India vs Netherlands Hockey / ଶେଷ ୧୫ ମିନିଟ୍ରେ ବଦଳିଗଲା ଖେଳ! ଭାରତକୁ ୩-୧ରେ ହରାଇଲା ନେଦରଲ୍ୟାଣ୍ଡ୍
·52 mins ago·2 min read

Key Points
ହକି ବିଶ୍ୱକପ୍ରେ ଭାରତକୁ ଝଟକା
ନେଦରଲ୍ୟାଣ୍ଡ୍ଠାରୁ ୩-୧ରେ ପରାଜୟ
ଭାରତର ସେମିଫାଇନାଲ୍ ରାସ୍ତା କଷ୍ଟକର!
ନେଦରଲ୍ୟାଣ୍ଡ୍ଠାରୁ ୩-୧ରେ ପରାଜୟ
ଭାରତର ସେମିଫାଇନାଲ୍ ରାସ୍ତା କଷ୍ଟକର!
ସେମିଫାଇନାଲ୍ ଟିକେଟ୍ ପାଇଁ ଲଢ଼େଇରେ ଭାରତକୁ ବଡ଼ ଝଟକା । FIH ହକି ବିଶ୍ୱକପ୍ ୨୦୨୬ରେ ନେଦରଲ୍ୟାଣ୍ଡଠାରୁ ୩-୧ରେ ପରାଜିତ ହୋଇଛି ଟିମ୍ ଇଣ୍ଡିଆ । ମ୍ୟାଚ୍ରେ ଭାରତକୁ ମିଳିଥିଲା ୭ଟି ପେନାଲ୍ଟି କର୍ଣ୍ଣର୍, କିନ୍ତୁ ଗୋଟିଏକୁ ଛାଡ଼ି ଅନ୍ୟ ସବୁ ସୁଯୋଗ ହାତଛଡ଼ା କରିଥିଲା ଦଳ । ଯାହା ଫଳରେ ଭାରତ ଏହି ମ୍ୟାଚ୍କୁ ୩-୧ରେ ପରାଜୟ ଲାଭ କରିଛି ।
ନେଦରଲ୍ୟାଣ୍ଡ୍ର ଆମ୍ଷ୍ଟେଲଭିନ୍ସ୍ଥିତ ୱେଗନର ଷ୍ଟାଡିୟମ୍ରେ ହକି ବିଶ୍ୱକପ୍ ୨୦୨୬ର ଏହି ହାଇଭୋଲଟେଜ୍ ମୁକାବିଲା ଖେଳାଯାଇଥିଲା । ମ୍ୟାଚ୍ର ପ୍ରଥମ ଦୁଇ କ୍ୱାର୍ଟରରେ ଭାରତ ଭଲ ନିୟନ୍ତ୍ରଣ ଦେଖାଇଥିଲେ ମଧ୍ୟ ତୃତୀୟ କ୍ୱାର୍ଟରର ଗୋଟିଏ ଭୁଲ ମ୍ୟାଚ୍ର ଗତିପଥ ବଦଳାଇଦେଲା ।
ପ୍ରଥମ ଦୁଇ କ୍ୱାର୍ଟରରେ ଭାରତୀୟ ଦଳ ଆକ୍ରମଣ ଓ ଡିଫେନ୍ସ—ଦୁଇଟି କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିଲା । ୨୪ତମ ମିନିଟ୍ରେ ମନପ୍ରୀତ ସିଂହଙ୍କ ଏକ ଚମତ୍କାର ପାସ୍ରୁ ଦିଲପ୍ରୀତ ସିଂହ ଗୋଲ୍ର ଖୁବ୍ ନିକଟରେ ପହଞ୍ଚିଥିଲେ । କିନ୍ତୁ ନେଦରଲ୍ୟାଣ୍ଡ୍ର ଗୋଲକିପର୍ ଚମତ୍କାର ସେଭ୍ କରି ଭାରତକୁ ଗୋଲ୍ରୁ ବଞ୍ଚାଇଥିଲେ ।
ପେନାଲ୍ଟି କର୍ଣ୍ଣର୍ରୁ ମଧ୍ୟ ଭାରତ ଗୋଲ୍ କରିବାର ଅନେକ ସୁଯୋଗ ପାଇଥିଲା । ଅଧିନାୟକ ହରମନପ୍ରୀତ ସିଂହଙ୍କ ଡ୍ରାଗ୍-ଫ୍ଲିକ୍କୁ କେତେବେଳେ ଡଚ୍ ଡିଫେଣ୍ଡର୍ମାନେ ବ୍ଲକ୍ କରିଥିଲେ, ଆଉ କେତେବେଳେ ବଲ୍ ଗୋଲ୍ପୋଷ୍ଟ ବାହାରକୁ ଚାଲିଯାଇଥିଲା ।
କିନ୍ତୁ ତୃତୀୟ କ୍ୱାର୍ଟରର ୪୧ତମ ମିନିଟ୍ରେ ହଠାତ୍ ଖେଳର ଚିତ୍ର ବଦଳିଗଲା । ଡାହାଣ ପାର୍ଶ୍ୱରୁ ନେଦରଲ୍ୟାଣ୍ଡ୍ ଏକ ଦ୍ରୁତ ଆକ୍ରମଣ କରିଥିଲା । ଭାରତୀୟ ଗୋଲକିପର୍ ସୂରଜ କରକେରା ବଲ୍କୁ କ୍ଲିୟର୍ କରିବା ପୂର୍ବରୁ ଡଚ୍ ଖେଳାଳି ଡୁକୋ ଟେଲଗେନକାମ୍ପ ବଲ୍କୁ ଡିଫ୍ଲେକ୍ଟ କରି ଗୋଲ୍ରେ ପରିଣତ କରିଥିଲେ । ଏହା ନେଦରଲ୍ୟାଣ୍ଡ୍କୁ ମ୍ୟାଚ୍ରେ ଆଗୁଆ କରିଦେଇଥିଲା ।
ଏହାପରେ ନେଦରଲ୍ୟାଣ୍ଡ୍ ଖେଳରେ ନିଜର ଲୟ ପାଇଥିଲା । ୫୨ତମ ମିନିଟ୍ରେ ଡାହାଣ ପାର୍ଶ୍ୱରୁ ଆସିଥିବା ଏକ ଦ୍ରୁତ ଆକ୍ରମଣରେ ହୋଏଡେମେକର୍ସ ଚମତ୍କାର ଟଚ୍ ଦେଇ ନେଦରଲ୍ୟାଣ୍ଡ୍ର ତୃତୀୟ ଗୋଲ୍ କରିଥିଲେ। ଏହାପରେ ଭାରତ ପାଇଁ ମ୍ୟାଚ୍କୁ ଫେରିବା କଷ୍ଟକର ହୋଇପଡ଼ିଥିଲା ।
ତଥାପି ଭାରତ ହାର୍ ମାନିନଥିଲା । ରାଜିନ୍ଦର ନେଦରଲ୍ୟାଣ୍ଡ୍ର ଗୋଲ୍ ବକ୍ସ ଭିତରେ ବଲ୍କୁ ନିୟନ୍ତ୍ରଣ କରି ପେନାଲ୍ଟି କର୍ଣ୍ଣର୍ ହାସଲ କରିଥିଲେ । ଆଉ ଅଧିନାୟକ ହରମନପ୍ରୀତ ସିଂହ ଏହି ପେନାଲ୍ଟି କଣ୍ର୍ଣରକୁ ଗୋଲରେ ପରିଣତ କରିଥିଲେ ।
ତେବେ ମ୍ୟାଚ୍ଟି ଆଉ ଏକ କାରଣରୁ ମଧ୍ୟ ଆକର୍ଷଣୀୟ ଥିଲା । ଏହି ହାଇଭୋଲଟେଜ୍ ମୁକାବିଲା ଦେଖିବା ପାଇଁ କ୍ରିକେଟ୍ ଜଗତର ଦୁଇ ବଡ଼ ନାଁ—ଭାରତର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ୍ ଏବଂ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍ ଓ୍ବେ ମଧ୍ୟ ଷ୍ଟାଡିୟମ୍ରେ ଉପସ୍ଥିତ ଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories