Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

India Defeat Zimbabwe / ଜିମ୍ବାଓ୍ବେ ବିପକ୍ଷରେ ଭାରତର ବଡ଼ ବିଜୟ, ଏବେ ଓ୍ବେଷ୍ଟଇଣ୍ଡିଜକୁ ହରାଇଲେ ‘ସେମି’କୁ ଯିବ ଟିମ୍ ଇଣ୍ଡିଆ

Santosh Kumar Sahoo
Browse all articles by Santosh Kumar Sahoo
·4 months ago·2 min read
ଜିମ୍ବାଓ୍ବେ ବିପକ୍ଷରେ ଭାରତର ବଡ଼ ବିଜୟ, ଏବେ ଓ୍ବେଷ୍ଟଇଣ୍ଡିଜକୁ ହରାଇଲେ ‘ସେମି’କୁ ଯିବ ଟିମ୍ ଇଣ୍ଡିଆ
India vs Zimbabwe

Key Points

ବିଶ୍ବକପରେ ଭାରତର ବଡ଼ ବିଜୟ
ଜିମ୍ବାଓେ ବିପକ୍ଷରେ ଭାରତର ୭୨ ରନ୍‌ର ବଡ଼ ବିଜୟ
ୱେଷ୍ଟଇଣ୍ଡିଜ୍ ହରାଇଲେ ସେମି ପକ୍କା

ଜିମ୍ବାଓ୍ବେ ବିପକ୍ଷରେ ଟିମ୍ ଇଣ୍ଡିଆର ବଡ଼ ବିଜୟ । ଟି-୨୦ ବିଶ୍ବକପର ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଜିମ୍ବାଓ୍ବେକୁ ୭୨ ରନରେ ପରାସ୍ତ କଲା ଭାରତ । ପ୍ରଥମେ ବ୍ୟାଟିଂ କରି ଜିମ୍ବାଓ୍ବେ ସାମ୍ନାରେ ୨୫୭ ରନର ଟାର୍ଗେଟ ରଖିଥିଲା । ଆଉ ଜିମ୍ବାଓ୍ବେ ଏହି ଟାର୍ଗେଟକୁ ପିଛା କରି ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ୍ ହରାଇ ମାତ୍ର ୧୮୬ ରନ୍ କରିପାରିଥିଲା । ଯାହାଫଳରେ ଭାରତ ଏହି ମ୍ୟାଚକୁ ୭୨ ରନରେ ନିଜ ନାମରେ କରିଛି । ଏହି ବିଜୟ ସହ ଟିମ୍ ଇଣ୍ଡିଆ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିବାକୁ ଆଉ ପାଦେ ଆଗେଇଛି । ସୁପର-୮ର ଶେଷ ମ୍ୟାଚ୍ରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରି ଭାରତ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ ।

ଚେନ୍ନାଇରେ ଖେଳାଯାଇଥିବା ମ୍ୟାଚ୍ରେ ଆରମ୍ଭରୁ ଆକ୍ରମଣାତ୍ମକ ଢଙ୍ଗରେ ଖେଳିଥିଲା ଭାରତ । ଦୁଇ ଓପନର ସଞ୍ଜୁ ସାମସନ୍ ଓ ଅଭିଷେକ ଶର୍ମା ଧୁଆଁଧାର ବ୍ୟାଟିଂ କରିଥିଲେ । ତେବେ ସଞ୍ଜୁ ୨୪ ରନ୍ କରି ଆଉଟ୍ ହେବା ପରେ ଇଶାନ କିଶାନ କ୍ରିଜ୍କୁ ଆସିଥିଲେ । ଉଭୟ ଦ୍ବିତୀୟ ଓ୍ବିକେଟ୍ ପାଇଁ ୭୨ ରନ୍ର ପାର୍ଟନରସିପ୍ କରିଥିଲେ । ତେବେ ଇଶାନ ୩୮ ରନ୍ କରି ପ୍ୟାଭିଲିୟନ୍ ଫେରିବା ପରେ ସୂର୍ଯ୍ୟକୁମାର ଯାଦବ ଆସିଥିଲେ । ଆଉ ସେ ଅଭିଷେକଙ୍କ ସହ ମିଶି ଦ୍ରୁତ ଗତିରେ ୩୩ ରନ୍ କରିଥିଲେ । ସେହିପରି ଅଭିଷେକ ଶର୍ମା ଚଳିତ ଟି-୨୦ ବିଶ୍ବକପ୍ରେ ପ୍ରଥମ ଥର ପାଇଁ ଅର୍ଦ୍ଧଶତକ ହାସଲ କରିଥିଲେ । ସୂର୍ଯ୍ୟକୁମାର ଓ ଅଭିଷେକ ଆଉଟ୍ ହେବା ପରେ ପାଳି ସମ୍ଭାଳିଥିଲେ ହାର୍ଦ୍ଦିକ ପାଣ୍ଡ୍ୟ ଓ ତିଲକ ବର୍ମା । ଉଭୟ ଆକ୍ରମଣାତ୍ମକ ବ୍ୟାଟିଂ କରି ଦଳର ସ୍କୋରକୁ ୨୫୬ ରନର ପହଞ୍ଚାଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୨୩ ବଲରେ ୫୦ ରନ କରିଥିବା ବେଳେ ତିଲକ ବର୍ମା ୧୬ ବଲରେ ୪୪ ରନ୍ କରିଥିଲେ ।

୨୫୭ ରନର ଟାର୍ଗେଟ୍ ନେଇ ପଡ଼ିଆକୁ ଓହ୍ଲାଇଥିବା ଜିମ୍ବାଓ୍ବେ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ୍ ହରାଇ ୧୮୪ ରନ୍ କରିଥିଲା । ଜିମ୍ବାଓ୍ବେ ପକ୍ଷରୁ ବ୍ରିଆନ୍ ବେନେଟ୍ ସର୍ବାଧିକ ୯୭ ରନ୍ କରିଥିବା ବେଳେ ଭାରତ ପକ୍ଷରୁ ଅର୍ଶଦୀପ ସିଂ ସର୍ବାଧିକ ୩ଟି ଓ୍ବିକେଟ୍ ଅକ୍ତିଆର କରିଥିଲେ ।

ଏଥିସହ ପଢ଼ନ୍ତୁ: ଜିମ୍ବାୱେ ବିପକ୍ଷର ଭାରତର ବଡ଼ ସ୍କୋର୍, ଅନେକ ଦିନ ପରେ ପରୀକ୍ଷାରେ ପାସ୍ ହେଲେ ସଞ୍ଜୁ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India Crush Zimbabwe by 72 Runs; Must Beat West Indies to Seal Semifinal Berth | Argus News