Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଜୁନିୟର ଏସିଆ କପ୍ ହକିରେ ପାକିସ୍ତାନକୁ ହରାଇ ଭାରତ ଚାମ୍ପିୟନ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଜୁନିୟର ଏସିଆ କପ୍ ହକିରେ ପାକିସ୍ତାନକୁ ହରାଇ ଭାରତ ଚାମ୍ପିୟନ

ଅର୍ଗସ ବ୍ୟୁରୋ : ପାକିସ୍ତାନକୁ ହରାଇ ଭାରତ ଚାମ୍ପିୟନ । ଜୁନିୟର ଏସିଆ କପ୍ ହକିରେ ଫାଇନାଲରେ ପାକିସ୍ତାନକୁ 5-3ରେ ହରାଇ ଟାଇଟନ ହାତେଇଛି ଟିମ୍ ଇଣ୍ଡିଆ । ଫାଇନାଲରେ ଭାରତର ରୋମାଞ୍ଚକର ବିଜୟ ପରେ ଏକ୍ସ ପୋଷ୍ଟରେ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଜୟୀ ସ୍କ୍ବାର୍ଡରେ ସାମିଲ ଥିବା 3 ଓଡ଼ିଆ ଖେଳାଳି ଅନମୋଲ ଏକ୍କା, ରୋଶନ କୁଜୁର ଓ ମୁକେଶ ଟପ୍ପୋଙ୍କଙ୍କୁ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଦେଇଥିବା ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ।

ଅଧିକ ପଢନ୍ତୁ : Pink Ball ଟେଷ୍ଟ ଖେଳିବେନି No.1 କ୍ରିକେଟର

ମ୍ୟାଚର 3 ମିନିଟରେ ଫିଲ୍ଡ ଗୋଲ୍ କରି ଭଲ ଆରମ୍ଭ କରିଥିଲେ ବି ଶେଷ କ୍ବାର୍ଟରରେ ପାକିସ୍ତାନକୁ ଜୋରଦାର ଝଟକା ଦେଇଥିଲେ ଭାରତ ଖେଳାଳି । ଦ୍ବିତୀୟାର୍ଧରେ ଆଉ ଏକ ଗୋଲ୍ କରି ପାକିସ୍ତାନ ମ୍ୟାଚକୁ 3-2କୁ ଆଣିଥିଲା । ତୃତୀୟ କ୍ବାର୍ଟରର ଆରମ୍ଭରେ ପାକିସ୍ତାନ ପୁଣି ଏକ ଗୋଲ କରି ମ୍ୟାଚକୁ 3-3 ସ୍ଥିତିରେ ପହଞ୍ଚାଇଥିଲା । ଏହାପରେ ଭାରତ କମବ୍ୟାକ କରି ମ୍ୟାଚକୁ ପାକିସ୍ତାନ ହାତରୁ ଛଡ଼ାଇ ନେଇଥିଲା । ଏହାକୁ ମିଶାଇ ଭାରତ ସର୍ବାଧିକ 5ଥର ଏହି ଟୁର୍ଣ୍ଣାମେଣ୍ଟ ଜିତିଛି । 2023 ଓ 2015 ରେ ମଧ୍ୟ ପାକିସ୍ତାନକୁ ହରାଇ ଭାରତ ହୋଇଥିଲା ବିଜେତା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India defeated Pakistan in Junior Asia Cup Hockey | Argus News