India vs Pakistan Final / ଅଭିଷେକଙ୍କ ଧମାକା ପରେ ବୋଲରଙ୍କ କମାଲ୍, ପାକିସ୍ତାନକୁ ହରାଇ ସ୍ବର୍ଣ୍ଣ ଜିତିଲା ଭାରତ
·1 hour ago·2 min read

Key Points
ଏସିଆନ୍ ଗେମ୍ସରେ ଭାରତର ଆଉ ଏକ ସ୍ୱର୍ଣ୍ଣ
୨୧୨ ରନ୍ର ଟାର୍ଗେଟ୍ରେ ଭାଙ୍ଗିପଡ଼ିଲା ପାକିସ୍ତାନ
ପାକିସ୍ତାନକୁ ହରାଇ ସ୍ୱର୍ଣ୍ଣ ଜିତିଲା ଟିମ୍ ଇଣ୍ଡିଆ

ଏସିଆନ୍ ଗେମ୍ସର ଆଉ ଏକ ସ୍ବର୍ଣ୍ଣ ଜିତିଲା ଭାରତ । ପାକିସ୍ତାନକୁ ହରାଇ ଗୋଲ୍ଡ ମେଡାଲ ଜିତିଲା ଟିମ୍ ଇଣ୍ଡିଆ । ଶନିବାର ଏସିଆନ୍ ଗେମ୍ସ ୨୦୨୬ର କ୍ରିକେଟ୍ ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତ ପାକିସ୍ତାନରେ ସାମ୍ନାରେ ୨୧୨ ରନ୍ର ବିଶାଳ ସ୍କୋର ରଖିଥିଲା । ଏହାର ଜବାବରେ ପାକିସ୍ତାନ ମାତ୍ର ୧୯୨ ରନ୍ କରିବାରେ ସଫଳ ହୋଇଥିଲା । ଯାହାଫଳରେ ଭାରତ ୧୯ ରନ୍ରେ ବିଜୟ ହୋଇଥିଲା ।
ଭାରତ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲା । ଭାରତ ପାଇଁ ଓପନର୍ ଅଭିଷେକ ଶର୍ମା ଆରମ୍ଭରୁ ହିଁ ବଡ଼ ଶଟ୍ ଖେଳି ପାକିସ୍ତାନୀ ବୋଲରଙ୍କୁ ଚାପରେ ରଖିଥିଲେ । ସେ ମାତ୍ର ୨୮ଟି ବଲ୍ରେ ୬୧ ରନ୍ର ବିସ୍ଫୋରକ ପାଳି ଖେଳିଥିଲେ । ଏହା ପରେ ତିଲକ ବର୍ମା ଓ ଶିବମ ଦୁବେ ବିସ୍ଫୋରକ ବ୍ୟାଟିଂ କରି ଭାରତର ସ୍କୋରକୁ ୨୧୧ ରନ୍ରେ ପହଞ୍ଚାଇଥିଲେ । ଭାରତ ପକ୍ଷରୁ ତିଲକ ବର୍ମା ୨୨ ବଲ୍ରେ ୫୧ ରନ୍ କରିଥିବା ବେଳେ ଶିବମ ଦୁବେ ୧୫ ବଲରେ ୨୭ ରନ୍ କରିଥିଲେ ।
୨୧୨ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ପାକିସ୍ତାନ ଆରମ୍ଭରୁ ହିଁ ଚାପରେ ଥିଲା । ଆରମ୍ଭରୁ ଭାରତୀୟ ବୋଲରଙ୍କ ସାମ୍ନାରେ କୌଣସି ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ଅଧିକ ସମୟ ତିଷ୍ଠି ପାରିନଥିଲେ ।ଏହା ପରେ ପାକିସ୍ତାନର ହାସନ ନଓ୍ବାଜ ଭଲ ଇନିଂସ ଖେଳିଥିଲେ ବି ଦଳକୁ ବିଜୟ ଭେଟି ଦେଇପାରିନଥିଲେ । ପାକିସ୍ତାନ ପକ୍ଷରୁ ହାସନ ନଓ୍ବାଜ ଲଢ଼ୁଆ ୯୬ ରନ୍ କରିଥିଲେ । କିନ୍ତୁ ପାକିସ୍ତାନକୁ ବିଜୟ କରାଇ ପାରିନଥିଲେ । ଭାରତ ପକ୍ଷରୁ ଅକ୍ସର ପଟେଲ, ଶିବମ ଦୁବେ ଓ ଓ୍ବାଶିଂଟନ ସୁନ୍ତଦର ଦୁଇଟି ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିଛନ୍ତି ।
ଏଥି ସହ ପଢନ୍ତୁ : ଭାରତ-ପାକିସ୍ତାନ ଫାଇନାଲରେ ପୁଣି ‘ନୋ ହ୍ୟାଣ୍ଡଶେକ୍’, ୩୮୪ ଦିନ ପରେ ବି ବଦଳିଲାନି ଚିତ୍ର
𝗚𝗢𝗟𝗗 𝗠𝗘𝗗𝗔𝗟𝗟𝗜𝗦𝗧𝗦 𝗔𝗚𝗔𝗜𝗡 🥇
— BCCI (@BCCI) October 3, 2026
Congratulations #TeamIndia for successfully defending the Asian Games Gold Medal 👏👏
Scorecard ▶️ https://t.co/g4wzZagyGj#AsianGames pic.twitter.com/sg7z4dhUzH
ଭାରତ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲା । ଭାରତ ପାଇଁ ଓପନର୍ ଅଭିଷେକ ଶର୍ମା ଆରମ୍ଭରୁ ହିଁ ବଡ଼ ଶଟ୍ ଖେଳି ପାକିସ୍ତାନୀ ବୋଲରଙ୍କୁ ଚାପରେ ରଖିଥିଲେ । ସେ ମାତ୍ର ୨୮ଟି ବଲ୍ରେ ୬୧ ରନ୍ର ବିସ୍ଫୋରକ ପାଳି ଖେଳିଥିଲେ । ଏହା ପରେ ତିଲକ ବର୍ମା ଓ ଶିବମ ଦୁବେ ବିସ୍ଫୋରକ ବ୍ୟାଟିଂ କରି ଭାରତର ସ୍କୋରକୁ ୨୧୧ ରନ୍ରେ ପହଞ୍ଚାଇଥିଲେ । ଭାରତ ପକ୍ଷରୁ ତିଲକ ବର୍ମା ୨୨ ବଲ୍ରେ ୫୧ ରନ୍ କରିଥିବା ବେଳେ ଶିବମ ଦୁବେ ୧୫ ବଲରେ ୨୭ ରନ୍ କରିଥିଲେ ।
𝙂𝙊𝙇𝘿-standard performance ✨🥇
— BCCI (@BCCI) October 3, 2026
Scorecard ▶️ https://t.co/g4wzZagyGj#TeamIndia | #AsianGames | @OfficialAbhi04 pic.twitter.com/RB9vv1ikcb
୨୧୨ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ପାକିସ୍ତାନ ଆରମ୍ଭରୁ ହିଁ ଚାପରେ ଥିଲା । ଆରମ୍ଭରୁ ଭାରତୀୟ ବୋଲରଙ୍କ ସାମ୍ନାରେ କୌଣସି ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ଅଧିକ ସମୟ ତିଷ୍ଠି ପାରିନଥିଲେ ।ଏହା ପରେ ପାକିସ୍ତାନର ହାସନ ନଓ୍ବାଜ ଭଲ ଇନିଂସ ଖେଳିଥିଲେ ବି ଦଳକୁ ବିଜୟ ଭେଟି ଦେଇପାରିନଥିଲେ । ପାକିସ୍ତାନ ପକ୍ଷରୁ ହାସନ ନଓ୍ବାଜ ଲଢ଼ୁଆ ୯୬ ରନ୍ କରିଥିଲେ । କିନ୍ତୁ ପାକିସ୍ତାନକୁ ବିଜୟ କରାଇ ପାରିନଥିଲେ । ଭାରତ ପକ୍ଷରୁ ଅକ୍ସର ପଟେଲ, ଶିବମ ଦୁବେ ଓ ଓ୍ବାଶିଂଟନ ସୁନ୍ତଦର ଦୁଇଟି ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିଛନ୍ତି ।
ଏଥି ସହ ପଢନ୍ତୁ : ଭାରତ-ପାକିସ୍ତାନ ଫାଇନାଲରେ ପୁଣି ‘ନୋ ହ୍ୟାଣ୍ଡଶେକ୍’, ୩୮୪ ଦିନ ପରେ ବି ବଦଳିଲାନି ଚିତ୍ର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories