Team India Changes / ତୃତୀୟ T20ରେ ଟିମ୍ ଇଣ୍ଡିଆର ୪ ବଡ଼ ପରିବର୍ତ୍ତନ ! ୨ ଖେଳାଳିଙ୍କ ଡେବ୍ୟୁ ପକ୍କା ?
·1 month ago·2 min read

Key Points
ତୃତୀୟ T20ରେ କିଏ ଖେଳିବେ ?
ଟିମ୍ ଇଣ୍ଡିଆର ସମ୍ଭାବ୍ୟ Playing 11 ଆସିଲା ସାମ୍ନାକୁ
୨ ଖେଳାଳିଙ୍କ ଡେବ୍ୟୁ ପକ୍କା ?

ଭାରତ ଓ ଜିମ୍ବାୱେ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ଶେଷ ମ୍ୟାଚ୍ ରବିବାର ହରାରେ ସ୍ପୋର୍ଟ୍ସ କ୍ଲବ୍ରେ ଖେଳାଯିବ । ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପୂର୍ବରୁ ୨-୦ର ସିରିଜ୍କୁ ନିଜ ନାମରେ କରି ସାରିଛି । ତେଣୁ ତୃତୀୟ ମ୍ୟାଚ୍ ଔପଚାରିକତା ହୋଇଥିଲେ ମଧ୍ୟ ଭବିଷ୍ୟତ ଦଳ ଗଠନ ଏବଂ ବେଞ୍ଚ ଷ୍ଟ୍ରେନ୍ଥକୁ ପରଖିବା ପାଇଁ ଏହା ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ସୁଯୋଗ ହେବ ।
ସିରିଜ୍ ଜିତିସାରିଥିବାରୁ ଭାରତୀୟ ଦଳ ତୃତୀୟ ଟି-୨୦ ପାଇଁ ପ୍ଲେଇଂ-୧୧ରେ ଏକାଧିକ ପରିବର୍ତ୍ତନ କରିପାରେ । କିଛି ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇପାରେ । ସେହିପରି ଏପର୍ଯ୍ୟନ୍ତ ସୁଯୋଗ ପାଇନଥିବା ଯୁବ ଖେଳାଳିଙ୍କୁ ଡେବ୍ୟୁ କିମ୍ବା ଏହି ସିରିଜ୍ରେ ପ୍ରଥମ ଥର ପାଇଁ ଖେଳିବାର ସୁଯୋଗ ମିଳିପାରେ । ଅଧିନାୟକ ଶ୍ରେୟସ ଆୟର ମଧ୍ୟ ସଙ୍କେତ ଦେଇଛନ୍ତି ଯେ ଶେଷ ମ୍ୟାଚ୍ରେ ବେଞ୍ଚରେ ଥିବା ଖେଳାଳିଙ୍କୁ ସୁଯୋଗ ଦିଆଯିବ ।
ପ୍ରଭସିମରନଙ୍କୁ ମିଳିପାରେ ଡେବ୍ୟୁ ସୁଯୋଗ
ପଞ୍ଜାବର ବିସ୍ଫୋରକ ୱିକେଟକିପର-ବ୍ୟାଟ୍ସମ୍ୟାନ୍ ପ୍ରଭସିମରନ ସିଂହ ଏପର୍ଯ୍ୟନ୍ତ ଏହି ଗସ୍ତରେ ବେଞ୍ଚରେ ବସିଛନ୍ତି । ତୃତୀୟ ଟି-୨୦ରେ ସେ ଭାରତ ପକ୍ଷରୁ ଆନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିପାରନ୍ତି । ଏଥିପାଇଁ ଅଭିଷେକ ଶର୍ମାଙ୍କୁ ବିଶ୍ରାମ ଦିଆଯାଇପାରେ । ସିରିଜ୍ରେ ବ୍ୟାଟ୍ସମ୍ୟାନ୍ ଭାବେ ଅଭିଷେକ ନିଜ କ୍ଷମତା ଅନୁଯାୟୀ ପ୍ରଦର୍ଶନ କରିପାରିନାହାନ୍ତି ।
ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ରହିବ ସମସ୍ତଙ୍କ ନଜର
ମାତ୍ର ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଦ୍ୱିତୀୟ ଟି-୨୦ରେ ୯ଟି ବଲ୍ରେ ୨୦ ରନ୍ କରି ନିଜର ବିସ୍ଫୋରକ ବ୍ୟାଟିଂର ଝଲକ ଦେଖାଇଥିଲେ । ଯଦିଓ ସେ ତାଙ୍କ ଇନିଂସକୁ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ । ତଥାପି ସେ ନିଜ ଆକ୍ରମଣାତ୍ମକ ଶୈଳୀର ପରିଚୟ ଦେଇଥିଲେ। ଟିମ୍ ମ୍ୟାନେଜମେଣ୍ଟ ତାଙ୍କୁ ଆଉ ଏକ ସୁଯୋଗ ଦେଇ ବଡ଼ ଇନିଂସ୍ ଖେଳିବାକୁ ସୁଯୋଗ ଦେଇପାରେ । ଭବିଷ୍ୟତର ଭାରତୀୟ ଦଳ ଗଠନରେ ବୈଭବଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଭାବେ ଦେଖାଯାଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହର୍ଷ ଦୁବେ ଓ ସୂର୍ଯ୍ୟାଂଶ ଶେଡଗେଙ୍କୁ ମିଳିପାରେ ସୁଯୋଗ
ସ୍ପିନ୍ ବୋଲିଂ ଅଲରାଉଣ୍ଡର ହର୍ଷ ଦୁବେ ମଧ୍ୟ ତୃତୀୟ ଟି-୨୦ରେ ପ୍ଲେଇଂ-୧୧ରେ ସ୍ଥାନ ପାଇପାରନ୍ତି । ଆଫଗାନିସ୍ତାନ ବିପକ୍ଷରେ ଦିନିକିଆ କ୍ରିକେଟରେ ଡେବ୍ୟୁ କରିଥିବା ହର୍ଷଙ୍କୁ ଏବେ ଟି-୨୦ ଆନ୍ତର୍ଜାତୀୟ କ୍ୟାପ୍ ମିଳିବାର ସମ୍ଭାବନା ରହିଛି। ସେ ରବି ବିଶ୍ନୋଇଙ୍କ ସ୍ଥାନରେ ଦଳରେ ସାମିଲ ହୋଇପାରନ୍ତି ।
ଅନ୍ୟପଟେ ଅଲରାଉଣ୍ଡର ସୂର୍ଯ୍ୟାଂଶ ଶେଡଗେ ମଧ୍ୟ ପ୍ଲେଇଂ-୧୧ରେ ସ୍ଥାନ ପାଇବା ଦୌଡ଼ରେ ଅଛନ୍ତି। ସେ ଶିବମ ଦୁବେଙ୍କ ସ୍ଥାନରେ ଦଳରେ ଖେଳିପାରନ୍ତି। ବ୍ୟାଟିଂ ସହ ମଧ୍ୟମ ଗତିର ବୋଲିଂ କରୁଥିବା ଶେଡଗେ ଦଳକୁ ଅତିରିକ୍ତ ସନ୍ତୁଳନ ପ୍ରଦାନ କରିପାରିବେ।
ପ୍ରିନ୍ସ ଯାଦବ ବାଦ୍, ଅଶୋକ ଶର୍ମାଙ୍କୁ ସୁଯୋଗ
ଦ୍ୱିତୀୟ ଟି-୨୦ ସମୟରେ ଦ୍ରୁତ ବୋଲର ପ୍ରିନ୍ସ ଯାଦବ ହାମଷ୍ଟ୍ରିଂ ଚୋଟରେ ପୀଡ଼ିତ ହୋଇ ମୈଦାନ ଛାଡ଼ିଥିଲେ । ତେଣୁ ସେ ତୃତୀୟ ମ୍ୟାଚ୍ରୁ ବାଦ୍ ପଡ଼ିବା ପ୍ରାୟ ନିଶ୍ଚିତ । ତାଙ୍କ ସ୍ଥାନରେ ଦ୍ରୁତ ବୋଲର ଅଶୋକ ଶର୍ମାଙ୍କୁ ପ୍ଲେଇଂ-୧୧ରେ ସୁଯୋଗ ମିଳିପାରେ ।

Related Topics
Explore more stories