India Hockey Gold / ଗୋଲ୍ ଦେଲେ ଓଡ଼ିଆ ପୁଅ, ହକିରେ ସ୍ବର୍ଣ୍ଣ ଜିତିଲା ଭାରତ
·1 hour ago·2 min read

Key Points
ଏସିଆନ୍ ଗେମ୍ସ: ସ୍ବର୍ଣ୍ଣ ବଜାୟ ରଖିଲା ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ
ମାଲେସିଆକୁ ୫-୧ରେ ହରାଇ ସ୍ବର୍ଣ୍ଣ ଜିତିଲା ଭାରତୀୟ ପୁରୁଷ ହକି ଦଳ
ସ୍ବର୍ଣ୍ଣ ସହ ଲସ୍ ଏଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା

ଏସିଆନ୍ ଗେମ୍ସରେ ଶନିବାର ଭାରତ ପାଇଁ ଐତିହାସିକ ଦିନ । କ୍ରିକେଟ୍, କୁସ୍ତି ପରେ ପୁରୁଷ ହକିରେ ସ୍ବର୍ଣ୍ଣ ପଦକ ଜିତିଲା ଭାରତ । ଶନିବାର ପୁରୁଷ ହକି ଫାଇନାଲରେ ଭାରତ ୫-୧ ଗୋଲରେ ମାଲେସିଆକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛି । ଏହି ବିଜୟ ସହ ଭାରତୀୟ ପୁରୁଷ ହକି ଦଳ ଏସିଆନ୍ ଗେମ୍ସରେ ପଞ୍ଚମ ଥର ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଏଥିସହ ଭାରତୀୟ ଦଳ ୨୦୨୮ରେ ଲସ୍ ଏଞ୍ଜେଲସ୍ରେ ହେବାକୁ ଥିବା ଅଲିମ୍ପିକ୍ସ ପାଇଁ ମଧ୍ୟ ଯୋଗ୍ୟତା ହାସଲ କରିଛି ।
ହରମନପ୍ରୀତଙ୍କ ଦୁଇ ଗୋଲ୍, ଭାରତର ଦମଦାର ବିଜୟ
ଫାଇନାଲ୍ ମ୍ୟାଚରେ ଭାରତ ପକ୍ଷରୁ ଅଧିନାୟକ ହରମନପ୍ରୀତ ସିଂହ ସର୍ବାଧିକ ଦୁଇଟି ଗୋଲ୍ କରିଥିଲେ । ଏହା ବ୍ୟତୀତ ଜୁଗରାଜ ସିଂହ, ହାର୍ଦ୍ଦିକ ସିଂହ ଏବଂ ଶିଲାନନ୍ଦ ଲାକ୍ରା ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ । ଏହି ବିଜୟ ଭାରତ ପାଇଁ ଐତିହାସିକ ମଧ୍ୟ ହୋଇଛି । ପୂର୍ବରୁ ୧୯୬୬, ୧୯୯୮, ୨୦୧୪ ଏବଂ ୨୦୨୩ ଏସିଆନ୍ ଗେମ୍ସରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଥିଲା । ଏଥର ପ୍ରଥମ ଥର ପାଇଁ ଭାରତୀୟ ପୁରୁଷ ହକି ଦଳ ଏସିଆନ୍ ଗେମ୍ସରେ ନିଜ ସ୍ୱର୍ଣ୍ଣ ପଦକକୁ ଡିଫେଣ୍ଡ କରିଛି ।ଏସିଆନ୍ ଗେମ୍ସ ଇତିହାସରେ ଭାରତ ୯ ଥର ରୌପ୍ୟ ଏବଂ ୩ ଥର ବ୍ରୋଞ୍ଜ ପଦକ ମଧ୍ୟ ଜିତିଛି ।
