India Wales Hockey World Cup / ସ୍ୱାଧୀନତା ଦିବସରେ ଟିମ୍ ଇଣ୍ଡିଆର ଧମାକା ! ୱେଲ୍ସକୁ ୩-୧ରେ ହରାଇଲା ଭାରତ
·1 hour ago·2 min read

Key Points
ହକି ବିଶ୍ୱକପ୍ରେ ଭାରତର ଦବଦବା
ୱେଲ୍ସ ବିପକ୍ଷରେ ଦମଦାର ବିଜୟ
କ୍ୟାପଟେନ୍ ହରମନପ୍ରୀତଙ୍କ ଜଲୱା
ୱେଲ୍ସ ବିପକ୍ଷରେ ଦମଦାର ବିଜୟ
କ୍ୟାପଟେନ୍ ହରମନପ୍ରୀତଙ୍କ ଜଲୱା
ବିଜୟରୁ ବିଶ୍ବକପ୍ ଅଭିଯାନ ଆରମ୍ଭ କଲା ଭାରତ । ଭାରତର ୮୦ତମ ସ୍ୱାଧୀନତା ଦିବସରେ ଦେଶକୁ ମିଳିଲା ଖେଳ ମଇଦାନରୁ ବଡ଼ ଉପହାର । ପୁରୁଷ ହକି ବିଶ୍ବକପ୍ ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ରେ ୱେଲ୍ସକୁ ୩-୧ ଗୋଲ୍ରେ ହରାଇ ଅଭିଯାନ ଆରମ୍ଭ କରିଛି ଭାରତୀୟ ହକି ଟିମ୍ ।
ଆଜିଠାରୁ ଆରମ୍ଭ ହୋଇଛି ପୁରୁଷ ହକି ବିଶ୍ବକପ୍ । ଭାରତ ଓ୍ବେଲ୍ସ ବିପକ୍ଷରେ ତା'ର ପ୍ରଥମ ମ୍ୟାଚ୍ ଖେଳିଥିଲା । ଏହି ମ୍ୟାଚ୍ରେ ବିଜୟ ସହ ନିଜର ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚ୍ରେ ଭାରତ ୱେଲ୍ସକୁ ୩-୧ ଗୋଲ୍ରେ ପରାସ୍ତ କରି ବିଜୟୀ ହୋଇଛି । ଏବେ ଆସନ୍ତା ୧୭ ଅଗଷ୍ଟରେ ଭାରତ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡକୁ ଭେଟିବ ।
ମ୍ୟାଚ୍ର ଆରମ୍ଭ ଭାରତ ପାଇଁ ସହଜ ନଥିଲା । ୱେଲ୍ସ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ଦେଖାଇ ଭାରତୀୟ ଗୋଲ୍ପୋଷ୍ଟ ଉପରେ ଚାପ ସୃଷ୍ଟି କରିଥିଲା । କିନ୍ତୁ ଭାରତୀୟ ଗୋଲକିପର ସୂରଜ ଚମତ୍କାର ପ୍ରଦର୍ଶନ କରି ୱେଲ୍ସର ଆକ୍ରମଣକୁ ରୋକି ଦେଇଥିଲେ। ତାଙ୍କର ଦମଦାର ସେଭ୍ ଭାରତକୁ ଆରମ୍ଭର ଚାପରୁ ବାହାରିବାରେ ସାହାଯ୍ୟ କରିଥିଲା ।
ଧୀରେ ଧୀରେ ଭାରତ ମ୍ୟାଚ୍ରେ ନିଜର ଲୟ ଫେରିପାଇଥିଲା । ଏହାପରେ ଆଉ ପଛକୁ ଫେରିନଥିଲା ଦଳ । ପ୍ରଥମେ ସଞ୍ଜୟ ପେନାଲ୍ଟି କର୍ଣ୍ଣରକୁ ଚମତ୍କାର ଡ୍ରାଗ୍-ଫ୍ଲିକ୍ରେ ପରିଣତ କରି ଭାରତ ପାଇଁ ପ୍ରଥମ ଗୋଲ୍ ସ୍କୋର କରିଥିଲେ ।
ଏହାପରେ କ୍ୟାପଟେନ୍ ହରମନପ୍ରୀତ ସିଂହ ଓ ସଞ୍ଜୟଙ୍କ ଚମତ୍କାର ସମନ୍ୱୟ ଦେଖିବାକୁ ମିଳିଥିଲା। ପେନାଲ୍ଟି କର୍ଣ୍ଣରର ସୁଯୋଗକୁ ହରମନପ୍ରୀତ ନିଜର ଦମଦାର ଡ୍ରାଗ୍-ଫ୍ଲିକ୍ ଜରିଆରେ ଗୋଲ୍ରେ ପରିଣତ କରିଥିଲେ। ଫଳରେ ଭାରତ ୨-୦ରେ ଆଗୁଆ ହୋଇଥିଲା ।
ଦ୍ୱିତୀୟ କ୍ୱାର୍ଟରରେ ୱେଲ୍ସ ମ୍ୟାଚ୍କୁ ଫେରିବା ପାଇଁ ଜୋରଦାର ପ୍ରୟାସ କରିଥିଲା। ପ୍ରିଚାର୍ଡ ଭାରତୀୟ ଗୋଲକିପରଙ୍କୁ ଚକମା ଦେଇ ଏକ ଜୋରଦାର ଶଟ୍ ମାରିଥିଲେ । କିନ୍ତୁ ଗୋଲ୍ କରିବାରେ ବିଫଳ ହୋଇଥିଲା । ତେବେ ମ୍ୟାଚର ୪୩ ମିନିଟ୍ର କ୍ୟାପଟେନ୍ ହରମନପ୍ରୀତ ସିଂହ ଆଉ ଏକ ସୁଯୋଗକୁ ହାତଛଡ଼ା କରିନଥିଲେ । ଚମତ୍କାର ଫ୍ଲିକ୍ ଜରିଆରେ ସେ ଭାରତ ପାଇଁ ତୃତୀୟ ଗୋଲ୍ ଦେଇଥିଲେ । ମ୍ୟାଚ୍ ଶେଷ ପର୍ଯ୍ୟନ୍ତ ଭାରତୀୟ ଦଳ ନିଜର ଲିଡ୍ ବଜାୟ ରଖି ଶେଷରେ ୩-୧ ଗୋଲ୍ରେ ୱେଲ୍ସକୁ ପରାସ୍ତ କରି ବିଶ୍ୱକପ୍ ଅଭିଯାନର ଜବରଦସ୍ତ ଆରମ୍ଭ କରିଛି । ଏବେ ଭାରତର ନଜର ୧୭ ଅଗଷ୍ଟରେ ଇଂଲଣ୍ଡ ବିପକ୍ଷ ମୁକାବିଲା ଉପରେ ରହିଛି ।

India beat Wales 3-1 in their opening Pool D game of the FIH World Cup 2026 in Amstelveen
— Hockey India (@TheHockeyIndia) August 15, 2026
Swipe through the match-day moments from India’s winning start. 📸🔥#HockeyIndia #IndiaKaGame #HWC2026 #INDvsWAL pic.twitter.com/AwBdOHHogL
ଧୀରେ ଧୀରେ ଭାରତ ମ୍ୟାଚ୍ରେ ନିଜର ଲୟ ଫେରିପାଇଥିଲା । ଏହାପରେ ଆଉ ପଛକୁ ଫେରିନଥିଲା ଦଳ । ପ୍ରଥମେ ସଞ୍ଜୟ ପେନାଲ୍ଟି କର୍ଣ୍ଣରକୁ ଚମତ୍କାର ଡ୍ରାଗ୍-ଫ୍ଲିକ୍ରେ ପରିଣତ କରି ଭାରତ ପାଇଁ ପ୍ରଥମ ଗୋଲ୍ ସ୍କୋର କରିଥିଲେ ।
ଏହାପରେ କ୍ୟାପଟେନ୍ ହରମନପ୍ରୀତ ସିଂହ ଓ ସଞ୍ଜୟଙ୍କ ଚମତ୍କାର ସମନ୍ୱୟ ଦେଖିବାକୁ ମିଳିଥିଲା। ପେନାଲ୍ଟି କର୍ଣ୍ଣରର ସୁଯୋଗକୁ ହରମନପ୍ରୀତ ନିଜର ଦମଦାର ଡ୍ରାଗ୍-ଫ୍ଲିକ୍ ଜରିଆରେ ଗୋଲ୍ରେ ପରିଣତ କରିଥିଲେ। ଫଳରେ ଭାରତ ୨-୦ରେ ଆଗୁଆ ହୋଇଥିଲା ।
ଦ୍ୱିତୀୟ କ୍ୱାର୍ଟରରେ ୱେଲ୍ସ ମ୍ୟାଚ୍କୁ ଫେରିବା ପାଇଁ ଜୋରଦାର ପ୍ରୟାସ କରିଥିଲା। ପ୍ରିଚାର୍ଡ ଭାରତୀୟ ଗୋଲକିପରଙ୍କୁ ଚକମା ଦେଇ ଏକ ଜୋରଦାର ଶଟ୍ ମାରିଥିଲେ । କିନ୍ତୁ ଗୋଲ୍ କରିବାରେ ବିଫଳ ହୋଇଥିଲା । ତେବେ ମ୍ୟାଚର ୪୩ ମିନିଟ୍ର କ୍ୟାପଟେନ୍ ହରମନପ୍ରୀତ ସିଂହ ଆଉ ଏକ ସୁଯୋଗକୁ ହାତଛଡ଼ା କରିନଥିଲେ । ଚମତ୍କାର ଫ୍ଲିକ୍ ଜରିଆରେ ସେ ଭାରତ ପାଇଁ ତୃତୀୟ ଗୋଲ୍ ଦେଇଥିଲେ । ମ୍ୟାଚ୍ ଶେଷ ପର୍ଯ୍ୟନ୍ତ ଭାରତୀୟ ଦଳ ନିଜର ଲିଡ୍ ବଜାୟ ରଖି ଶେଷରେ ୩-୧ ଗୋଲ୍ରେ ୱେଲ୍ସକୁ ପରାସ୍ତ କରି ବିଶ୍ୱକପ୍ ଅଭିଯାନର ଜବରଦସ୍ତ ଆରମ୍ଭ କରିଛି । ଏବେ ଭାରତର ନଜର ୧୭ ଅଗଷ୍ଟରେ ଇଂଲଣ୍ଡ ବିପକ୍ଷ ମୁକାବିଲା ଉପରେ ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories