MI Head Coach / ମୁମ୍ବାଇ ଇଣ୍ଡିଆନ୍ସର ନୂଆ ହେଡ୍ କୋଚ୍ ହେଲେ କିରନ୍ ପୋଲାର୍ଡ, MI କଲା ବଡ଼ ଘୋଷଣା
·1 hour ago·2 min read

Key Points
IPL 2027 ପୂର୍ବରୁ ମୁମ୍ବାଇର ବଡ଼ ନିଷ୍ପତ୍ତି
ହେଡ୍ କୋଚ୍ ହେଲେ କିରନ୍ ପୋଲାର୍ଡ
ଖେଳାଳି ପରେ ଏବେ କୋଚ୍ ଅବତାରରେ ପୋଲାର୍ଡ
ହେଡ୍ କୋଚ୍ ହେଲେ କିରନ୍ ପୋଲାର୍ଡ
ଖେଳାଳି ପରେ ଏବେ କୋଚ୍ ଅବତାରରେ ପୋଲାର୍ଡ
ଆଇପିଏଲ ୨୦୨୭ ମିନି ଅକ୍ସନ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ମହେଲା ଜୟବର୍ଦ୍ଧନେ ନିଜ ପଦରୁ ଇସ୍ତଫା ଦେବା ପରେ କିରନ୍ ପୋଲାର୍ଡଙ୍କୁ ଦଳର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରାଯାଇଛି । ମୁମ୍ବାଇ ଇଣ୍ଡିଆନ୍ସ ସହ ଦୀର୍ଘ ବର୍ଷର ସମ୍ପର୍କ ରଖିଥିବା ପୋଲାର୍ଡ ଏବେ ନୂଆ ଭୂମିକାରେ ଦଳର ଦାୟିତ୍ୱ ସମ୍ଭାଳିବେ ।
୩୯ ବର୍ଷୀୟ ୱେଷ୍ଟଇଣ୍ଡିଜ୍ର ଏହି ପୂର୍ବତନ ଅଲରାଉଣ୍ଡର ଆଇପିଏଲ୍ରେ କେବଳ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଛନ୍ତି । ୨୦୧୦ରୁ ୨୦୨୨ ପର୍ଯ୍ୟନ୍ତ ସେ ଏହି ଦଳର ପ୍ରତିନିଧିତ୍ୱ କରିଥିଲେ । ଏବେ ସେ ହେଡ୍ କୋଚ୍ ଭାବେ ଦଳର ଦାୟିତ୍ବ ନେଇଛନ୍ତି ।
ଏଥି ସହ ପଢନ୍ତୁ: MI ଛାଡ଼ିଲେ ମହେଲା ଜୟବର୍ଦ୍ଧନେ, ହେଡ୍ କୋଚ୍ ପଦରୁ ଦେଲେ ଇସ୍ତଫା
ହେଡ୍ କୋଚ୍ ହେବା ପରେ କ’ଣ କହିଲେ ପୋଲାର୍ଡ ?
ନୂଆ ଦାୟିତ୍ୱ ମିଳିବା ପରେ କିରନ୍ ପୋଲାର୍ଡ ଖୁସି ପ୍ରକାଶ କରିବା ସହ ମୁମ୍ବାଇ ଇଣ୍ଡିଆନ୍ସ ସହ ଥିବା ତାଙ୍କର ଭାବପ୍ରବଣ ସମ୍ପର୍କ ବିଷୟରେ କହିଛନ୍ତି ।
ସେ କହିଛନ୍ତି, “ମୁମ୍ବାଇ ଇଣ୍ଡିଆନ୍ସର ହେଡ୍ କୋଚ୍ ଭୂମିକା ଗ୍ରହଣ କରିବା ମୋ ପାଇଁ ଗର୍ବ ଓ ସମ୍ମାନର ବିଷୟ । MI ମୋ ଜୀବନ ଓ କ୍ୟାରିୟରର ଏକ ବଡ଼ ଅଂଶ ହୋଇ ରହିଛି । ଏହି ଦଳ ଏବଂ ଖେଳାଳିମାନଙ୍କ ସହ ମୋର ସମ୍ପର୍କ ମୋ ପାଇଁ ବହୁତ ମୂଲ୍ୟବାନ ।”
ସେ ଆହୁରି କହିଛନ୍ତି ଯେ ଜଣେ ଖେଳାଳି ଏବଂ ପରେ ଜଣେ କୋଚ୍ ଭାବେ ଏହି ଯାତ୍ରାର ଅଂଶ ହୋଇଥିବାରୁ ମୁମ୍ବାଇ ଇଣ୍ଡିଆନ୍ସର ଗୁରୁତ୍ୱ ଓ ଦଳର ଦାୟିତ୍ୱକୁ ସେ ଭଲ ଭାବେ ବୁଝିଛନ୍ତି ।
ନୀତା ଅମ୍ବାନୀ ଓ ଆକାଶ ଅମ୍ବାନୀଙ୍କୁ ଜଣାଇଲେ କୃତଜ୍ଞତା
