Videos
|
Sports

Bhuvneshwar Kumar Comeback / ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଘୋଷଣା ହେଲା ଟିମ୍‌ ଇଣ୍ଡିଆ, ୪ ବର୍ଷ ପରେ ଦଳକୁ ଫେରିଲେ ଭୁବନେଶ୍ୱର କୁମାର

Santosh Kumar Sahoo
Browse all articles by Santosh Kumar Sahoo
·3 hours ago·2 min read
ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଘୋଷଣା ହେଲା ଟିମ୍‌ ଇଣ୍ଡିଆ, ୪ ବର୍ଷ ପରେ ଦଳକୁ ଫେରିଲେ ଭୁବନେଶ୍ୱର କୁମାର
Bhuvneshwar Kumar Comeback

Key Points

୪ ବର୍ଷର ଅପେକ୍ଷା ଶେଷ
ପୁଣି ଟିମ୍ ଇଣ୍ଡିଆ ଜର୍ସିରେ ଭୁବନେଶ୍ୱର କୁମାର
ନ୍ୟୁଜିଲାଣ୍ଡ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା

୪ ବର୍ଷର ଲମ୍ବା ଅପେକ୍ଷାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ପୁଣି ଥରେ ଟିମ୍ ଇଣ୍ଡିଆ ଜର୍ସିରେ ନଜର ଆସିବେ ଭୁବନେଶ୍ୱର କୁମାର । ଆଉ ସବୁଠାରୁ ରୋଚକ କଥା ହେଉଛି—ଯେଉଁ ନ୍ୟୁଜିଲାଣ୍ଡ ବିପକ୍ଷରେ ୨୦୨୨ ନଭେମ୍ବରରେ ଶେଷ ଥର ଭାରତ ପାଇଁ ଖେଳିଥିଲେ, ସେହି ନ୍ୟୁଜିଲାଣ୍ଡ ବିପକ୍ଷରେ ହିଁ ହେବ ତାଙ୍କର ଗ୍ରାଣ୍ଡ କମବ୍ୟାକ୍ ।

ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଟି-୨୦ ସିରିଜ ପାଇଁ ଟିମ୍ ଇଣ୍ଡିଆର ଦଳ ଘୋଷଣା କରାଯାଇଛି । ସବୁଠାରୁ ବଡ଼ ଖବର ହେଉଛି, ଦୀର୍ଘ ୪ ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ୱର କୁମାର । ଭୁବନେଶ୍ୱର କୁମାର ଭାରତ ପାଇଁ ଶେଷ ଥର ୨୦୨୨ ନଭେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ହିଁ ମ୍ୟାଚ୍ ଖେଳିଥିଲେ । ଏବେ ପୁଣି ନ୍ୟୁଜିଲାଣ୍ଡ ବିପକ୍ଷରେ ତାଙ୍କର ଟିମ୍ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ ହେବାକୁ ଯାଉଛି । ସେହିପରି ବରୁଣ ଚକ୍ରବର୍ତ୍ତୀ ମଧ୍ୟ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଦଳକୁ ଫେରିଛନ୍ତି ।
ମଙ୍ଗଳବାର ଗୁଆହାଟୀ ସ୍ଥିତ ଏସିଏ ଷ୍ଟାଡିୟମରେ ବିସିସିଆଇର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏହି ବୈଠକରେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଚୟନ ଉପରେ ନିଷ୍ପତ୍ତି ନିଆଯାଇଥିଲା । ବୈଠକରେ ଅନ୍ତରୀଣ ମୁଖ୍ୟ ଚୟନକର୍ତ୍ତା ପ୍ରଜ୍ଞାନ ଓଝା, ଆର୍‌ପି ସିଂହ, ଶିବସୁନ୍ଦର ଦାସ, ଅଜୟ ରାତ୍ରା ଏବଂ ବିସିସିଆଇ ସଚିବ ଦେବଜିତ ସାଇକିଆ ଉପସ୍ଥିତ ଥିଲେ ।

ଶ୍ରେୟସ ଅୟରଙ୍କ ହାତରେ ନେତୃତ୍ୱ

ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଶ୍ରେୟସ ଆୟରଙ୍କୁ ଦଳର ଅଧିନାୟକ କରାଯାଇଛି । ତିଲକ ବର୍ମା ଉପଅଧିନାୟକ ଦାୟିତ୍ୱ ତୁଲାଇବେ । ଦଳରେ ଯୁବ ଓ ଅଭିଜ୍ଞ ଖେଳାଳିଙ୍କ ଭଲ ସମନ୍ୱୟ ଦେଖିବାକୁ ମିଳିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭାରତୀୟ ଟି-୨୦ ଦଳ

ଶ୍ରେୟସ ଆୟର (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ୍ (ୱିକେଟକିପର), ବୈଭବ ସୂର୍ଯ୍ୟବଂଶୀ, ଇଶାନ କିଶନ (ୱିକେଟକିପର), ତିଲକ ବର୍ମା (ଉପଅଧିନାୟକ), ଅକ୍ଷର ପଟେଲ, ଶିବମ ଦୁବେ, ନୀତୀଶ କୁମାର ରେଡ୍ଡୀ, ନମନ ଧୀର, ପ୍ରିନ୍ସ ଯାଦବ, ମୟଙ୍କ ଯାଦବ, ଅର୍ଶଦୀପ ସିଂହ, ଭୁବନେଶ୍ୱର କୁମାର, ବରୁଣ ଚକ୍ରବର୍ତ୍ତୀ ଏବଂ କୁଲଦୀପ ଯାଦବ

୪୦ ଦିନ ଧରି ଚାଲିବ ନ୍ୟୁଜିଲାଣ୍ଡ ଗସ୍ତ

ଭାରତୀୟ କ୍ରିକେଟ୍ ଦଳର ନ୍ୟୁଜିଲାଣ୍ଡ ଗସ୍ତ ପ୍ରାୟ ୪୦ ଦିନ ଧରି ଚାଲିବ । ଅକ୍ଟୋବର ୨୨ରୁ ଏହି ଗସ୍ତ ଆରମ୍ଭ ହେବ। ପ୍ରଥମେ ଦୁଇ ଦଳ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ । ଏହା ସହିତ ଏହି ବୈଠକରେ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଇଣ୍ଡିଆ ଏ ଦଳ ମଧ୍ୟ ଚୟନ କରାଯାଇଛି । ଇଣ୍ଡିଆ ଏ ନ୍ୟୁଜିଲାଣ୍ଡ ଗସ୍ତରେ ୩ଟି ମଲ୍ଟି-ଡେ ମ୍ୟାଚ୍ ଖେଳିବ । ଏହି ସିରିଜ ଅକ୍ଟୋବର ୨୪ରୁ ଆରମ୍ଭ ହେବ ।
India Squad for New Zealand: Bhuvneshwar Returns After 4 Years | Argus News Odia