Asian Para Games 2026 / ପାରା ଏସିଆଡ୍ରେ ଭାରତର ଐତିହାସିକ ପ୍ରଦର୍ଶନ, ୩୦ ସ୍ୱର୍ଣ୍ଣ ସହ ଜିତିଲା ୧୧୪ ପଦକ
·50 mins ago·3 min read

Key Points
ଜାପାନର ଆଇଚି-ନାଗୋୟା ଠାରେ ଚାଲିଥିବା ପାରା ଏସିଆଡ୍ରେ ଭାରତର ଅଭିଯାନ ଶେଷ ହୋଇଛି
ଏଥର ରେକର୍ଡ ୧୧୪ ପଦକ ଅର୍ଜନ କରି ଭାରତ ଇତିହାସ ରଚିଛି

ଜାପାନର ଆଇଚି-ନାଗୋୟା ଠାରେ ଚାଲିଥିବା ପାରା ଏସିଆଡ୍ରେ ଭାରତର ଅଭିଯାନ ଶେଷ ହୋଇଛି । ଏଥର ରେକର୍ଡ ୧୧୪ ପଦକ ଅର୍ଜନ କରି ଭାରତ ଇତିହାସ ରଚିଛି । ଏଥିରେ ରହିଛି ୩୦ ସ୍ୱର୍ଣ୍ଣ, ୩୫ରୌପ୍ୟ ଓ ୪୯ ବ୍ରୋଞ୍ଜ ପଦକ । ଏଥର ପଦକ ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି । ଗତ ୨୦୨୨୩ ହାଙ୍ଗଝୌ ପାରା ଏସିଆଡରେ ଭାରତକୁ ୧୧୧ଟି (୨୯ସ୍ୱର୍ଣ୍ଣ, ୩୧ରୌପ୍ୟ, ୫୧ବ୍ରୋଞ୍ଜ)ପଦକ ମିଳିଥିଲା । ପଦକ ତାଲିକାରେ ଭାରତ ପଞ୍ଚମ ସ୍ଥାନ ଦଖଲ କରିଥିଲା । ଚଳିତ ସଂସ୍କରଣରେ ସୁଟିଂରୁ ଭାରତର ପଦକ ଅଭିଯାନ ଆରମ୍ଭ ହୋଇଥିଲା।
୧୦ମିଟର ଏୟାର ରାଇଫଲ(ଏସଏଚ-୧)ରେ ମୋନା ଅଗରୱାଲ୍ ସ୍ୱର୍ଣ୍ଣ ଓ ଅବନି ଲଖେରା ରୌପ୍ୟ ପଦକ ହାସଲ କରିଥିଲେ । ଆଥ୍ଲେଟିକ୍ସରେ ଭାରତ ଏଥର ପଦକ ବର୍ଷା କରିଥିଲା । ଭାରତୀୟ ଟ୍ରାକ ଓ ଫିଲ୍ଡ ଆଥଲେଟମାନେ ମୋଟ୍ ୬୫ଟି ପଦକ ହାସଲ କରିଥିଲେ । ଏଥିରେ ୨୨ଟି ସ୍ୱର୍ଣ୍ଣ ପଦକ ରହିଥିଲା । ବାକି ୮ଟି ସ୍ୱର୍ଣ୍ଣ ପଦକ ପାରା ଆର୍ଚେରୀ, ପାରା ବ୍ୟାଡମିଣ୍ଡନ ଓ ପାରା ସୁଟିଂରେ ମିଳିଥିଲା ।
ପାରା ଆର୍ଚେରୀରେ ଭାରତୀୟ ପ୍ରତିଯୋଗୀ ୩ଟି ଲେଖାଏଁ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଥିଲେ । ସେହିପରି ପାରା ସୁଟିଂରେ ଭାରତକୁ ୨ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ମିଳିଥିଲା । ପାରା ବ୍ୟାଡମିଣ୍ଟନରେ ମଧ୍ୟ ଭାରତୀୟ ପ୍ରତିଯୋଗୀ ୩ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୮ଟି ବ୍ରୋଞ୍ଜ ପଦକ ହାସଲ କରିଥିଲେ । ପାରା ସନ୍ତରଣରେ ୩ରୌପ୍ୟ ଓ ୮ ବ୍ରୋଞ୍ଜ ସହ ମୋଟ୍ ୧୧ଟି ପଦକ ମିଳିଥିବାବେଳେ ପାରା ଟେବୁଲ ଟେନିସ୍ରେ ୭ଟି ବ୍ରୋଞ୍ଜ ପଦକ ମିଳିଥିଲା । ଶକ୍ତିଉତ୍ତୋଳନରେ ୨ଟି ରୌପ୍ୟ, ଜୁଡ଼ୋରେ ଗୋଟିଏ ରୌପ୍ୟ, ଗୋଟିଏ ବ୍ରୋଞ୍ଜ ପଦକ ମିଳିଥିଲା ।
୨ଥର ଅଲିମ୍ପିକ୍ସ ଚାମ୍ପିଅନ୍ ସୁମିତ ଆଣ୍ଟିଲ ଏଥର ମଧ୍ୟ ଜାଭେଲିନ୍ ଥ୍ରୋ’ରେ ସ୍ୱର୍ଣ୍ଣ ପଦକ ବଜାୟ ରଖିଥିଲେ । ଏହି ଇଭେଣ୍ଟରେ ଭାରତ ପଦକ ପୋଛି ନେଇଥିଲା । ମହେନ୍ଦ୍ର ଗୁର୍ଜାର ଓ ସନ୍ଦିପ ସଞ୍ଜୟ ସର୍ଗାର ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ପାରା ଆର୍ଚେରୀର କମ୍ପାଉଣ୍ଡ ଡବଲ୍ସରେ ଶୀତଲ ଦେବୀ ଓ ପାୟଲ ନାଗ ରୌପ୍ୟ ପଦକ ହାସଲ କରିଥିଲେ । ପରେ ଶୀତଲ ବ୍ୟକ୍ତିଗତ ଓ ମିକ୍ସଡ ଟିମ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।
ଏହାସହ ପଢ଼ନ୍ତୁ: ମୁମ୍ବାଇ ଇଣ୍ଡିଆନ୍ସର ନୂଆ ହେଡ୍ କୋଚ୍ ହେଲେ କିରନ୍ ପୋଲାର୍ଡ, MI କଲା ବଡ଼ ଘୋଷଣା
ପାରା ଆଥଲେଟିକ୍ସରେ ପ୍ରଣବ ସୁରମା ଉଭୟ ଏଫ୍୫୧/୫୨/୫୩ ଇଭେଣ୍ଟ ଓ କ୍ଲବ୍ ଥ୍ରୋ(ଏଫ୍/୫୧)ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ସିମରନ ମହିଳା ଟି-୧୨ ବର୍ଗ ୧୦୦ ମିଟର ଓ ୨୦୦ ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଦିଲ୍ଲୀପ ଗାଭିଟ୍ ଉଭୟ ୧୦୦ ମିଟର ଓ ୪୦୦ ମିଟର ଦୌଡ(ଟି-୪୭)ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବାବେଳେ ନିଶଦ କୁମାର ଉଭୟ ଲଙ୍ଗ ଜମ୍ପ ଓ ହାଇ ଜମ୍ପ(ଟି-୪୭)ରେ ସ୍ୱର୍ଣ୍ଣ ଜିତି ରେକର୍ଡ କରିଥିଲେ । ସୁଟିଂରେ ମୋନା ୧୦ମିଟର ଏୟାର ରାଇଫଲ ଓ ୫୦ମିଟର ରାଇଫଲ ଥ୍ରୀ ପୋଜିସନରେ ସ୍ୱର୍ଣ୍ଣ ପଦକ ଅର୍ଜନ କରିଥିଲେ । ସୂଚନାଯୋଗ୍ୟ, ପାରା ଏସିଆଡ୍ର ଏହି ପଞ୍ଚମ ସଂସ୍କରଣରେ ୪୫ଟି ଦେଶରୁ ପ୍ରତିଯୋଗୀ ୧୮ଟି କ୍ରୀଡ଼ାରେ ଭାଗ ନେଇଛନ୍ତି । ଭାରତୀୟ ପ୍ରତିଯୋଗୀ ମୋଟ୍ ୧୧ଟି କ୍ରୀଡ଼ାରେ ଭାଗ ଦେଇ ରେକର୍ଡ ପଦକ ଜିତିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏସୀୟ ପାରା ଗେମ୍ସ: କ୍ରୀଡ଼ା ଅନୁଯାୟୀ ପଦକ
ଭାରତ ପାରା ଆଥଲେଟିକ୍ସରେ ସର୍ବାଧିକ ସଂଖ୍ୟକ ସ୍ୱର୍ଣ୍ଣ ପଦକ ଜିତିଛି; ଏଥିରେ ଦେଶ ୨୨ଟି ସ୍ୱର୍ଣ୍ଣ, ୧୯ଟି ରୌପ୍ୟ ଏବଂ ୨୪ଟି ବ୍ରୋଞ୍ଜ ପଦକ (ମୋଟ ୬୫ଟି) ହାସଲ କରିଛି। ପାରା ତୀରନ୍ଦାଜୀ ଏବଂ ପାରା ବ୍ୟାଡମିଣ୍ଟନରେ ଭାରତ ୩ଟି ଲେଖାଏଁ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ, ପାରା ସୁଟିଂରେ ୨ଟି ସ୍ୱର୍ଣ୍ଣ ପଦକ ଜିତିଛି।
ପାରା ଆଥଲେଟିକ୍ସ: ସ୍ୱର୍ଣ୍ଣ - ୨୨, ରୌପ୍ୟ - ୧୯, ବ୍ରୋଞ୍ଜ - ୨୪, ମୋଟ - ୬୫
ପାରା ସୁଇମିଂ (ପହଁରା): ସ୍ୱର୍ଣ୍ଣ - ୦, ରୌପ୍ୟ - ୩, ବ୍ରୋଞ୍ଜ - ୮, ମୋଟ - ୧୧
ପାରା ଟେବୁଲ ଟେନିସ୍: ସ୍ୱର୍ଣ୍ଣ - ୦, ରୌପ୍ୟ - ୦, ବ୍ରୋଞ୍ଜ - ୭, ମୋଟ - ୭
ପାରା ସୁଟିଂ: ସ୍ୱର୍ଣ୍ଣ - ୨, ରୌପ୍ୟ - ୨, ବ୍ରୋଞ୍ଜ - ୧, ମୋଟ - ୫
ପାରା ଜୁଡୋ: ସ୍ୱର୍ଣ୍ଣ - ୦, ରୌପ୍ୟ - ୧, ବ୍ରୋଞ୍ଜ - ୧, ମୋଟ - ୨
ପାରା ପାୱାରଲିଫ୍ଟିଂ: ସ୍ୱର୍ଣ୍ଣ - ୦, ରୌପ୍ୟ - ୨, ବ୍ରୋଞ୍ଜ - ୦, ମୋଟ - ୨
ପାରା ତୀରନ୍ଦାଜୀ: ସ୍ୱର୍ଣ୍ଣ - ୩, ରୌପ୍ୟ - ୩, ବ୍ରୋଞ୍ଜ - ୦, ମୋଟ - ୬
ପାରା ବ୍ୟାଡମିଣ୍ଟନ: ସ୍ୱର୍ଣ୍ଣ - ୩, ରୌପ୍ୟ - ୫, ବ୍ରୋଞ୍ଜ - ୮, ମୋଟ - ୧୬

Related Topics
Explore more stories