ନୂଆ ଦାୟିତ୍ୱ ପାଇଁ ପୋଲାର୍ଡ ମୁମ୍ବାଇ ଇଣ୍ଡିଆନ୍ସର ମାଲିକ ଏବଂ ପୂରା ଦଳକୁ ଧନ୍ୟବାଦ ଜଣାଇଛନ୍ତି । ସେ ନୀତା ଅମ୍ବାନୀ, ଆକାଶ ଅମ୍ବାନୀ ଓ ଏମ୍ଆଇ ପରିବାର ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି ।
ଆଗାମୀ ଦିନରେ ଖେଳାଳି ଓ ସପୋର୍ଟ ଷ୍ଟାଫ୍ଙ୍କ ସହ ମିଶି କାମ କରିବା, ଦଳର ଗୌରବମୟ ଐତିହ୍ୟକୁ ଆଗକୁ ନେବା, ନୂଆ ପ୍ରତିଭାଙ୍କୁ ଗଢ଼ି ତୋଳିବା ଏବଂ ପ୍ରଶଂସକଙ୍କୁ ଅଧିକ ଉତ୍ସବ ପାଳନ କରିବାର ସୁଯୋଗ ଦେବା ତାଙ୍କର ଲକ୍ଷ୍ୟ ବୋଲି ସେ କହିଛନ୍ତି ।
୨୨ ବର୍ଷ ବୟସରେ କରିଥିଲେ ଆଇପିଏଲ୍ ଡେବ୍ୟୁ
କିରନ୍ ପୋଲାର୍ଡ ୨୦୧୦ରେ ମାତ୍ର ୨୨ ବର୍ଷ ବୟସରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଇପିଏଲ୍ ଡେବ୍ୟୁ କରିଥିଲେ । ଏହା ପରେ ସେ ଦୀର୍ଘ ୧୨ ବର୍ଷ ଧରି ଦଳ ସହ ଜଡ଼ିତ ରହିଥିଲେ ଏବଂ ନିଜର ଧୁଆଁଧାର ବ୍ୟାଟିଂ ଓ ବୋଲିଂ ଦ୍ୱାରା ଦଳକୁ ଅନେକ ସଫଳତା ଦେଇଥିଲେ ।
ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଥିବା ୧୮୯ଟି ମ୍ୟାଚ୍ରେ ପୋଲାର୍ଡ ୩,୪୧୨ ରନ୍ ସଂଗ୍ରହ କରିବା ସହ ୬୯ଟି ୱିକେଟ୍ ନେଇଥିଲେ । ଏବେ ଖେଳାଳି ଭାବେ ଦଳକୁ ଅନେକ ସଫଳତା ଦେଇଥିବା ପୋଲାର୍ଡ ହେଡ୍ କୋଚ୍ ଭାବେ ମୁମ୍ବାଇ ଇଣ୍ଡିଆନ୍ସକୁ ଆଗାମୀ ଆଇପିଏଲ୍ରେ କେତେ ସଫଳତା ଦେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିବ ।
Mumbai Indians elevate Kieron Pollard as Head Coach A defining figure in MI’s success, the remarkable 16-year association of Kieron Pollard within the #OneFamily enters a new chapter. Read more - https://t.co/ORZz4gruIr https://t.co/BMI38BYH1f
— Mumbai Indians (@mipaltan) October 24, 2026
୩୯ ବର୍ଷୀୟ ୱେଷ୍ଟଇଣ୍ଡିଜ୍ର ଏହି ପୂର୍ବତନ ଅଲରାଉଣ୍ଡର ଆଇପିଏଲ୍ରେ କେବଳ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଛନ୍ତି । ୨୦୧୦ରୁ ୨୦୨୨ ପର୍ଯ୍ୟନ୍ତ ସେ ଏହି ଦଳର ପ୍ରତିନିଧିତ୍ୱ କରିଥିଲେ । ଏବେ ସେ ହେଡ୍ କୋଚ୍ ଭାବେ ଦଳର ଦାୟିତ୍ବ ନେଇଛନ୍ତି ।
ଏଥି ସହ ପଢନ୍ତୁ: MI ଛାଡ଼ିଲେ ମହେଲା ଜୟବର୍ଦ୍ଧନେ, ହେଡ୍ କୋଚ୍ ପଦରୁ ଦେଲେ ଇସ୍ତଫା
ହେଡ୍ କୋଚ୍ ହେବା ପରେ କ’ଣ କହିଲେ ପୋଲାର୍ଡ ?
ନୂଆ ଦାୟିତ୍ୱ ମିଳିବା ପରେ କିରନ୍ ପୋଲାର୍ଡ ଖୁସି ପ୍ରକାଶ କରିବା ସହ ମୁମ୍ବାଇ ଇଣ୍ଡିଆନ୍ସ ସହ ଥିବା ତାଙ୍କର ଭାବପ୍ରବଣ ସମ୍ପର୍କ ବିଷୟରେ କହିଛନ୍ତି ।
ସେ କହିଛନ୍ତି, “ମୁମ୍ବାଇ ଇଣ୍ଡିଆନ୍ସର ହେଡ୍ କୋଚ୍ ଭୂମିକା ଗ୍ରହଣ କରିବା ମୋ ପାଇଁ ଗର୍ବ ଓ ସମ୍ମାନର ବିଷୟ । MI ମୋ ଜୀବନ ଓ କ୍ୟାରିୟରର ଏକ ବଡ଼ ଅଂଶ ହୋଇ ରହିଛି । ଏହି ଦଳ ଏବଂ ଖେଳାଳିମାନଙ୍କ ସହ ମୋର ସମ୍ପର୍କ ମୋ ପାଇଁ ବହୁତ ମୂଲ୍ୟବାନ ।”
ସେ ଆହୁରି କହିଛନ୍ତି ଯେ ଜଣେ ଖେଳାଳି ଏବଂ ପରେ ଜଣେ କୋଚ୍ ଭାବେ ଏହି ଯାତ୍ରାର ଅଂଶ ହୋଇଥିବାରୁ ମୁମ୍ବାଇ ଇଣ୍ଡିଆନ୍ସର ଗୁରୁତ୍ୱ ଓ ଦଳର ଦାୟିତ୍ୱକୁ ସେ ଭଲ ଭାବେ ବୁଝିଛନ୍ତି ।
ନୀତା ଅମ୍ବାନୀ ଓ ଆକାଶ ଅମ୍ବାନୀଙ୍କୁ ଜଣାଇଲେ କୃତଜ୍ଞତା
ନୂଆ ଦାୟିତ୍ୱ ପାଇଁ ପୋଲାର୍ଡ ମୁମ୍ବାଇ ଇଣ୍ଡିଆନ୍ସର ମାଲିକ ଏବଂ ପୂରା ଦଳକୁ ଧନ୍ୟବାଦ ଜଣାଇଛନ୍ତି । ସେ ନୀତା ଅମ୍ବାନୀ, ଆକାଶ ଅମ୍ବାନୀ ଓ ଏମ୍ଆଇ ପରିବାର ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି ।
LLORD's legacy from player to coach was built brick by brick! 🧱 https://t.co/HKwRt3HKdP
— Mumbai Indians (@mipaltan) October 24, 2026
ଆଗାମୀ ଦିନରେ ଖେଳାଳି ଓ ସପୋର୍ଟ ଷ୍ଟାଫ୍ଙ୍କ ସହ ମିଶି କାମ କରିବା, ଦଳର ଗୌରବମୟ ଐତିହ୍ୟକୁ ଆଗକୁ ନେବା, ନୂଆ ପ୍ରତିଭାଙ୍କୁ ଗଢ଼ି ତୋଳିବା ଏବଂ ପ୍ରଶଂସକଙ୍କୁ ଅଧିକ ଉତ୍ସବ ପାଳନ କରିବାର ସୁଯୋଗ ଦେବା ତାଙ୍କର ଲକ୍ଷ୍ୟ ବୋଲି ସେ କହିଛନ୍ତି ।
୨୨ ବର୍ଷ ବୟସରେ କରିଥିଲେ ଆଇପିଏଲ୍ ଡେବ୍ୟୁ
କିରନ୍ ପୋଲାର୍ଡ ୨୦୧୦ରେ ମାତ୍ର ୨୨ ବର୍ଷ ବୟସରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଇପିଏଲ୍ ଡେବ୍ୟୁ କରିଥିଲେ । ଏହା ପରେ ସେ ଦୀର୍ଘ ୧୨ ବର୍ଷ ଧରି ଦଳ ସହ ଜଡ଼ିତ ରହିଥିଲେ ଏବଂ ନିଜର ଧୁଆଁଧାର ବ୍ୟାଟିଂ ଓ ବୋଲିଂ ଦ୍ୱାରା ଦଳକୁ ଅନେକ ସଫଳତା ଦେଇଥିଲେ ।
ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଥିବା ୧୮୯ଟି ମ୍ୟାଚ୍ରେ ପୋଲାର୍ଡ ୩,୪୧୨ ରନ୍ ସଂଗ୍ରହ କରିବା ସହ ୬୯ଟି ୱିକେଟ୍ ନେଇଥିଲେ । ଏବେ ଖେଳାଳି ଭାବେ ଦଳକୁ ଅନେକ ସଫଳତା ଦେଇଥିବା ପୋଲାର୍ଡ ହେଡ୍ କୋଚ୍ ଭାବେ ମୁମ୍ବାଇ ଇଣ୍ଡିଆନ୍ସକୁ ଆଗାମୀ ଆଇପିଏଲ୍ରେ କେତେ ସଫଳତା ଦେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories