Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୩୦୭ରେ ଅଲଆଉଟ୍ ରୋହିତ ବାହିନୀ, ଏକା ଲଢ଼ିଲେ ଧ୍ରୁବ ଜୁରେଲ

Sports

୩୦୭ରେ ଅଲଆଉଟ୍ ରୋହିତ ବାହିନୀ, ଏକା ଲଢ଼ିଲେ ଧ୍ରୁବ ଜୁରେଲ

Jitendra Dash
Browse all articles by Jitendra Dash
·2 years ago·1 min read
୩୦୭ରେ ଅଲଆଉଟ୍ ରୋହିତ ବାହିନୀ, ଏକା ଲଢ଼ିଲେ ଧ୍ରୁବ ଜୁରେଲ

ଅର୍ଗସ ବ୍ୟୁରୋ : ୩୦୭ ରନ କରି ଅଲ୍ ଆଉଟ୍ ହେଲା ଭାରତୀୟ ଦଳ । ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଭାରତ ତା'ର ପ୍ରଥମ ଇନିଂସରେ ୩୦୭ ରନ୍ କରି ଅଲ୍ ଆଉଟ୍ ହୋଇଯାଇଛି । ଫଳରେ ୩୫୩ ରନ୍ କରିଥିବା ଇଂଲଣ୍ଡଠାରୁ ୪୬ ରନ୍ ପଛରେ ରହିଯାଇଛି । ପ୍ରଥମ ଇନିଂସରେ ୯୦ ରନର ଲଢୁଆ ପାଳି ଖେଳିଛନ୍ତି ଜୁରେଲ  । 

ଅଧିକ ପଢନ୍ତୁ ଖେଳ ଖବର

ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୩୫୩ ରନ୍ କରିଥିଲା ଇଂଲିଶ ବାହିନୀ । ଏହାପରେ ନିଜର ପ୍ରଥମ ପାଳି ଆରମ୍ଭ କରିଥିବା ଟିମ୍ ଇଣ୍ଡିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । କ୍ୟାପ୍ଟନ ରୋହିତ ଶର୍ମା ମାତ୍ର ୨ ରନ୍ କରି ଆଉଟ୍ ହୋଇ ଯାଇଥିଲେ । ଯଶସ୍ୱୀ ଜୈସ୍ୱାଲ ଏବଂ ଶୁବମନ ଗିଲ୍ ପାଳିକୁ ଆଗେଇ ନେଇ ଚାଲିଥିବା ବେଳେ ଶୋଏବ ବଶିରଙ୍କ ଶିକାର ହୋଇଥିଲେ ଗିଲ୍ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A fighting Dhruv Jurel fell 10 runs short of his maiden | Argus News