ପ୍ରଥମ କ୍ୱାର୍ଟରରେ ରୋମାଞ୍ଚକର ଲଢ଼େଇ
ଫାଇନାଲ ମ୍ୟାଚର ପ୍ରଥମ କ୍ୱାର୍ଟର ଖୁବ୍ ରୋମାଞ୍ଚକର ଥିଲା । ଭାରତକୁ ଦୁଇଟି ପେନାଲ୍ଟି କର୍ଣ୍ଣର ମିଳିଥିବା ବେଳେ ସେଥିରୁ ଗୋଟିଏରେ ଗୋଲ୍ ସ୍କୋର କରିଥିଲା ଟିମ୍ ଇଣ୍ଡିଆ । ମ୍ୟାଚର ୧୧ତମ ମିନିଟରେ ଅଧିନାୟକ ହରମନପ୍ରୀତ ସିଂହ ଭାରତ ପାଇଁ ପ୍ରଥମ ଗୋଲ୍ କରିଥିଲେ । ତେବେ ଏହାର ମାତ୍ର ତିନି ମିନିଟ୍ ପରେ ମାଲେସିଆ ପକ୍ଷରୁ ଶେଲ୍ଲୋ ସିଲଭେରିଅସ୍ ଏକ ଚମତ୍କାର ଫିଲ୍ଡ ଗୋଲ୍ କରି ସ୍କୋରକୁ ୧-୧ କରିଦେଇଥିଲେ ।
ଦ୍ୱିତୀୟ କ୍ୱାର୍ଟରରେ ଭାରତର ଦବଦବା
ଦ୍ୱିତୀୟ କ୍ୱାର୍ଟରରେ ଭାରତୀୟ ଦଳ ମ୍ୟାଚ ଉପରେ ନିଜର ଦବଦବା ବଢ଼ାଇଥିଲା । ଏହି କ୍ୱାର୍ଟରର ଅଷ୍ଟମ ମିନିଟରେ ଜୁଗରାଜ ସିଂହ ପେନାଲ୍ଟି କର୍ଣ୍ଣରରୁ ଗୋଲ୍ କରି ଭାରତକୁ ୨-୧ର ଅଗ୍ରଣୀ ଦେଇଥିଲେ । ଦ୍ୱିତୀୟ କ୍ୱାର୍ଟରରେ ମାଲେସିଆକୁ ମଧ୍ୟ ଦୁଇଟି ପେନାଲ୍ଟି କର୍ଣ୍ଣର ମିଳିଥିଲା । କିନ୍ତୁ ମାଲେସିଆ ଏହାକୁ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲା । ଫଳରେ ହାଫ୍ଟାଇମ୍ ପର୍ଯ୍ୟନ୍ତ ଭାରତ ୨-୧ରେ ଆଗୁଆ ରହିଥିଲା ।
ଏହା ପରେ ତୃତୀୟ କ୍ବାର୍ଟରେ ମଧ୍ୟ ଭାରତ ଆକ୍ରମଣାତ୍ମକ ଖେଳ ଜାରି ରଖିଥିଲା । ମ୍ୟାଚ୍ର ୪୨ତମ ମିନିଟ୍ରେ ହାର୍ଦ୍ଦିକ ସିଂ ଗୋଲ କରି ସ୍କୋରକୁ ୩-୧ କରିଥିଲା । ଏହା ପରେ ମ୍ୟାଚ୍ର ୫୪ତମ ମିନିଟ୍ରେ ଓଡ଼ିଆ ପୁଅ ଶିଳାନନ୍ଦ ଲାକ୍ରା ଆଉ ଏକ ଗୋଲ୍ କରିଥିଲା । ଶେଷରେ ମ୍ୟାଚ୍ର ୫୭ତମ ମିନିଟ୍ରେ ଅଧିନାୟକ ହରମନପ୍ରୀତ ସିଂ ଆଉ ଗୋଲ୍ କରି ସ୍କୋରକୁ ୫-୧ କରିଥିଲେ ।

𝗧𝗛𝗘 𝗜𝗡𝗗𝗜𝗔𝗡 𝗠𝗘𝗡’𝗦 𝗛𝗢𝗖𝗞𝗘𝗬 𝗧𝗘𝗔𝗠 𝗜𝗦 𝗔𝗦𝗜𝗔𝗡 𝗚𝗔𝗠𝗘𝗦 𝗖𝗛𝗔𝗠𝗣𝗜𝗢𝗡 𝗢𝗡𝗖𝗘 𝗔𝗚𝗔𝗜𝗡! 🇮🇳🥇
— Hockey India (@TheHockeyIndia) October 3, 2026
India defeat Malaysia 5-1 in the Asian Games 2026 final to successfully defend their crown and create history by winning consecutive Asian Games gold medals… pic.twitter.com/ZaBzKMGyJw
ପ୍ରଥମ କ୍ୱାର୍ଟରରେ ରୋମାଞ୍ଚକର ଲଢ଼େଇ
ଫାଇନାଲ ମ୍ୟାଚର ପ୍ରଥମ କ୍ୱାର୍ଟର ଖୁବ୍ ରୋମାଞ୍ଚକର ଥିଲା । ଭାରତକୁ ଦୁଇଟି ପେନାଲ୍ଟି କର୍ଣ୍ଣର ମିଳିଥିବା ବେଳେ ସେଥିରୁ ଗୋଟିଏରେ ଗୋଲ୍ ସ୍କୋର କରିଥିଲା ଟିମ୍ ଇଣ୍ଡିଆ । ମ୍ୟାଚର ୧୧ତମ ମିନିଟରେ ଅଧିନାୟକ ହରମନପ୍ରୀତ ସିଂହ ଭାରତ ପାଇଁ ପ୍ରଥମ ଗୋଲ୍ କରିଥିଲେ । ତେବେ ଏହାର ମାତ୍ର ତିନି ମିନିଟ୍ ପରେ ମାଲେସିଆ ପକ୍ଷରୁ ଶେଲ୍ଲୋ ସିଲଭେରିଅସ୍ ଏକ ଚମତ୍କାର ଫିଲ୍ଡ ଗୋଲ୍ କରି ସ୍କୋରକୁ ୧-୧ କରିଦେଇଥିଲେ ।
ଦ୍ୱିତୀୟ କ୍ୱାର୍ଟରରେ ଭାରତର ଦବଦବା
ଦ୍ୱିତୀୟ କ୍ୱାର୍ଟରରେ ଭାରତୀୟ ଦଳ ମ୍ୟାଚ ଉପରେ ନିଜର ଦବଦବା ବଢ଼ାଇଥିଲା । ଏହି କ୍ୱାର୍ଟରର ଅଷ୍ଟମ ମିନିଟରେ ଜୁଗରାଜ ସିଂହ ପେନାଲ୍ଟି କର୍ଣ୍ଣରରୁ ଗୋଲ୍ କରି ଭାରତକୁ ୨-୧ର ଅଗ୍ରଣୀ ଦେଇଥିଲେ । ଦ୍ୱିତୀୟ କ୍ୱାର୍ଟରରେ ମାଲେସିଆକୁ ମଧ୍ୟ ଦୁଇଟି ପେନାଲ୍ଟି କର୍ଣ୍ଣର ମିଳିଥିଲା । କିନ୍ତୁ ମାଲେସିଆ ଏହାକୁ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲା । ଫଳରେ ହାଫ୍ଟାଇମ୍ ପର୍ଯ୍ୟନ୍ତ ଭାରତ ୨-୧ରେ ଆଗୁଆ ରହିଥିଲା ।
ଏହା ପରେ ତୃତୀୟ କ୍ବାର୍ଟରେ ମଧ୍ୟ ଭାରତ ଆକ୍ରମଣାତ୍ମକ ଖେଳ ଜାରି ରଖିଥିଲା । ମ୍ୟାଚ୍ର ୪୨ତମ ମିନିଟ୍ରେ ହାର୍ଦ୍ଦିକ ସିଂ ଗୋଲ କରି ସ୍କୋରକୁ ୩-୧ କରିଥିଲା । ଏହା ପରେ ମ୍ୟାଚ୍ର ୫୪ତମ ମିନିଟ୍ରେ ଓଡ଼ିଆ ପୁଅ ଶିଳାନନ୍ଦ ଲାକ୍ରା ଆଉ ଏକ ଗୋଲ୍ କରିଥିଲା । ଶେଷରେ ମ୍ୟାଚ୍ର ୫୭ତମ ମିନିଟ୍ରେ ଅଧିନାୟକ ହରମନପ୍ରୀତ ସିଂ ଆଉ ଗୋଲ୍ କରି ସ୍କୋରକୁ ୫-୧ କରିଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories