Test Cricket / ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ଵିତୀୟ ଟେଷ୍ଟ ୭ ୱିକେଟ୍ରେ ଜିତିଲା ଭାରତ, ସିରିଜ୍ରେ 'ସିରାଜ' ରାଜ୍

Key Points
ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟକୁ ଭାରତ ଗୋଟିଏ ପାଳି ଓ ୧୪୦ ରନ୍ରେ ଜିତିଥିଲା । ଆଉ ଏବେ ଦ୍ଵିତୀୟ ଟେଷ୍ଟକୁ ଭାରତ ୭ ୱିକେଟ୍ରେ ଜିତି ନେବା ସହ ୨-୦ରେ ସିରିଜ୍ ବିଜୟୀ ହୋଇଛି । ସମ୍ପୂର୍ଣ୍ଣ ସିରିଜ୍ରେ ଦେଖିବାକୁ ମିଳିଛି ସିରାଜ୍ଙ୍କ ରାଜ୍ ।
ନୂଆଦିଲ୍ଲୀ: ଭାରତ, ୱେଷ୍ଟଇଣ୍ଡିଜ୍କୁ ଦ୍ଵିତୀୟ ଟେଷ୍ଟରେ ୭ ୱିକେଟ୍ରେ ପରାସ୍ତ କରିଛି । ଭାରତକୁ ୧୨୧ ରନ୍ ବିଜୟ ଲକ୍ଷ୍ୟ ୱେଷ୍ଟଇଣ୍ଡିଜ୍ ଦେଇଥିଲା । ଯାହାକୁ ଭାରତ ୩ ୱିକେଟ୍ ହରାଇ ହାସଲ କରି ନେଇଛି । ଦ୍ଵିତୀୟ ଇନିଂସରେ କେଏଲ୍ ରାହୁଲ ଅପରାଜିତ ୫୮ ରନ୍ର ପାଳି ଖେଳିଥିବା ବେଳେ ସାଈ ସୁଦର୍ଶନ ୩୯ ରନ୍ କରିଥିଲେ ।
ଭ୍ରମଣକାରୀ ଦଳ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟକୁ ଭାରତ ଗୋଟିଏ ପାଳି ଓ ୧୪୦ ରନ୍ରେ ଜିତିଥିଲା । ଆଉ ଏବେ ଦ୍ଵିତୀୟ ଟେଷ୍ଟକୁ ଭାରତ ୭ ୱିକେଟ୍ରେ ଜିତି ନେବା ସହ ୨-୦ରେ ସିରିଜ୍ ବିଜୟୀ ହୋଇଛି । ସମ୍ପୂର୍ଣ୍ଣ ସିରିଜ୍ରେ ଦେଖିବାକୁ ମିଳିଛି ସିରାଜ୍ଙ୍କ ରାଜ୍ ।
ଏଥିସହ ପଢ଼ନ୍ତୁ: ମହିଳା କ୍ରିକେଟରେ ପ୍ରଥମ, ଚଳିତବର୍ଷ ମହିଳା ଦିନିକିଆରେ ହଜାରେ ରନ୍ କଲେ ସ୍ମୃତି
ଦିଲ୍ଲୀ ଟେଷ୍ଟରେ ଭାରତ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିଥିଲା । ପ୍ରଥମ ପାଳିରେ ଭାରତ ୫ ୱିକେଟ୍ ହରାଇ ୫୧୮ ରନ୍ରେ ଇନିଂସ ଘୋଷଣା କରିଥିଲା । ପ୍ରଥମ ଇନିଂସରେ ଭାରତ ପକ୍ଷରୁ ଯଶସ୍ଵୀ ଜୟସୱାଲ୍ ୧୭୫ ରନ୍ କରିଥିବା ଅଧିନାୟକ ଶୁବମନ ଗିଲ୍ ଅପରାଜିତ ୧୨୯ ରନ୍ ଯୋଡ଼ିଥିଲେ । ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଜୋମେଲ ୱାକରିନ୍ ସର୍ବାଧିକ ୩ଟି ୱିକେଟ୍ ହାତେଇଥିଲେ ।
ଜବାବରେ ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳିରେ ୨୪୮ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା । ଦଳ ପକ୍ଷରୁ ଏଲିକ ଏଥନାଜ ୪୧ ରନ୍ ସାଈ ହୋପ ୩୮ ରନ୍ କରିଥିଲେ । ଭାରତ ପକ୍ଷରୁ କୁଳଦୀପ ଯାଦବ ସର୍ବାଧିକ ୫ଟି ସଫଳତା ପାଇଥିବା ବେଳେ ରବୀନ୍ଦ୍ର ଜାଡ଼େଜା ୩ଟି ୱିକେଟ୍ ନେଇଥିଲେ ।
📱 Get Argus News App
✨ଆହୁରି ପଢ଼ନ୍ତୁ: ମହିଳାଙ୍କୁ ମିଳିବ ରୋଜଗାର, ବିନା ସୁଧରେ କାର କିଣିବା ଲାଗି ମିଳିବ ଋଣ
ପ୍ରଥମ ପାଳି ଆଧାରରେ ଭାରତ ୨୭୦ ରନ୍ରେ ଆଗୁଆ ରହିଥିଲା । ୱେଷ୍ଟଇଣ୍ଡିଜ୍ ଦ୍ଵିତୀୟ ପାଳିରେ ୩୯୦ ରନ୍ ସ୍କୋର୍ କରି ଭାରତକୁ ୧୨୧ ରନ୍ ଟାର୍ଗେଟ୍ ଦେଇଥିଲା । ଯାହାକୁ ଭାରତ ୩ ୱିକେଟ୍ ହରାଇ ହାସଲ କରି ନେଇଛି । ଦ୍ଵିତୀୟ ପାଳିରେ କୁଳଦୀପ ଓ ଯଶପ୍ରୀତ ୩ଟି ଲେଖାଏଁ ସଫଳତା ପାଇଥିବା ବେଳେ ମହମ୍ମଦ ସିରାଜ ୨ଟି ୱିକେଟ୍ ନେଇଥିଲେ ।
ସିରିଜ୍ ହିରୋ 'ସିରାଜ'
ମହମ୍ମଦ ସିରାଜଙ୍କୁ ଏହି ଟେଷ୍ଟ ସିରିଜ୍ରେ କୁହା ଯାଉଛି । ଦିଲ୍ଲୀ ଟେଷ୍ଟରେ ୱେଷ୍ଟଇଣ୍ଡିଜ୍ର ଦ୍ଵିତୀୟ ପାଳରେ ସିରାଜ, ସାଈ ହୋପଙ୍କୁ ଆଉଟ୍ କରିଥିଲେ । ଏହା ଥିଲା ସମୟ, ଯେଉଁ ସମୟରେ ଭାରତୀୟ ବୋଲର୍ଙ୍କ ମନୋବଳ ଭାଙ୍ଗି ଆସୁଥିଲା । ଠିକ୍ ସେତିକି ବେଳେ ସାଈ ହୋପଙ୍କୁ ୧୦୩ ରନ୍ରେ ବୋଲ୍ଡ କରିଥିଲେ ସିରାଜ । ଆଉ ଭାରତକୁ ଦେଇଥିଲେ ସଫଳତା । ଦିଲ୍ଲୀ ଟେଷ୍ଟରେ ୩ ୱିକେଟ୍ ନେଇଥିବା ସିରାଜ, ସମ୍ପୂର୍ଣ୍ଣ ସିରିଜ୍ରେ ମୋଟ ୧୦ଟି ୱିକେଟ୍ ଅକ୍ତିଆର କରିଛନ୍ତି ।
Related Topics
Explore more stories