India Vs South Africa / ଧର୍ମଶାଳା ପ୍ରଥମ ଇନିଂସରେ କାକର ପ୍ରଭାବ; ଭାରତକୁ ୧୧୮ ରନ୍ର ଟାର୍ଗେଟ୍ ଦେଲା ଦକ୍ଷିଣ ଆଫ୍ରିକା
·7 months ago·2 min read

Key Points
ପ୍ରଥମେ ଟସ୍ ଜିତି ଭାରତ ଫିଲ୍ଡିଂ କରିଥିବା ବେଳେ ବ୍ୟାଟିଂ କରିଛି ଭ୍ରମଣକାରୀ ଦଳ ଦକ୍ଷିଣ ଆଫ୍ରିକା । ଶେଷ ବଲ୍ରେ ଦକ୍ଷିଣ ଆଫ୍ରିକା ଅଲଆଉଟ୍ ହୋଇ ୧୧୭ ରନ୍ କରିଛି ।
ଧର୍ମଶାଳା: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି-ଟ୍ଵେଣ୍ଟିରେ ଲୋ ସ୍କୋର୍ ହୋଇଛି । ପ୍ରଥମେ ଟସ୍ ଜିତି ଭାରତ ଫିଲ୍ଡିଂ କରିଥିବା ବେଳେ ବ୍ୟାଟିଂ କରିଛି ଭ୍ରମଣକାରୀ ଦଳ ଦକ୍ଷିଣ ଆଫ୍ରିକା । ଶେଷ ବଲ୍ରେ ଦକ୍ଷିଣ ଆଫ୍ରିକା ଅଲଆଉଟ୍ ହୋଇ ୧୧୭ ରନ୍ କରିଛି । ଭାରତ ଆଗରେ ରହିଛି ୧୧୮ ରନ୍ର ବିଜୟ ଲକ୍ଷ୍ୟ ।
ଦକ୍ଷିଣ ଆଫ୍ରିକା ଇନିଂସ ଆରମ୍ଭରୁ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ କାକର ପ୍ରଭାବ ଦେଖିବାକୁ ମିଳିଥିଲା । ପ୍ରଥମ ଓଭରରେ ଶୂନ ରନ୍ରେ ଆଉଟ୍ ହୋଇଥିଲେ ରିଜା ହେଣ୍ଡ୍ରିକ୍ସ । ଏହାପରେ ୧.୨ ଓଭରରେ ଦଳୀୟ ସ୍କୋର୍ ୨ ରନ୍ରେ ପ୍ୟାଭିଲିୟନ୍ ଫେରିଥିଲେ ଓପନର୍ କ୍ଵିଣ୍ଟନ ଡି କକ୍ ।
ଏଥିସହ ପଢ଼ନ୍ତୁ: ଦିନକୁ ୧୨ ଘଣ୍ଟା କାମ ଓ ୩ ଦିନ ଛୁଟି... ଶ୍ରମ ମନ୍ତ୍ରଣାଳୟର ଟ୍ଵିଟ୍ ପରେ ବଢ଼ିଲା ଚର୍ଚ୍ଚା
୩.୧ ଓଭରରେ ଦଳୀୟ ସ୍କୋର୍ ୭ ରନ୍ ହୋଇଥିବା ବେଳେ ଆଉଟ୍ ହୋଇଥିଲେ ବ୍ରେଭିସ୍ । ୬.୬ ଓଭରରେ ଦଳୀୟ ସ୍କୋର୍ ୩୦ ରନ୍ ହୋଇଥିବା ବେଳେ ଷ୍ଟବ୍ସଙ୍କ ୱିକେଟ୍ ଖସିଥିଲା । ମ୍ଯାଚ୍ର ୧୦.୧ ଓଭରରେ ଦଳୀୟ ସ୍କୋର୍ ୪୪ ରନ୍ ହୋଇଥିବା ବେଳେ କର୍ବିନ୍ ବୋସଚ ଆଉଟ୍ ହୋଇଥିଲେ । ଏହାପରେ ଲଗାତାର ୱିକେଟ୍ ଖସି ଚାଲିଥିଲା ।
ଭାରତ ପକ୍ଷରୁ ଅର୍ଶଦୀପ ସିଂହ, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ୍ ହାତେଇଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଓ ଶିବମ ଦୁବେଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି ।
ଏଥିସହ ପଢ଼ନ୍ତୁ: ପୁଣି ହାରିଲା ପାକିସ୍ତାନ, ୯୦ ରନ୍ରେ ଜିତିଲା ଟିମ୍ ଇଣ୍ଡିଆ
ଦକ୍ଷିଣ ଆଫ୍ରିକାର ଅଧିନାୟକ ଆଡେନ୍ ମାର୍କରମ ୪୬ ବଲ୍ରେ ୨ଟି ଛକା, ୬ଟି ଚଉକା ସହାୟତାରେ ସର୍ବାଧିକ ୬୧ ରନ୍ ସ୍କୋର୍ କରିଛନ୍ତି । ଡୋନୋଭାନ ଫେରେଇରା ୨୦ ରନ୍ ଓ ନର୍ଟଜେ ୧୨ ରନ୍ କରିଥିବା ବେଳେ ଅନ୍ୟ କୌଣସି ଖେଳାଳି ୨ ଅଙ୍କ ସ୍କୋର୍ କରିବାରେ ବିଫଳ ହୋଇଛନ୍ତି ।
ଭାରତ ପକ୍ଷରୁ ଅଭିଷେକ ଶର୍ମା ଓ ଶୁବମନ ଗିଲ୍ ଓପନିଂ ବ୍ୟାଟିଂ କରୁଛନ୍ତି । ୨ ଓଭର ସୁଦ୍ଧା ଭାରତ କୌଣସି ୱିକେଟ୍ ନ ହରାଇ ୩୨ ରନ୍ ସ୍କୋର୍ କରିଛି । ଭାରତକୁ ୧୦୮ ବଲ୍ରେ ବିଜୟ ପାଇଁ ଆଉ ୮୬ ରନ୍ର ଆବଶ୍ୟକତା ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories