ସ୍ପିନ୍ ଜାଲରେ ଫସିଲା ପାକିସ୍ତାନ, ଭାରତକୁ ଦେଲା ମାତ୍ର ୧୨୮ ରନ୍ ଟାର୍ଗେଟ୍

Key Points
ଭାରତ-ପାକିସ୍ତାନ ମହାମୁକାବିଲା । ମାତ୍ର ୧୨୭ ରନ୍ କରିପାରିଲା ପାକିସ୍ତାନ । ଭାରତ ସାମ୍ନାରେ ୧୨୮ ରନର ବିଜୟଲକ୍ଷ୍ୟ ।
ଏସିଆ କପରେ ପାକିସ୍ତାନର ବ୍ୟାଟିଂ ବିପର୍ଯ୍ୟୟ । ଭାରତୀୟ ସ୍ପିନରଙ୍କ ଜାଲରେ ଫସିଲେ ପାକ୍ ବ୍ୟାଟ୍ସମ୍ୟାନ୍ । ଭାରତ ଘାତକ ବୋଲିଂ ଆଗରେ ଅଧିକ ସମୟ ତିଷ୍ଠି ପାରିଲେନି ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ । ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ ହରାଇ ମାତ୍ର ୧୨୭ ରନ୍ କରିବାରେ ସଫଳ ହୋଇଛି । ଯାହାଫଳରେ ଭାରତକୁ ଏହି ମ୍ୟାଚକୁ ଜିତିବାକୁ ହେଲେ ୧୨୮ ରନ୍ କରିବାକୁ ହେବ ।
Innings Break!
— BCCI (@BCCI) September 14, 2025
Brilliant bowling display by our bowlers as Pakistan is restricted to 127/9 in 20 overs.
Kuldeep Yadav with 3 wickets, Axar Patel and Jasprit Bumrah with 2 apiece.
Scorecard - https://t.co/D7cDABHqaf #AsiaCup2025 pic.twitter.com/xQNHvIqiBs
📱 Get Argus News App
✨ଏହି ହାଇଭୋଲଟେଜ୍ ମ୍ୟାଚରେ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ପାକିସ୍ତାନ । ତେବେ ଭାରତୀୟ ବୋଲର ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାଚର ପ୍ରଥମ ଓଭରରେ ହିଁ ସଇମ ଆୟୁବଙ୍କୁ ଖାତା ଖୋଲିବା ପୂର୍ବରୁ ଆଉଟ କରିଥିଲେ। ସେହିପରି ଦ୍ବିତୀୟ ଓଭରରେ ବୁମରାଙ୍କ ବଲକୁ ଖେଳିବାକୁ ଯାଇ ମହମ୍ମଦ ହ୍ୟାରିସ ମଧ୍ୟ ଆଉଟ ହୋଇଥିଲେ । ଏହି ଦୁଇ ବୋଲରଙ୍କ ପରେ ଅକ୍ଷର ପଟେଲ ଓ କୁଲଦୀପ ଯାଦବ ପାକିସ୍ତାନର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । କୁଳଦୀପ ଯାଦବ ୩ଟି ଓ୍ବିକେଟ ନେଇଥିବାବେଳେ ବୁମରା ଓ ଅକ୍ଷର ପଟେଲ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ବରୁଣ ଚକ୍ରବର୍ତ୍ତି ଓ ପାଣ୍ଡ୍ୟା ୧ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।