Videos
|
Sports

India vs South Africa / ୧୨୪ ରନ୍ କରିପାରିଲାନି ଟିମ୍ ଇଣ୍ଡିଆ, ଶେଷରେ...

Banajyotshna Ray
Browse all articles by Banajyotshna Ray
·10 months ago·2 min read
୧୨୪ ରନ୍ କରିପାରିଲାନି ଟିମ୍ ଇଣ୍ଡିଆ, ଶେଷରେ...

Key Points

ହାରିଲା ଭାରତ
୧୨୪ ରନ୍ କରିପାରିଲାନି ଟିମ୍ ଇଣ୍ଡିଆ
୩୦ ରନରେ ଜିତିଲା ଦକ୍ଷିଣ ଆଫ୍ରିକା

କୋଲକାତା ଟେଷ୍ଟ ହାରିଲା ଟିମ୍‌ ଇଣ୍ଡିଆ । ୩୦ ରନରେ ଜିତିଲା ଦକ୍ଷିଣ ଆଫ୍ରିକା। ଘରୋଇ ମାଟିରେ ମାତ୍ର ୧୨୪ ରନ କରିପାରିଲାନି ଭାରତ। ଦକ୍ଷିଣ ଆଫ୍ରିକା ଭାରତକୁ ବିଜୟ ପାଇଁ ୧୨୪ ରନର ଟାର୍ଗେଟ ଦେଇଥିଲା । ଇଡେନ ଗାର୍ଡେନରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ପରାସ୍ତ ହୋଇଛି ଭାରତ । ଲୋ ସ୍କୋରକୁ ଚେଜ୍ କରିନପାରି ଟିମ୍ ମାତ୍ର ୯୩ ରନରେ ଅଲଆଉଟ୍ ହୋଇଯାଇଛି । ଏହାସହ ୩୦ ରନରେ ବିଜୟ ହାସଲ କରିଛି ଭ୍ରମଣକାରୀ ଟିମ୍ ।

ଏଥିସହ ପଢ଼ନ୍ତୁ: ସୁଭମନଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ, ଖେଳିବେ କି ନାହିଁ ଜଣାନାହିଁ..!

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଦୁଇ ଟେଷ୍ଟ୍ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳୁଛି । ଯାହାର ପ୍ରଥମ ମ୍ୟାଚ କୋଲକାତାରେ ଖେଳାଯାଇଥିଲା । ଏଥିରେ ଟସ୍ ଜିତିଥିଲେ ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ବାଭୁମା ଏବଂ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ପ୍ରଥମ ଇନିଂସରେ ଭାରତୀୟ ବୋଲରଙ୍କ ସାମ୍ନା କରିପାରିନଥିଲା ଆଫ୍ରିକୀୟ ଟିମ୍ । ଦଳ ୧୫୯ ରନ୍ କରିପାରିଥିଲା । ଯାହାର ଜବାବରେ ଭାରତ ୧୮୯ ରନ୍ କରିଥିଲା । ଏହାସହ ଭାରତ ୩୦ ରନର ଆଗୁଆ ରହିଥିଲା ।

ଦ୍ୱିତୀୟ ଇନିଂସରେ ମଧ୍ୟ ଦକ୍ଷିଣ ଆଫ୍ରିକାର ବ୍ୟାଟର ଫେଲ୍ ମାରିଥିଲେ । ତେମ୍ବା ବାଭୁମାଙ୍କୁ ଛାଡି ଅନ୍ୟ କୌଣସି ବ୍ୟାଟର ବଡ ସ୍କୋର କରିପାରିନଥିଲେ । ଫଳରେ ଦଳ ୧୫୩ ରନ୍ କରିପାରିଥିଲା । ତେବେ ୧୨୪ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଟିମ୍ ଇଣ୍ଡିଆକୁ ପ୍ରାରମ୍ଭିକ ଝଟକା ଲାଗିଥିଲା । ଦଳ ମାତ୍ର ୨ ରନରେ ଦୁଇ ଓ୍ୱିକେଟ୍ ହରାଇ ସଙ୍କଟରେ ପଡିଥିଲା । ଏହାପରେ ଜଣଙ୍କ ପରେ ଜଣେ ବ୍ୟାଟର ପ୍ୟାଭିଲିୟନ ଫେରିଥିଲେ। ଶେଷରେ ଭାରତ ହାରିଥିଲା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦକ୍ଷିଣ ଆଫ୍ରିକା ମାତ୍ର ତିନି ଦିନ ମଧ୍ୟରେ ଭାରତ ବିପକ୍ଷରେ ପ୍ରଥମ ଟେଷ୍ଟ ଜିତିଛି। କୋଲକାତାରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ସେମାନେ ଭାରତୀୟ ଦଳକୁ ସମ୍ପୂର୍ଣ୍ଣ ପରାସ୍ତ କରିଛନ୍ତି। ଏହି ପ୍ରଭାବଶାଳୀ ବିଜୟ ସହିତ, ଦକ୍ଷିଣ ଆଫ୍ରିକା କେବଳ ଦୁଇଟି ଟେଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିନାହିଁ, ବରଂ ଇଡେନ ଗାର୍ଡେନରେ ୫୩ ବର୍ଷର ପୁରୁଣା ରେକର୍ଡ ମଧ୍ୟ ଭାଙ୍ଗିଛି। ଇଡେନ ଗାର୍ଡେନରେ ଡିଫେଣ୍ଡ ହୋଇଥିବା ସର୍ବନିମ୍ନ ସ୍କୋର ପାଇଁ ଦକ୍ଷିଣ ଆଫ୍ରିକା ଏହି ରେକର୍ଡ ଭାଙ୍ଗିଛି।

ଦକ୍ଷିଣ ଆଫ୍ରିକା ଭାରତ ସମ୍ମୁଖରେ ବିଜୟ ପାଇଁ ୧୨୪ ରନର ଟାର୍ଗେଟ ରଖିଥିଲା। ଯଦିଓ ଏହି ଟାର୍ଗେଟ ବଡ଼ ମନେ ହେଉନଥିଲା, କିନ୍ତୁ ଇଡେନ ଗାର୍ଡେନରେ ଏହାକୁ ପିଛା କରିବା ଏକ ପାହାଡ ଚଢ଼ିବା ଥିଲା। ଯଦି ଭାରତୀୟ ଦଳ ସଫଳ ହୋଇଥାନ୍ତା, ତେବେ ଏହା ୨୧ ବର୍ଷ ପୂର୍ବେ ନିଜ ରେକର୍ଡ ଭାଙ୍ଗିଥାନ୍ତା।

ଅଧିକ ପଢ଼ନ୍ତୁ ଖେଳ ଖବର:


Related Topics

Explore more stories