନ୍ସ ଯାଦବ ଏକ ବିକଳ୍ପ ହୋଇପାରନ୍ତି । ପ୍ରିନ୍ସ ଜୁନ୍‌ରେ ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜ୍‌ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଡେବ୍ୟୁ କରିଥିଲେ । ତେବେ ଜୁଲାଇରେ ଜିମ୍ବାୱେ ଗସ୍ତ ସମୟରେ ସେ ଆହତ ହୋଇଥିଲେ । ଏବେ ସେ ସେହି ଆଘାତରୁ ସୁସ୍ଥ ହୋଇସାରିଥିବା ଏବଂ ଚୟନ ପାଇଁ ଫିଟ୍ ଥିବା ଜଣାପଡ଼ିଛି ।

ଏହି ବର୍ଷ ଆଇପିଏଲ୍‌ରେ ନିଜର ପ୍ରଦର୍ଶନ ଦ୍ୱାରା ପ୍ରଭାବିତ କରିଥିବା ପ୍ରିନ୍ସ ଯାଦବଙ୍କୁ ଚୟନକର୍ତ୍ତାମାନେ ସୀମିତ ଓଭର୍ କ୍ରିକେଟ୍ ପାଇଁ ଭବିଷ୍ୟତର ଜଣେ ଦ୍ରୁତ ବୋଲର୍ ଭାବେ ଦେଖୁଥିବା କୁହାଯାଉଛି । ତେଣୁ ଆଫଗାନିସ୍ତାନ ସିରିଜ୍ ତାଙ୍କ ପାଇଁ ପୁଣିଥରେ ଭାରତୀୟ ଦଳରେ ସ୍ଥାନ ପାଇବାର ଏକ ବଡ଼ ସୁଯୋଗ ହୋଇପାରେ । ଗତବର୍ଷ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପରେ ବୁମରାହ କୌଣସି ଫର୍ଷ୍ଟ୍-କ୍ଲାସ୍ ମ୍ୟାଚ୍ ଖେଳିନାହାନ୍ତି । ଆଘାତ ପରେ ତାଙ୍କୁ ମୁଖ୍ୟତଃ ଟି-୨୦ କ୍ରିକେଟ୍‌ରେ ବ୍ୟବହାର କରାଯାଇଛି । ଏହି କାରଣରୁ ବୁମରାହଙ୍କୁ ନେଇ ଟିମ୍ ମ୍ୟାନେଜମେଣ୍ଟ ଏକ ଦୀର୍ଘମିଆଦୀ ଯୋଜନାରେ ଆଗକୁ ବଢ଼ିବାକୁ ଚାହୁଁଛି ।

ବୁମରାହଙ୍କ ପାଇଁ କେବଳ ଗୋଟିଏ ସିରିଜ୍ ନୁହେଁ, ସମ୍ପୂର୍ଣ୍ଣ ସିଜନ୍‌କୁ ନଜରରେ ରଖି ଫିଟନେସ୍ ଓ ୱର୍କଲୋଡ୍ ପରିଚାଳନା କରାଯିବ । ଏବେ ସମସ୍ତଙ୍କ ନଜର ରହିଛି ସେଣ୍ଟର ଅଫ୍ ଏକ୍ସଲେନ୍ସରେ ହେଉଥିବା ମ୍ୟାଚ୍ ସିମୁଲେସନ୍ ଟେଷ୍ଟ ଉପରେ ରହିଛି ।