|
logo
Live
Argus News App
GET APP

Argus News - ପୁଣି ଏକ ରବିବାର, ପୁଣି ଥରେ ପାକିସ୍ତାନକୁ ହରାଇଲା ଭାରତ

Sports

IND vs PAK / ପୁଣି ଏକ ରବିବାର, ପୁଣି ଥରେ ପାକିସ୍ତାନକୁ ହରାଇଲା ଭାରତ

Santosh Kumar Sahoo
Browse all articles by Santosh Kumar Sahoo
·5 months ago·2 min read
ପୁଣି ଏକ ରବିବାର, ପୁଣି ଥରେ ପାକିସ୍ତାନକୁ ହରାଇଲା ଭାରତ

Key Points

ପୁଣି ପାକିସ୍ତାନକୁ ହରାଇଲା ଭାରତ । ଦିନିକିଆ ମହିଳା ବିଶ୍ବକପରେ ୮୮ ରନରେ ପାକକୁ ହରାଇଲ ଟିମ୍ ଇଣ୍ଡିଆ । 

ପୁଣି ଏକ ରବିବାର । ଆଉ ପୁଣି ଥରେ ପାକିସ୍ତାନକୁ ଧୂଳିଚଟାଇଲା ଭାରତ । ଲଗାତାର ଚାରୋଟି ରବିବାରରେ ଚାରି ଥର ପାକିସ୍ତାନକୁ ହରାଇଛି ଭାରତ। ପ୍ରଥମ ତିନୋଟି ରବିବାରରେ ଭାରତର ପୁରୁଷ ଦଳ ପାକିସ୍ତାନକୁ ଧୂଳି ଚଟାଉଥିଲେ, ଆଉ ଏବେ ଏହି କାରନାମା କରି ଦେଖାଇଛି ମହିଳା ଦଳ । ଦିନିକିଆ ମହିଳା ବିଶ୍ବକପରେ ଭାରତର ବଡ଼ ବିଜୟ । ୮୮ ରନରେ ପାକିସ୍ତାନକୁ ହରାଇଛି ଟିମ୍ ଇଣ୍ଡିଆ । ଏହି ବିଜୟ ସହ ଦିନିକିଆ ମହିଳା ବିଶ୍ବକପରେ ଭାରତ ଲଗାତର ଦୁଇଟି ମ୍ୟାଚ ନିଜ ନାମରେ କରିଛି 

ସୂଚନା ଅନୁସାରେ ଆଜି ମହିଳା ବିଶ୍ବକପରେ ଖେଳାଯାଇଥିଲା ବଡ଼ ମ୍ୟାଚ୍ । ମୁହାଁମୁହିଁ ହୋଇଥିଲେ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦୀ ଭାରତ-ପାକିସ୍ତାନ । ଏହି ହାଇଭୋଲଟେଜ୍ ମ୍ୟାଚ୍ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ପାକିସ୍ତାନ । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୨୪୭ ରନ୍ କରିଥିଲା । ଭାରତ ପକ୍ଷରୁ ହରଲିନ୍ ଦେଓଲ ସର୍ବାଧିକ ୪୬ ରନ୍ କରିଥିବା ବେଳେ ରିଚା ଘୋଷ ୩୫ ରନ୍ କରିଥିଲେ । ସେହିପରି ପାକିସ୍ତାନ ପକ୍ଷରୁ ଡାଏନା ବେଗ୍ ୪ଟି ଓ୍ବିକେଟ ଅକ୍ତିଆର କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୨୪୮ ରନର ଟାର୍ଗେଟ୍ ନେଇ ପଡ଼ିଆ ଓହ୍ଲାଇଥିବା ପାକିସ୍ତାନ ଆରମ୍ଭରୁ ହିଁ ବ୍ୟାକଫୁଟକୁ ଚାଲିଯାଇଥିଲା । ଭାରତୀୟ ବୋଲରଙ୍କ ଆକ୍ରମଣାତ୍ମକ ବୋଲିଂ ଆଗରେ ଅଧିକ ସମୟ ତିଷ୍ଠି ପାରିନଥିଲେ କୌଣସି ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ । ଜଣକ ପରେ ଜଣେ ବ୍ୟାଟ୍ସମ୍ୟାନ୍ ପ୍ୟାଭିଲିୟନ ଫେରିଥିଲେ । ଯାହାଫଳରେ ମାତ୍ର ୪୩ ଓଭରରେ ପାକିସ୍ତାନ ୧୫୯ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ଦିପ୍ତି ଶର୍ମା ଓ କ୍ରାନ୍ତି ଗୌଡ ୩ଟ ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ପାକିସ୍ତାନ ପକ୍ଷରୁ ସିଦାର ଅମିନ୍ ସର୍ବାଧିକ ୮୧ ରନ୍ କରିଥିଲେ ।

ସେପଟେ ପ୍ରଥମେ ଏସିଆ କପ୍-୨୦୨୫ । ଆଉ ଏବେ ଦିନିକିଆ ବିଶ୍ବକପରେ ନୋ ହ୍ୟାଣ୍ଡସେକ୍ ବିବାଦ ଜାରି ରହିଛି । ଭାରତ-ପାକିସ୍ତାନ ମ୍ୟାଚ୍ ସମୟରେ ମଧ୍ୟ ନୋ ହ୍ୟାଣ୍ଡସେକ୍ ବିବାଦ ଦେଖିବାକୁ ମିଳିଛି । ମ୍ୟାଚ୍ ଆରମ୍ଭ ପୂର୍ବରୁ ହୋଇଥିବା ଟସ୍ ସମୟରେ ଭାରତୀୟ ଅଧିନାୟକ ହରମନପ୍ରୀତ କୌର, ପାକିସ୍ତାନୀ ଅଧିନାୟକ ଫାତିମା ସାନାଙ୍କ ହାତ ମିଳାଇ ନାହାନ୍ତି । ଟସ୍ ଉପସ୍ଥାପକଙ୍କ ସହ କଥା ହେବା ପରେ ପାକିସ୍ତାନୀ ଅଧିନାୟକ ସିଧାସଳଖ ଡଗ୍ଆଉଟ୍ ଆଡ଼କୁ ଗଲେ। ଭାରତୀୟ ଅଧିନାୟକ ହରମନପ୍ରୀତ କୌର ମଧ୍ୟ ଫାତିମା ସାନାଙ୍କ ସହ ହାତ ମିଳାଇବାକୁ କୌଣସି ଆଗ୍ରହ ଦେଖାଇ ନଥିଲେ ।

Related Topics

Explore more stories

Sponsored
IND vs PAK: ପୁଣି ଏକ ରବିବାର, ପୁଣି ଥରେ ପାକିସ୍ତାନକୁ ହରାଇଲା ଭାରତ | Argus News