Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Team India Victory / ବିଜୟରୁ ବିଶ୍ବକପ୍‌ ଅଭିଯାନ ଆରମ୍ଭ କଲା ଟିମ୍ ଇଣ୍ଡିଆ, ୨୯ ରନ୍‌ରେ ହାରିଲା USA

Santosh Kumar Sahoo
Browse all articles by Santosh Kumar Sahoo
·5 months ago·2 min read
ବିଜୟରୁ ବିଶ୍ବକପ୍‌ ଅଭିଯାନ ଆରମ୍ଭ କଲା ଟିମ୍ ଇଣ୍ଡିଆ, ୨୯ ରନ୍‌ରେ ହାରିଲା USA
Team India Won

Key Points

ଟି-୨୦ ବିଶ୍ବକପ୍‌ରେ ବିଜୟରୁ ଆରମ୍ଭ ଭାରତ ଅଭିଯାନ
USAକୁ ୨୯ ରନ୍‌ ହରାଇଲା ଭାରତ
USA ସାମ୍ନାରେ ଥିଲା ୧୬୨ ରନ୍‌ର ଟାର୍ଗେଟ
ବିଜୟରେ ହିରୋ ସାଜିଲେ କ୍ୟାପଟେନ୍‌ ସୂର୍ଯ୍ୟକୁମାର
ବିଜୟରୁ ବିଶ୍ବକପ୍‌ ଅଭିଯାନ ଆରମ୍ଭ କଲା ଭାରତ । USAକୁ ୨୯ ରନ୍‌ରେ ପରାସ୍ତ କଲା ଟିମ୍ ଇଣ୍ଡିଆ । ଏହି ବିଜୟ ସହ ଭାରତ ଚଳିତ ଟି-୨୦ ବିଶ୍ବକପ୍‌ରେ ତା'ର ଅଭିଯାନ କରିଛି । ୧୬୨ ରନ୍‌ର ଟାର୍ଗେଟ୍‌କୁ ପିଛା କରି USA ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ୍‌ ହରାଇ ମାତ୍ର ୧୩୨ ରନ୍‌ କରିପାରିଥିଲା । ଯାହାଫଳରେ ଭାରତ ଏହି ମ୍ୟାଚ୍‌କୁ ୨୯ ରନ୍‌ରେ ନିଜ ନାମରେ କରିଛି । ଭାରତ ପକ୍ଷରୁ ମହମ୍ମଦ ସିରାଜ ୩ଟି ଅର୍ଶଦୀପ ସିଂ ଓ ଅକ୍ଷର ପଟେଲ ଦୁଇଟି ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ସୂର୍ଯ୍ୟକୁମାର ଯାଦବଙ୍କ ଦମଦାର ୮୪ ରନ୍‌ର ଇନିଂସ ପାଇଁ ତାଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ମିଳିଛି ।


ମୁମ୍ବାଇର ଓ୍ବାଙ୍ଖେଡେରେ ଭାରତ-USA ମଧ୍ୟରେ ମ୍ୟାଚ୍‌ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା USA । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ୍‌ ହରାଇ ୧୬୧ ରନ୍‌ କରିପାରିଥିଲା ।

ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଆରମ୍ଭରୁ ବିପର୍ଯ୍ୟୟ ସାମ୍ନା କରିଥିଲା । ସୂର୍ଯ୍ୟକୁମାରଙ୍କ ବ୍ୟତୀତ ଆଉ କୌଣସି ବ୍ୟାଟ୍ସମ୍ୟାନ୍‌ ଅଧିକ ସମୟ ତିଷ୍ଠି ପାରିନଥିଲେ । ସୂର୍ଯ୍ୟଙ୍କ ଧୁଆଁଧାର ୮୪ ରନ୍‌ ବଳରେ ଭାରତ ନିର୍ଦ୍ଧାରିତ ଓଭରରେ ୯ ଓ୍ବିକେଟ୍‌ ହରାଇ ୧୬୧ ରନ୍‌ କରିଥିଲା ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଆରମ୍ଭରୁ ବିପର୍ଯ୍ୟୟର ସାମ୍ନା କରିଥିଲା । ଦ୍ବିତୀୟ ଓଭରରେ ଅଭିଷେକ ଶର୍ମା ପ୍ରଥମ ବଲ୍‌ରେ ଖାତା ଖୋଲିନପାରି ଆଉଟ ହୋଇଥିଲେ । ଏହା ପରେ ଇଶାନ କିଶାନ ମଧ୍ୟ ୧୬ ବଲ୍‌ରେ ୨୦ ରନ୍‌ କରି ଆଉଟ୍‌ ହୋଇଥିଲେ । ଏହା ପରେ ୫.୫ ଓଭରରେ ତିଲକ ବର୍ମା ୧୬ ବଲ୍‌ରେ ୨୫ ରନ୍‌ କରି ଆଉଟ୍ ହୋଇଥିଲେ । ଆଉ ଏହାର ପର ବଲ୍‌ ଶିବମ ଦୁବେ ଜିରୋରେ ଆଉଟ୍‌ ହୋଇଥିଲେ । ପାଓ୍ବାର ପ୍ଲେରେ ଭାରତ ୪ ଓ୍ବିକେଟ୍‌ ହରାଇ ୪୬ ରନ୍‌ କରିଥିଲା ।

ଏହା ପରେ ରିଙ୍କୁ ସିଂ ସୂର୍ଯ୍ୟକୁମାରଙ୍କ ମିଶି ଏକ ପାର୍ଟନରସିପ୍‌ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ରିଙ୍କୁ ୧୪ ବଲ୍‌ରେ ୬ ରନ୍‌ କରି ଆଉଟ ହୋଇଥିଲେ । ପରେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ୫ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଥିଲେ । କିନ୍ତୁ ଶେଷ ପର୍ଯ୍ୟନ୍ତ ସୂର୍ଯ୍ୟକୁମାର ଗୋଟିଏ ପଟେ ରହି ପାଳି ସମ୍ଭାଳିଥିଲେ । ସୂର୍ଯ୍ୟକୁମାରଙ୍କ ୮୪ ରନ୍‌ ଫଳରେ ଭାରତ ୧୬୧ ରନ୍‌ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored