Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Team India / ବିଶ୍ବକପ୍‌ ଫାଇନାଲରେ ଟିମ୍‌ ଇଣ୍ଡିଆ, ମ୍ୟାଚ୍‌ର ହିରୋ ସାଜିଲେ ବୁମରାହ ଓ ଅକ୍ଷର ପଟେଲ

Santosh Kumar Sahoo
Browse all articles by Santosh Kumar Sahoo
·4 months ago·3 min read
ବିଶ୍ବକପ୍‌ ଫାଇନାଲରେ ଟିମ୍‌ ଇଣ୍ଡିଆ, ମ୍ୟାଚ୍‌ର ହିରୋ ସାଜିଲେ ବୁମରାହ ଓ ଅକ୍ଷର ପଟେଲ
Team India

Key Points

ଇଂଲଣ୍ଡକୁ ହରାଇ ଫାଇନାଲରେ ଭାରତ
ଦ୍ବିତୀୟ ସେମିଫାଇନାଲ ଜିତିଲା ଭାରତ
ଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ

୨୦୨୬ ଟି-୨୦ ବିଶ୍ବକପ୍‌ ଫାଇନାଲରେ ଭାରତ । ରୋମାଞ୍ଚକର ସେମିଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡକୁ ୭ ରନ୍‌ରେ ହରାଇ ଫାଇନାଲରେ ପ୍ରବେଶ କରିଛି ଟିମ୍‌ ଇଣ୍ଡିଆ । ଯଶପ୍ରୀତ ବୁମରାହଙ୍କ ଆକ୍ରମଣାତ୍ମକ ବୋଲିଂ ଓ ଅକ୍ଷର ପଟେଲଙ୍କ ଦମଦାର ଫିଲ୍ଡିଂ ବଳରେ ଭାରତ ଇଂଲଣ୍ଡକୁ ୭ ରନ୍‌ରେ ପରାସ୍ତ କରିଛି । ଏହା ସହ ଲଗାତାର ଦ୍ବିତୀୟ ଥର ପାଇଁ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ।



ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ସେମିଫାଇନାଲ୍ ମ୍ୟାଚ୍‌ରେ ଇଂଲଣ୍ଡ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ଅଭିଷେକ ଶର୍ମା ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ବିଫଳ ହୋଇଥିଲେ, ମାତ୍ର ୯ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ଏହା ପରେ ସଞ୍ଜୁ ସାମସନ୍‌ ଓ ଇଶାନ କିଶାନ ଧୁଆଁଧାର ଇନିଂସ ଖେଳିଥିଲେ । ଉଭୟରେ ଦ୍ବିତୀୟ ଓ୍ବିକେଟ୍‌ ପାଇଁ ୯୭ ରନ୍‌ ପାର୍ଟନରସିପ୍‌ କରିଥିଲେ । ଇଶାନ ୩୯ ରନ୍‌ କରି ଆଉଟ୍‌ ହେବା ପରେ ଶିବମ ଦୁବେ ବ୍ୟାଟିଂ କରିବାକୁ ଆସିଥିଲେ ।

ସାମସନ୍‌ ଓ ଦୁବେ ୪୩ ରନ୍‌ର ପାର୍ଟନରସିପ୍‌ କରିଥିଲେ । ତେବେ ସାମସନ୍‌ ୮୯ ରନ୍‌ ଆଉଟ୍‌ ହେବା ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ କ୍ରିଜ୍‌କୁ ଆସିଥିଲେ । ସେ ମାତ୍ର ୧୧ ରନ୍‌ କରି ଆଉଟ୍‌ ହୋଇଥିଲେ । ସେହିପରି ଶିବମ ଦୁବେ ୪୩ ରନ୍‌ କରି ଆଉଟ୍‌ ହୋଇଥିଲା । ଏହା ପରେ ହାର୍ଦ୍ଦିକ ପାଣ୍ଡ୍ୟା ୧୨ ୨୭ ଓ ତିଲକ ବର୍ମା ୭ ବଲ୍‌ରେ ଦ୍ରୁତ ୨୧ ରନ୍ କରିଥିଲେ । ଯାହାଫଳରେ ଭାରତର ସ୍କୋର ନିର୍ଦ୍ଦାରିତ ୨୦ ଓଭରରେ ୨୫୩ ରନ୍‌ କରିଥିଲା ।



ସଞ୍ଜୁ ସାମସନ୍ ଲଗାତାର ଦ୍ୱିତୀୟ ମ୍ୟାଚ୍‌ରେ ପଚାଶ ରନ୍ କରିଥିଲେ । ପୂର୍ବରୁ ସାମସନ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସୁପର ୮ ମ୍ୟାଚ୍‌ରେ ୯୭ ରନ୍‌ର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ। ଏବେ ସେ ଇଂଲଣ୍ଡ ବିପକ୍ଷ ସେମିଫାଇନାଲ୍‌ରେ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ ।

୨୫୪ ରନ୍‌ର ଟାର୍ଗେଟ୍‌କୁ ପିଛା କରୁଥିବା ଇଂଲଣ୍ଡ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରୁଥିଲା । ଲଗାତର ବ୍ୟବଧାନରେ ଓ୍ବିକେଟ୍‌ ପଡ଼ୁଥିବା ବେଳେ ମଧ୍ୟ ଇଂଲଣ୍ଡ ରନ୍‌ ସ୍କୋର ଜାରି ରଖିଥିଲା । ଗୋଟିଏ ପଟେ ଇଂଲଣ୍ଡର ଓ୍ବିକେଟ୍‌ ପଡ଼ୁଥିଲା କିନ୍ତୁ ଅନ୍ୟପଟେ ଜ୍ୟାକବ୍‌ ବେଥଲ ଧୁଆଧାର ବ୍ୟାଟିଂ କରୁଥିଲେ । ଏମିତି କି ଏକ ସମୟରେ ଭାରତ ହାତରୁ ମ୍ୟାଚ୍‌ ଇଂଲଣ୍ଡ ଛଡ଼ାଇ ନେଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଥିଲା । କିନ୍ତୁ ଏହି ସମୟରେ ବୋଲିଂ କରିବାକୁ ଆସିଥିଲେ ଅର୍ଶଦୀପ ସିଂ । ଆଉ ଅର୍ଶଦୀପଙ୍କ ବୋଲିଂରେ ଏକ ଚମତ୍କାର କ୍ୟାଚ୍‌ ଧରି ଓ୍ବିଲ୍‌ ଜ୍ୟାକ୍‌ଙ୍କୁ ପ୍ୟାଭିଲିୟନ ପଠାଇଥିଲେ । ଆଉ ଏହା ପରେ ବୋଲିଂ କରିବାକୁ ଆସିଥିଲେ ଟିମ୍‌ ଇଣ୍ଡିଆର ଷ୍ଟାର ବୋଲର ଯଶପ୍ରୀତ ବୁମରାହ । ଆଉ ସେ ମ୍ୟାଚ୍‌ର ଗତିକୁ ପରିବର୍ତ୍ତନ କରିଦେଇଥିଲେ । ବୁମରାହଙ୍କ ବୋଲିଂ ବଳରେ ଭାରତ ଏହି ମ୍ୟାଚ୍‌କୁ ୭ ରନ୍‌ରେ ନିଜ ନାମରେ କରିଥିଲା ।
ଏହି ବିଜୟ ସହ ଭାରତ ଲଗାତର ଦ୍ବିତୀୟ ଥର ପାଇଁ ବିଶ୍ବକପ୍‌ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ମାର୍ଚ୍ଚରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍‌ ଖେଳାଯିବ । ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ନ୍ୟୁଜିଲାଣ୍ଡ । ତେଣୁ ରବିବାର ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ବକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
India Enter T20 World Cup 2026 Final After Thrilling Win Over England | Argus News