Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

India Vs South Africa / ୨୫ ବଲ୍ ବାକି ଥାଇ ଜିତିଲା ଭାରତୀୟ ଦଳ; ୨-୧ରେ ସୂର୍ଯ୍ୟ ବାହିନୀ ସିରିଜ୍ ଆଗୁଆ

Sushanta Sahoo
Browse all articles by Sushanta Sahoo
·7 months ago·2 min read
୨୫ ବଲ୍ ବାକି ଥାଇ ଜିତିଲା ଭାରତୀୟ ଦଳ; ୨-୧ରେ ସୂର୍ଯ୍ୟ ବାହିନୀ ସିରିଜ୍ ଆଗୁଆ
India Clinch Dharamshala T20, Go 2-1 Up

Key Points

୨୫ ବଲ୍ ବାକି ଥାଇ ୭ ୱିକେଟରେ ହାରିଛି ଦକ୍ଷିଣ ଆଫ୍ରିକା । ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳା ଯାଇଥିବା ତୃତୀୟ ଟି-ଟ୍ଵେଣ୍ଟିକୁ ଜିତି ନେଇଛି ଭାରତ ।
ଧର୍ମଶାଳା: ତୃତୀୟ ଟି-ଟ୍ଵେଣ୍ଟି ଜିତିଲା ଭାରତ । ୨୫ ବଲ୍ ବାକି ଥାଇ ୭ ୱିକେଟରେ ହାରିଛି ଦକ୍ଷିଣ ଆଫ୍ରିକା । ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳା ଯାଇଥିବା ତୃତୀୟ ଟି-ଟ୍ଵେଣ୍ଟିକୁ ଜିତି ନେଇଛି ଭାରତ । ୧୫.୫ ଓଭର୍‌ରେ ଭାରତ ୩ ୱିକେଟ୍ ହରାଇ ମ୍ୟାଚ୍ ଜିତିଛି ।

ପ୍ରଥମେ ଟସ୍ ଜିତି ଭାରତ ଫିଲ୍ଡିଂ କରିଥିବା ବେଳେ ବ୍ୟାଟିଂ କରିଛି ଭ୍ରମଣକାରୀ ଦଳ ଦକ୍ଷିଣ ଆଫ୍ରିକା । ଶେଷ ବଲ୍‌ରେ ଦକ୍ଷିଣ ଆଫ୍ରିକା ଅଲଆଉଟ୍ ହୋଇ ୧୧୭ ରନ୍ କରିଥିଲା । ଭାରତ ଆଗରେ ରଖିଥିଲା ୧୧୮ ରନ୍‌ର ବିଜୟ ଲକ୍ଷ୍ୟ ।

ଏଥିସହ ପଢ଼ନ୍ତୁ: ଧର୍ମଶାଳା ପ୍ରଥମ ଇନିଂସରେ କାକର ପ୍ରଭାବ; ଭାରତକୁ ୧୧୮ ରନ୍‌ର ଟାର୍ଗେଟ୍ ଦେଲା ଦକ୍ଷିଣ ଆଫ୍ରିକା

ପ୍ରଥମରୁ ଭଲ ଆରମ୍ଭ କରିଥିଲା ଭାରତ । ଭାରତ ପକ୍ଷରୁ ଅଭିଷେକ ଶର୍ମା ଦମ୍‌ଦାର ବ୍ୟାଟିଂ କରି ବଡ଼ ପ୍ରହାର କରିଥିଲେ । ଏହାପରେ ୫.୨ ଓ ଭରରେ ଦଳୀୟ ସ୍କୋର୍ ୬୦ ରନ୍ ହୋଇଥିବା ବେଳେ ଆଉଟ୍ ହୋଇଥିଲେ ଅଭିଷେକ । ୧୮ ବଲ୍‌ରେ ୩ ଛକ୍କା ଓ ୩ ଚଉକା ସହାୟତାରେ ୩୫ ରନ୍ ସ୍କୋର୍ କରିଥିଲେ ଅଭିଷେକ ଶର୍ମା ।

ଏହାପରେ ତିଲକ ବର୍ମା ଆସିଥିବା ବେଳେ କ୍ରିଜ୍‌ରେ ଥିବା ଗିଲ୍ ସେଭଳି କରିସ୍ମା ଦେଖାଇ ପାରି ନଥିଲେ । ୨୮ ବଲ୍‌ରେ ୫ଟି ଚଉକା ସହାୟତାରେ ଗିଲ୍ ୨୮ ରନ୍ କରିଛନ୍ତି । ସେହିଭଳି ତିଲକ ବର୍ମା ୩୪ ବଲ୍‌ରେ ଅପରାଜିତ ୨୬ ରନ୍‍ କରିଛନ୍ତି ।

ଭାରତ ବିଜୟୀ ହୋଇଥିଲେ ବି ପୂର୍ବ ୩ଟି ମ୍ୟାଚ୍ ଭଳି ଅଧିନାୟକ ସୂର୍ଯ୍ୟକୁମାର ଧର୍ମଶାଳାରେ କ୍ରୀଡ଼ାପ୍ରେମୀଙ୍କୁ ନିରାଶ କରିଛନ୍ତି । ୧୧ ବଲ୍‌ରେ ୨ଟି ଚଉକା ସହାୟତାରେ ସୂର୍ଯ୍ୟକୁମାର ୧୨ ରନ୍ କରିଛନ୍ତି । ୪ ବଲ୍‌ରେ ଶିବମ ଦୁବେ ଅପରାଜିତ ୧୦ ରନ୍ କରିଛନ୍ତି । ଭାରତ ୧୫.୫ ଓଭରରେ ୧୨୦ ରନ୍ କରି ୭ ୱିକେଟ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇଛି ।

ଏଥିସହ ପଢ଼ନ୍ତୁ: ଦିନକୁ ୧୨ ଘଣ୍ଟା କାମ ଓ ୩ ଦିନ ଛୁଟି... ଶ୍ରମ ମନ୍ତ୍ରଣାଳୟର ଟ୍ଵିଟ୍ ପରେ ବଢ଼ିଲା ଚର୍ଚ୍ଚା

ଭାରତ ପକ୍ଷରୁ ଅର୍ଶଦୀପ ସିଂହ, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ୍ ହାତେଇଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଓ ଶିବମ ଦୁବେଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି ।

ଦକ୍ଷିଣ ଆଫ୍ରିକାର ଅଧିନାୟକ ଆଡେନ୍ ମାର୍କରମ ୪୬ ବଲ୍‌ରେ ୨ଟି ଛକା, ୬ଟି ଚଉକା ସହାୟତାରେ ସର୍ବାଧିକ ୬୧ ରନ୍ ସ୍କୋର୍ କରିଛନ୍ତି । ଡୋନୋଭାନ ଫେରେଇରା ୨୦ ରନ୍ ଓ ନର୍ଟଜେ ୧୨ ରନ୍ କରିଥିବା ବେଳେ ଅନ୍ୟ କୌଣସି ଖେଳାଳି ୨ ଅଙ୍କ ସ୍କୋର୍ କରିବାରେ ବିଫଳ ହୋଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
India Win 3rd T20 by 7 Wickets, Lead Series 2-1 | Argus News | Argus News