India Hockey Next Match / ହକି ବିଶ୍ବକପ୍ରେ ଭାରତର ଆଗାମୀ ଲଢ଼େଇ ଫାଇନାଲ୍ ! ଜାଣନ୍ତୁ କେବେ ଓ କାହା ସହ ଖେଳିବ ମ୍ୟାଚ୍
·51 mins ago·2 min read

Key Points
ହକି ବିଶ୍ବକପ୍ରେ ଭାରତର ଅଗ୍ନିପରୀକ୍ଷା
ପାକିସ୍ତାନ ପରେ ଏବେ ନେଦରଲ୍ୟାଣ୍ଡ୍ସ-ଆର୍ଜେଣ୍ଟିନା
୨୨ ଓ ୨୪ ଅଗଷ୍ଟରେ ବଡ଼ ମୁକାବିଲା

ପାକିସ୍ତାନକୁ ୫-୩ ଗୋଲ୍ରେ ହରାଇ ଭାରତ ହକି ବିଶ୍ବକପ୍ର ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛି । ତେବେ ଦ୍ବିତୀୟ ପର୍ଯ୍ୟାୟରେ ଭାରତ ଆଗରେ ରହିଛି ଆହୁରି ବଡ଼ ଚ୍ୟାଲେଞ୍ଜ । କାହିଁକି ନା ଏବେ ସାମ୍ନାରେ ରହିଛି ବିଶ୍ବର ହକିର ଦୁଇ ଶକ୍ତିଶାଳୀ ଦଳ ନେଦରଲାଣ୍ଡ୍ସ ଓ ଆର୍ଜେଣ୍ଟିନା ।
୧୬ଟି ଦଳକୁ ନେଇ ଆରମ୍ଭ ହୋଇଥିବା ଏହି ହକି ବିଶ୍ବକପର ପ୍ରଥମ ପର୍ଯ୍ୟାୟ ଶେଷ ହେବା ପରେ ୮ଟି ଦଳ ବାଦ୍ ପଡ଼ିଛନ୍ତି । ଏବେ ବାକି ୮ଟି ଦଳକୁ ଦୁଇଟି ଗ୍ରୁପ୍ରେ ବାଣ୍ଟି ଦିଆଯାଇଛି । ଆଉ ଏହି ଦ୍ୱିତୀୟ ପର୍ଯ୍ୟାୟରେ ଭାରତକୁ ମିଳିଛି ଗ୍ରୁପ୍ 'E' ।
ପ୍ରଥମ ପର୍ଯ୍ୟାୟରେ ଗ୍ରୁପ୍ ଡି’ରେ ଥିବା ଭାରତ ନିଜର ପ୍ରଥମ ମ୍ୟାଚ୍ରେ ୱେଲ୍ସକୁ ୩-୧ ଗୋଲ୍ରେ ପରାସ୍ତ କରିଥିଲା । କିନ୍ତୁ ପରବର୍ତ୍ତୀ ମ୍ୟାଚ୍ରେ ଇଂଲଣ୍ଡ ନିକଟରୁ ୨-୪ ଗୋଲ୍ରେ ହାରିଥିଲା ଟିମ୍ ଇଣ୍ଡିଆ । ତେଣୁ ପାକିସ୍ତାନ ବିପକ୍ଷ ମ୍ୟାଚ୍ଟି ଭାରତ ପାଇଁ ‘କର ବା ମର’ ରହିଥିଲା । ଆଉ ଏହି ହାଇଭୋଲଟେଜ୍ ମ୍ୟାଚରେ ଭାରତ ପାକିସ୍ତାନକୁ ୫-୩ରେ ହରାଇ ବିଶ୍ବକପର ଦ୍ବିତୀୟ ପର୍ଯ୍ୟାୟ ଟିକେଟ୍ ନିଜ ନାମରେ କରିଛି ।
ଗ୍ରୁପ୍ 'E’ରେ ଭାରତ
ଦ୍ୱିତୀୟ ପର୍ଯ୍ୟାୟରେ ଭାରତ ସହିତ ଇଂଲଣ୍ଡ, ନେଦରଲ୍ୟାଣ୍ଡ୍ସ ଓ ଆର୍ଜେଣ୍ଟିନା ଗ୍ରୁପ୍ E’ରେ ରହିଛନ୍ତି । ଅନ୍ୟପଟେ ଗ୍ରୁପ୍ 'F'ରେ ଅଷ୍ଟ୍ରେଲିଆ, ଜର୍ମାନୀ, ସ୍ପେନ୍ ଓ ବେଲଜିୟମ୍ ରହିଛନ୍ତି ।
ବିଶେଷ କଥା ହେଉଛି, ବିଶ୍ୱ ରାଙ୍କିଂର ଟପ୍-୮ ଦଳ ମଧ୍ୟରୁ ସମସ୍ତ ଦଳ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି । ତେଣୁ ଏଠାରୁ ପ୍ରତ୍ୟେକ ମ୍ୟାଚ୍ ହେବ ଅତ୍ୟନ୍ତ ରୋମାଞ୍ଚକର ଏବଂ କଡ଼ା ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ।
୨୨ ଅଗଷ୍ଟରେ ନେଦରଲ୍ୟାଣ୍ଡ୍ସ ସହ ଲଢ଼େଇ
ଦ୍ୱିତୀୟ ପର୍ଯ୍ୟାୟରେ ଭାରତର ପ୍ରଥମ ମୁକାବିଲା ୨୨ ଅଗଷ୍ଟରେ ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ହେବ । ନେଦରଲ୍ୟାଣ୍ଡ୍ସ ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ଅପରାଜିତ ରହିଛି । ତେଣୁ ଭାରତ ପାଇଁ ଏହି ମ୍ୟାଚ୍ ଆଦୌ ସହଜ ହେବ ନାହିଁ । ସେହିପରି ୨୪ ଅଗଷ୍ଟରେ ଭାରତ ଆର୍ଜେଣ୍ଟିନାକୁ ଭେଟିବ । ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ କେବଳ ଦୁଇଟି ମ୍ୟାଚ୍ ଖେଳିବ । ପ୍ରଥମ ପର୍ଯ୍ୟାୟରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ହୋଇସାରିଥିବାରୁ ସେହି ମ୍ୟାଚ୍ର ଫଳାଫଳକୁ ମଧ୍ୟ ଏହି ପର୍ଯ୍ୟାୟର ହିସାବରେ ଧରାଯାଉଛି । ଭାରତ ବିପକ୍ଷରେ ବିଜୟ ପାଇଁ ଇଂଲଣ୍ଡ ୩ ପଏଣ୍ଟ ପାଇସାରିଛି ।
ଭାରତ ପାଇଁ କାହିଁକି କଠିନ ଏହି ପର୍ଯ୍ୟାୟ ?
ଭାରତ ସାମ୍ନାରେ ଏବେ ଏମିତି ଦୁଇଟି ଦଳ ରହିଛନ୍ତି, ଯେଉଁମାନଙ୍କ ବିପକ୍ଷରେ ଜିତିବା ଆଦୌ ସହଜ ନୁହେଁ। ନେଦରଲ୍ୟାଣ୍ଡ୍ସ ଏବେ ଅପରାଜିତ ଥିବାବେଳେ ଆର୍ଜେଣ୍ଟିନା ମଧ୍ୟ ଭାରତ ପାଇଁ ବଡ଼ ବିପଦ ସାବ୍ୟସ୍ତ ହୋଇପାରେ । ଶେଷଥର ଆର୍ଜେଣ୍ଟିନା ବିପକ୍ଷରେ ଖେଳିବାବେଳେ ଭାରତ ୨-୪ ଗୋଲ୍ରେ ପରାଜିତ ହୋଇଥିଲା । ଯଦିଓ ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ଭାରତର ରେକର୍ଡ କିଛିଟା ଆଶ୍ୱସ୍ତ କରୁଛି । କିନ୍ତୁ ଚଳିତ ବିଶ୍ବକପ୍ରେ ନେଦରଲ୍ୟାଣ୍ଡ୍ସ ଓ ଇଂଲଣ୍ଡ ଏପର୍ଯ୍ୟନ୍ତ ହାରିନଥିବାରୁ ଭାରତକୁ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ ।

FASTEN YOUR SEAT BELTS! 🇮🇳🔥
— Hockey India (@TheHockeyIndia) August 21, 2026
The Indian Men’s Team is set for crucial battles against the Netherlands and Argentina in Pool E as they continue their push for a place in the semifinals at the FIH Hockey World Cup 2026. 🏑🏆#HockeyIndia #IndiaKaGame #HWC2026 pic.twitter.com/6IkM7coDLx
ଗ୍ରୁପ୍ 'E’ରେ ଭାରତ
ଦ୍ୱିତୀୟ ପର୍ଯ୍ୟାୟରେ ଭାରତ ସହିତ ଇଂଲଣ୍ଡ, ନେଦରଲ୍ୟାଣ୍ଡ୍ସ ଓ ଆର୍ଜେଣ୍ଟିନା ଗ୍ରୁପ୍ E’ରେ ରହିଛନ୍ତି । ଅନ୍ୟପଟେ ଗ୍ରୁପ୍ 'F'ରେ ଅଷ୍ଟ୍ରେଲିଆ, ଜର୍ମାନୀ, ସ୍ପେନ୍ ଓ ବେଲଜିୟମ୍ ରହିଛନ୍ତି ।
ବିଶେଷ କଥା ହେଉଛି, ବିଶ୍ୱ ରାଙ୍କିଂର ଟପ୍-୮ ଦଳ ମଧ୍ୟରୁ ସମସ୍ତ ଦଳ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି । ତେଣୁ ଏଠାରୁ ପ୍ରତ୍ୟେକ ମ୍ୟାଚ୍ ହେବ ଅତ୍ୟନ୍ତ ରୋମାଞ୍ଚକର ଏବଂ କଡ଼ା ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ।
୨୨ ଅଗଷ୍ଟରେ ନେଦରଲ୍ୟାଣ୍ଡ୍ସ ସହ ଲଢ଼େଇ
ଦ୍ୱିତୀୟ ପର୍ଯ୍ୟାୟରେ ଭାରତର ପ୍ରଥମ ମୁକାବିଲା ୨୨ ଅଗଷ୍ଟରେ ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ହେବ । ନେଦରଲ୍ୟାଣ୍ଡ୍ସ ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ଅପରାଜିତ ରହିଛି । ତେଣୁ ଭାରତ ପାଇଁ ଏହି ମ୍ୟାଚ୍ ଆଦୌ ସହଜ ହେବ ନାହିଁ । ସେହିପରି ୨୪ ଅଗଷ୍ଟରେ ଭାରତ ଆର୍ଜେଣ୍ଟିନାକୁ ଭେଟିବ । ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ କେବଳ ଦୁଇଟି ମ୍ୟାଚ୍ ଖେଳିବ । ପ୍ରଥମ ପର୍ଯ୍ୟାୟରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ହୋଇସାରିଥିବାରୁ ସେହି ମ୍ୟାଚ୍ର ଫଳାଫଳକୁ ମଧ୍ୟ ଏହି ପର୍ଯ୍ୟାୟର ହିସାବରେ ଧରାଯାଉଛି । ଭାରତ ବିପକ୍ଷରେ ବିଜୟ ପାଇଁ ଇଂଲଣ୍ଡ ୩ ପଏଣ୍ଟ ପାଇସାରିଛି ।
ଭାରତ ପାଇଁ କାହିଁକି କଠିନ ଏହି ପର୍ଯ୍ୟାୟ ?
ଭାରତ ସାମ୍ନାରେ ଏବେ ଏମିତି ଦୁଇଟି ଦଳ ରହିଛନ୍ତି, ଯେଉଁମାନଙ୍କ ବିପକ୍ଷରେ ଜିତିବା ଆଦୌ ସହଜ ନୁହେଁ। ନେଦରଲ୍ୟାଣ୍ଡ୍ସ ଏବେ ଅପରାଜିତ ଥିବାବେଳେ ଆର୍ଜେଣ୍ଟିନା ମଧ୍ୟ ଭାରତ ପାଇଁ ବଡ଼ ବିପଦ ସାବ୍ୟସ୍ତ ହୋଇପାରେ । ଶେଷଥର ଆର୍ଜେଣ୍ଟିନା ବିପକ୍ଷରେ ଖେଳିବାବେଳେ ଭାରତ ୨-୪ ଗୋଲ୍ରେ ପରାଜିତ ହୋଇଥିଲା । ଯଦିଓ ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ଭାରତର ରେକର୍ଡ କିଛିଟା ଆଶ୍ୱସ୍ତ କରୁଛି । କିନ୍ତୁ ଚଳିତ ବିଶ୍ବକପ୍ରେ ନେଦରଲ୍ୟାଣ୍ଡ୍ସ ଓ ଇଂଲଣ୍ଡ ଏପର୍ଯ୍ୟନ୍ତ ହାରିନଥିବାରୁ ଭାରତକୁ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories