Rohit Sharma / ସମସ୍ତଙ୍କ ମୁହଁ ବନ୍ଦ କରିଦେଲେ ହିଟମ୍ୟାନ୍: ୨୦ ହଜାର ରନ୍ କ୍ଲବରେ ସାମିଲ
·9 months ago·2 min read

Key Points
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଏକ ଐତିହାସିକ ରେକର୍ଡ ସ୍ଥାପନ କରିଛନ୍ତି
୨୦,୦୦୦ ଆନ୍ତର୍ଜାତୀୟ ରନ୍ ପୂରଣ କରିଥିବା ୪ର୍ଥ ସ୍ଥାନରେ

ବିଶାଖାପାଟଣାରେ ଆଜି ଖେଳାଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ । ଏହି ମ୍ୟାଚ୍ରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ । ଏହି ସିରିଜ୍ ନିର୍ଣ୍ଣାୟକ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିଥିଲା ଦକ୍ଷିଣ ଆଫ୍ରିକା । ବିଶାଖାପଟନମରେ ଖେଳା ଯାଉଥିବା ନିର୍ଣ୍ଣାୟକ ଦିନିକିଆ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବଡ଼ ସ୍କୋର କରିବାରେ ବିଫଳ ହୋଇଛି। କ୍ଵିଣ୍ଟନ ଡିକକଙ୍କ ଶତକ ବଳରେ ଭ୍ରମଣକାରୀ ଦଳ ୨୭୦ ରନ କରିପାରିଛି। ସିରିଜ୍ ଜିତିବା ପାଇଁ ଭାରତ ସମ୍ମୁଖରେ ରହିଛି ୨୭୧ ରନର ବିଜୟ ଲକ୍ଷ୍ୟ। ବର୍ତ୍ତମାନ ଭାରତ ବ୍ୟାଟିଂ କରୁଥିବାବେଳେ ଭଲ ସ୍କୋର କରୁଛି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଓଭରରୁ ଝଟକା ଲାଗିଥିଲା। ରିୟାନ ରିକଲଟନ(୦)ଙ୍କୁ ପାଭିଲିୟନ ପଠାଇଥିଲେ ଅର୍ଶଦୀପ ସିଂ। ଏହା ପରେ କ୍ଵିଣ୍ଟନ ଡିକକ୍ ଓ ଅଧିନାୟକ ତେମ୍ବା ବାଭୁମା ଇନିଂସ ସମ୍ଭାଳିଥିଲେ। ଉଭୟ ପ୍ରଥମେ ଦେଖିଚାହିଁ ବ୍ୟାଟିଂ କରିଥିଲେ। କ୍ରିଜରେ ସେଟ୍ ହେବା ପରେ ଉଭୟ ସଟ୍ ଖେଳିବା ଆରମ୍ଭ କରିଥିଲେ।
ସେପଟେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଏକ ଐତିହାସିକ ରେକର୍ଡ ସ୍ଥାପନ କରିଛନ୍ତି । ୨୦,୦୦୦ ଆନ୍ତର୍ଜାତିୟ ରନ୍ ପୂରଣ କରିଥିବା କିଛି ମାତ୍ର ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ସେ ଖୁବଶୀଘ୍ର ସ୍ଥାନ ପାଇପାରିଛନ୍ତି । ରୋହିତ ଶର୍ମାଙ୍କୁ ଏହି ଐତିହାସିକ ରେକର୍ଡ କରିବାକୁ ମାତ୍ର ୨୭ ରନ୍ର ଦରକାର ଥିଲା। ସେ ଆନ୍ତର୍ଜାତୀୟ କ୍ରିକେଟରେ ୨୦,୦୦୦ରନ୍ ପୂରଣ କରିଥିବା ଭାରତର ମହାନ ବ୍ୟାଟ୍ସମ୍ୟାନଙ୍କ ଏକ ସ୍ୱତନ୍ତ୍ର ତାଲିକାରେ ସ୍ଥାନ ପାଇଛନ୍ତି। ବର୍ତ୍ତମାନ ସୁଦ୍ଧା, କେବଳ ସଚିନ ତେନ୍ଦୁଲକର, ବିରାଟ କୋହଲି ଏବଂ ରାହୁଲ ଦ୍ରାବିଡ ଏହି ସଫଳତା ହାସଲ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ୨୭୦ ରନରେ ଅଲଆଉଟ୍ ଦକ୍ଷିଣ ଆଫ୍ରିକା, ସିରିଜ୍ ଜିତିବ ଟିମ୍ ଇଣ୍ଡିଆ!

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତିନୋଟି ଫର୍ମାଟରେ ରୋହିତଙ୍କ ଆନ୍ତର୍ଜାତୀୟ କ୍ୟାରିଅର ଉତ୍କୃଷ୍ଟ ରହିଛି। ସେ ଟେଷ୍ଟ କ୍ରିକେଟରେ ୪,୩୦୧ରନ୍, ଦିନିକିଆ ମ୍ୟାଚରେ ୧୧,୩୭୦ ରନ୍ ଏବଂ ଟି୨୦ ଆନ୍ତର୍ଜାତୀୟ ମ୍ୟାଚରେ ୪,୨୩୧ ରନ୍ ସଂଗ୍ରହ କରିଛନ୍ତି। ବର୍ତ୍ତମାନ ରୋହିତ୍ ଶର୍ମା ଟେଷ୍ଟ ଏବଂ ଟି ୨୦ ଆନ୍ତର୍ଜାତୀୟ ମ୍ୟାଚରୁ ଅବସର ନେଇଛନ୍ତି ଏବଂ ବର୍ତ୍ତମାନ କେବଳ ଦିନିକିଆ କ୍ରିକେଟ ଖେଲୁଛନ୍ତି। ଏହି ପରିସ୍ଥିତିରେ, ଦକ୍ଷିଣ ଆଫ୍ରିକା ବିପକ୍ଷ ଏହି ସିରିଜ୍ ତାଙ୍କ ପାଇଁ ଅଧିକ ବିଶେଷ ଗୁରୁତ୍ୱ ବହନ କରିଛି।
ଭାରତର ସର୍ବକାଳୀନ ସର୍ବାଧିକ ଆନ୍ତର୍ଜାତୀୟ ରନ୍ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନଙ୍କ କଥା କହିବାକୁ ଗଲେ, ଏହି ତାଲିକାରେ ମହାନ ସଚିନ ତେନ୍ଦୁଲକର ପ୍ରଥମ ସ୍ଥାନରେ ଅଛନ୍ତି। ସଚିନଙ୍କ ନାମରେ ୩୪,୩୫୭ ଆନ୍ତର୍ଜାତୀୟ ରନ୍ ରେକର୍ଡ କରାଯାଇଛି। ତାଙ୍କ ପଛରେ ବିରାଟ କୋହଲି ଅଛନ୍ତି, ଯିଏ ବର୍ତ୍ତମାନ ସୁଦ୍ଧା ୨୭,୬୭୩ ଆନ୍ତର୍ଜାତୀୟ ରନ୍ ସଂଗ୍ରହ କରିଛନ୍ତି। ତୃତୀୟ ସ୍ଥାନରେ ରାହୁଲ ଦ୍ରାବିଡ ଅଛନ୍ତି, ତାଙ୍କ ନାମରେ ୨୪,୦୬୪ ରନ୍ ରହିଛି।
ଅଧିକ ପଢ଼ନ୍ତୁ ଖେଳ ଖବର:

Related Topics
Explore more stories