Videos
|
Sports

India Squad for NZ / ନ୍ୟୁଜିଲାଣ୍ଡ ସିରିଜ୍‌ ପାଇଁ ଟିମ୍ ଇଣ୍ଡିଆ ଘୋଷଣା, ଶେଷ ୨ ଦିନିକିଆରେ ଆୟର ନେବେ ନେତୃତ୍ବ...ଶାମିଙ୍କୁ ମିଳିଲାନି ସୁଯୋଗ

Santosh Kumar Sahoo
Browse all articles by Santosh Kumar Sahoo
·58 mins ago·2 min read
ନ୍ୟୁଜିଲାଣ୍ଡ ସିରିଜ୍‌ ପାଇଁ ଟିମ୍ ଇଣ୍ଡିଆ ଘୋଷଣା, ଶେଷ ୨ ଦିନିକିଆରେ ଆୟର ନେବେ ନେତୃତ୍ବ...ଶାମିଙ୍କୁ ମିଳିଲାନି ସୁଯୋଗ
Team India

Key Points

ନ୍ୟୁଜିଲାଣ୍ଡ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା
ଗିଲ୍ ଓ ଶ୍ରେୟସଙ୍କୁ ଅଧିନାୟକ ଦାୟିତ୍ୱ
କାହିଁକି ମିଳିଲାନି ମହମ୍ମଦ ଶାମିଙ୍କୁ ସୁଯୋଗ?
ନ୍ୟୁଜିଲାଣ୍ଡ ଗସ୍ତରେ ଖେଳାଯିବାକୁ ଥିବା ଦିନିକିଆ ଓ ଟେଷ୍ଟ ସିରିଜ୍ ପାଇଁ ଘୋଷଣା ହୋଇଛି ଟିମ୍ ଇଣ୍ଡିଆ । ଏହି ଗସ୍ତକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଥିବା ବେଳେ, ଦିନିକିଆ ସିରିଜ୍‌ରେ ଅଧିନାୟକ ପଦକୁ ନେଇ ଏକ ବଡ଼ ପରିବର୍ତ୍ତନ ସାମ୍ନାକୁ ଆସିଛି । ପ୍ରଥମ ତିନୋଟି ଦିନିକିଆରେ ଶୁବମନ ଗିଲ୍ ଭାରତର ନେତୃତ୍ୱ ନେବେ । ଅନ୍ୟପଟେ, ଚତୁର୍ଥ ଓ ପଞ୍ଚମ ଦିନିକିଆରେ ଶ୍ରେୟସ ଆୟର ଅଧିନାୟକ ଦାୟିତ୍ୱ ସମ୍ଭାଳିବେ । ଟେଷ୍ଟ ସିରିଜ୍‌ରେ ଶୁଭମନ ଗିଲ୍ ହିଁ ଭାରତୀୟ ଦଳର ନେତୃତ୍ୱ ନେବେ । ସେହିପରି ଦିନିକିଆ ସିରିଜ୍‌ ପାଇଁ ମହମ୍ମଦ ଶାମିଙ୍କୁ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଥିଲା, କିନ୍ତୁ ଘୋଷଣା ହୋଇଥିବା ଦଳରେ ଶାମିଙ୍କୁ ସୁଯୋଗ ମିଳିନି ।




ପ୍ରଥମ ତିନୋଟି ମ୍ୟାଚ୍ ପାଇଁ ଭାରତର ODI ଦଳ:

ଶୁବମନ ଗିଲ୍‌ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର (VC), କେ.ଏଲ୍ ରାହୁଲ (ୱିକେଟ୍ କିପର), ନୀତୀଶ କୁମାର ରେଡ୍ଡୀ, ଅକ୍ସର ପଟେଲ, ନମନ ଧୀର, ଅନସୁଲ କାମ୍ବୋଜ, ଗୁରୁନୁର ବ୍ରାର, ଋତୁରାଜ ଗାଏକ୍ବାଡ, ଅର୍ଶଦୀପ ସିଂ, ଈଶାନ କିଶାନ, କୁଲଦୀପ ଯାଦବ, ପ୍ରସିଦ୍ଧ କ୍ରିଷ୍ଣା ଓ ମହମ୍ମଦ ସିରାଜ

ଚତୁର୍ଥ ଏବଂ ପଞ୍ଚମ ମ୍ୟାଚ୍ ପାଇଁ ଭାରତର ODI ଦଳ:

ଶ୍ରେୟସ୍ ଆୟର (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ତିଲକ ବର୍ମା, ଇଶାନ କିଶନ (ୱିକେଟ୍ କିପର, ଉପ-ଅଧିନାୟକ), ନୀତୀଶ କୁମାର ରେଡ୍ଡୀ, ଅକ୍ସର ପଟେଲ, ନମନ ଧୀର, ଆକିବ ନବୀ, ଗୁରୁନୁର ବ୍ରାର, ଋତୁରାଜ ଗାଏକ୍ବାଡ, ଅର୍ଶଦୀପ ସିଂ, କୁମାର କୁଶାଗ୍ରେ, କୁଲଦୀପ ଯାଦବ, ୟଶ ଠାକୁର, ମହମ୍ମଦ ସିରାଜ

ଟେଷ୍ଟ ସିରିଜ୍ ପାଇଁ ଭାରତର ଦଳ:

ଶୁବମନ ଗିଲ (ଅଧିନାୟକ), ଯଶସ୍ୱୀ ଜୟସ୍ବାଲ, କେ.ଏଲ୍ ରାହୁଲ (ଉପ-ଅଧିନାୟକ), ଦେବଦତ୍ତ ପାଡିକଲ, ଋଷଭ ପନ୍ତ (ୱିକେଟ୍ କିପର)*, ଧ୍ରୁବ ଜୁରେଲ (ୱିକେଟ୍ କିପର), ରବୀନ୍ଦ୍ର ଜାଡେଜା, ଅନସୁଲ କାମ୍ବୋଜ, ଜସପ୍ରୀତ ବୁମରାହ, ପ୍ରସିଦ୍ଧ କ୍ରିଷ୍ଣା, ଆକାଶ ଦୀପ, ସାଇ ସୁଦର୍ଶନ, ନୀତୀଶ ରେଡ୍ଡୀ, ଓ୍ବାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ମହମ୍ମଦ ସିରାଜ
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: