India Test series loss / ୪୦୮ ରନ୍ରେ ଭାରତ ହାରିଲା ଗୌହାଟୀ ଟେଷ୍ଟ, ୨୫ ବର୍ଷ ପରେ ହ୍ବାଇଟ୍ ଓ୍ବାଶ୍ କଲା ଦକ୍ଷିଣ ଆଫ୍ରିକା
·7 months ago·2 min read

Key Points
ଗୌହ୍ବାଟୀରେ ଭାରତର ଲଜ୍ଜାଜନକ ପରାଜୟ
ଦକ୍ଷିଣ ଆଫ୍ରିକା ଠାରୁ ମ୍ୟାଚ୍ ସହ ସିରିଜ ହାରିଲା ଭାରତ
୪୦୮ ରନ୍ରେ ବଡ଼ ବିଜୟ ହାସଲ କଲା ଦକ୍ଷିଣ ଆଫ୍ରିକା

ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆର ଲଜ୍ଜାଜନକ ପରାଜୟ । ୫୪୯ ରନ୍ର ଲକ୍ଷ୍ୟ ପିଛା କରୁଥିବା ଭାରତ ମାତ୍ର ୧୪୦ ରନ୍ରେ ଅଲଆଉଟ୍ ହୋଇଥିଲା । ଯାହାଫଳରେ ଭାରତ ଏହି ମ୍ୟାଚ୍କୁ ୪୦୮ ରନ୍ରେ ପରାଜୟ ବରଣ କରିଛି । ଏହି ପରାଜୟ ସହ ଭାରତ ୨-୦ରେ ସିରିଜ୍ ହାରିଛି । ସେପଟେ ଦକ୍ଷିଣ ଆଫ୍ରିକା ୨୫ ବର୍ଷ ପରେ ଭାରତକୁ ଘରୋଇ ମାଟିରେ ହ୍ବାଇଟ୍ ଓ୍ବାଶ୍ କରିଛି ।
ଭାରତ ପ୍ରଥମ ଇନିଂସରେ ମାତ୍ର ୨୦୧ ରନ୍ କରି ଅଲଆଉଟ ହୋଇଥିଲା । ଭାରତ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ଓ ଓ୍ବାଶିଂଟନ ସୁନ୍ଦରଙ୍କୁ ଛାଡ଼ି ଦେଲେ ଆଉ କୌଣସି ବ୍ୟାଟ୍ସମ୍ୟାନ୍ ଭଲ ପ୍ରଦର୍ଶନ କରିପାରିନଥିଲେ । ଯାହାଫଳରେ ଭାରତ ମାତ୍ର ୨୦୧ ରନ୍ରେ ଅଲଆଉଟ ହୋଇଥିଲା । ତେଣୁ ଦକ୍ଷିଣ ଆଫ୍ରିକା ୨୮୮ ରନ୍ର ବଡ଼ ଲିଡ୍ ନେଇଥିଲା ।
ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଇନିଂସରେ ୫ ଓ୍ବିକେଟରେ ୨୬୦ ରନ୍ କରି ପାଳି ଘୋଷଣା କରିଥିଲା । ଯାହାଫଳରେ ଭାରତକୁ ଦ୍ବିତୀୟ ଟେଷ୍ଟ ଜିତି ସିରିଜ୍ ବରାବର କରିବାକୁ ୫୪୯ ଆବଶ୍ୟକ ଥିଲା । ଆଉ ଏହି ବିଶାଳ ରନ୍ ଚେଜ୍ କରି ଭାରତ ମାତ୍ର ୧୪୦ ରନ୍ କରି ଅଲଆଉଟ ହୋଇଥିଲା । ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୫୪ ରନ୍ କରିଥିଲେ । ସେହିପରି ଦକ୍ଷିଣ ଆଫ୍ରିକା ପକ୍ଷରୁ ସିମନ୍ ହାରମର ୬ଟି ଓ୍ବିକେଟ ଅକ୍ତିଆର କରିଥିଲେ । ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ୨୫ ବର୍ଷ ପରେ ଭାରତରେ ସିରିଜ୍ ହ୍ବାଇଟ୍ ଓ୍ବାଶ୍ କରିଛି ।
୨୦୦୦ ମସିହାରେ ହାନ୍ସି କ୍ରୋଞ୍ଜେଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ଘରୋଇ ଟେଷ୍ଟ ସିରିଜରେ ଭାରତକୁ ୨-୦ରେ ହ୍ୱାଇଟ ଓ୍ବାଶ୍ କରିଥିଲା। ଏହା ମଧ୍ୟ ଶେଷ ଥର ପାଇଁ ଥିଲା ଯେତେବେଳେ ଆଫ୍ରିକୀୟ ଦଳ ଭାରତରେ ସିରିଜ ଜିତିଥିଲା । ସେହି ସିରିଜ୍ର ପ୍ରଥମ ମ୍ୟାଚ୍ ମୁମ୍ବାଇରେ ଖେଳାଯାଇଥିଲା । ଯାହାକୁ ଦକ୍ଷିଣ ଆଫ୍ରିକା ୪ ଓ୍ବିକେଟ୍ରେ ଜିତିଥିଲା । ଦ୍ୱିତୀୟ ଟେଷ୍ଟ ବେଙ୍ଗାଲୁରୁରେ ଅନୁଷ୍ଠିତ ହୋଇଥିଲା । ଯାହାକୁ ଆଫ୍ରିକୀୟ ଦଳ ଏକ ଇନିଂସ ଏବଂ ୭୧ ରନରେ ଜିତିଥିଲେ । ଆଉ ୨୫ ବର୍ଷ ପରେ ଏବେ ତେମ୍ବା ବାଭୁମା କୋଲକାତା ଏବଂ ଗୌହାଟୀ ଟେଷ୍ଟରେ ଜିତି ହାନ୍ସି କ୍ରୋଞ୍ଜେଙ୍କ ରେକର୍ଡର ସମକ୍ଷକ ହୋଇଛନ୍ତି ।
ଗୌହାଟୀରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୪୮୯ ରନ୍ କରିଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ସେନୁରାନ ମୁଥୁସ୍ବାମୀ ୧୦୯ ରନ୍ କରିଥିବା ବେଳେ ମାର୍କୋ ଜାନେସନ ୯୩ ରନ୍ କରିଥିଲେ । ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୪ଟି ଓ୍ବିକେଟ ନେଇଥିଲେ ।South Africa seal a clinical win in Guwahati to complete a series sweep in the #INDvSA Test series 👊#WTC27 📝: https://t.co/5B1PcNj4kk pic.twitter.com/SoFCQPkNx1
— ICC (@ICC) November 26, 2025
ଭାରତ ପ୍ରଥମ ଇନିଂସରେ ମାତ୍ର ୨୦୧ ରନ୍ କରି ଅଲଆଉଟ ହୋଇଥିଲା । ଭାରତ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ଓ ଓ୍ବାଶିଂଟନ ସୁନ୍ଦରଙ୍କୁ ଛାଡ଼ି ଦେଲେ ଆଉ କୌଣସି ବ୍ୟାଟ୍ସମ୍ୟାନ୍ ଭଲ ପ୍ରଦର୍ଶନ କରିପାରିନଥିଲେ । ଯାହାଫଳରେ ଭାରତ ମାତ୍ର ୨୦୧ ରନ୍ରେ ଅଲଆଉଟ ହୋଇଥିଲା । ତେଣୁ ଦକ୍ଷିଣ ଆଫ୍ରିକା ୨୮୮ ରନ୍ର ବଡ଼ ଲିଡ୍ ନେଇଥିଲା ।
ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଇନିଂସରେ ୫ ଓ୍ବିକେଟରେ ୨୬୦ ରନ୍ କରି ପାଳି ଘୋଷଣା କରିଥିଲା । ଯାହାଫଳରେ ଭାରତକୁ ଦ୍ବିତୀୟ ଟେଷ୍ଟ ଜିତି ସିରିଜ୍ ବରାବର କରିବାକୁ ୫୪୯ ଆବଶ୍ୟକ ଥିଲା । ଆଉ ଏହି ବିଶାଳ ରନ୍ ଚେଜ୍ କରି ଭାରତ ମାତ୍ର ୧୪୦ ରନ୍ କରି ଅଲଆଉଟ ହୋଇଥିଲା । ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୫୪ ରନ୍ କରିଥିଲେ । ସେହିପରି ଦକ୍ଷିଣ ଆଫ୍ରିକା ପକ୍ଷରୁ ସିମନ୍ ହାରମର ୬ଟି ଓ୍ବିକେଟ ଅକ୍ତିଆର କରିଥିଲେ । ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ୨୫ ବର୍ଷ ପରେ ଭାରତରେ ସିରିଜ୍ ହ୍ବାଇଟ୍ ଓ୍ବାଶ୍ କରିଛି ।
୨୦୦୦ ମସିହାରେ ହାନ୍ସି କ୍ରୋଞ୍ଜେଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ଘରୋଇ ଟେଷ୍ଟ ସିରିଜରେ ଭାରତକୁ ୨-୦ରେ ହ୍ୱାଇଟ ଓ୍ବାଶ୍ କରିଥିଲା। ଏହା ମଧ୍ୟ ଶେଷ ଥର ପାଇଁ ଥିଲା ଯେତେବେଳେ ଆଫ୍ରିକୀୟ ଦଳ ଭାରତରେ ସିରିଜ ଜିତିଥିଲା । ସେହି ସିରିଜ୍ର ପ୍ରଥମ ମ୍ୟାଚ୍ ମୁମ୍ବାଇରେ ଖେଳାଯାଇଥିଲା । ଯାହାକୁ ଦକ୍ଷିଣ ଆଫ୍ରିକା ୪ ଓ୍ବିକେଟ୍ରେ ଜିତିଥିଲା । ଦ୍ୱିତୀୟ ଟେଷ୍ଟ ବେଙ୍ଗାଲୁରୁରେ ଅନୁଷ୍ଠିତ ହୋଇଥିଲା । ଯାହାକୁ ଆଫ୍ରିକୀୟ ଦଳ ଏକ ଇନିଂସ ଏବଂ ୭୧ ରନରେ ଜିତିଥିଲେ । ଆଉ ୨୫ ବର୍ଷ ପରେ ଏବେ ତେମ୍ବା ବାଭୁମା କୋଲକାତା ଏବଂ ଗୌହାଟୀ ଟେଷ୍ଟରେ ଜିତି ହାନ୍ସି କ୍ରୋଞ୍ଜେଙ୍କ ରେକର୍ଡର ସମକ୍ଷକ ହୋଇଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories