Videos
|
Sports

India ODI Squad / ODI ସିରିଜ୍‌ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ, ରୋହିତ-କୋହଲିଙ୍କ ସହ ନୂଆ ମୁହଁଙ୍କୁ ମିଳିଲା ସୁଯୋଗ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ODI ସିରିଜ୍‌ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ, ରୋହିତ-କୋହଲିଙ୍କ ସହ ନୂଆ ମୁହଁଙ୍କୁ ମିଳିଲା ସୁଯୋଗ
ODI Squad

Key Points

ଦିନିକିଆ ସିରିଜ୍‌ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ
ଦଳକୁ ଫେରିଲେ ଜାଡେଜା-ସିରାଜ
କିଏ ପାଇଲେ ସୁଯୋଗ କିଏ ରହିଲେ ବାଦ?
ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ସିରିଜ୍ ପାଇଁ ଘୋଷଣା ହୋଇଛି ଭାରତୀୟ କ୍ରିକେଟ୍ ଦଳ । ୯ ଜଣ ପ୍ରମୁଖ ଖେଳାଳି ଏହି ସିରିଜ୍ ପାଇଁ ଉପଲବ୍ଧ ନଥିବାରୁ ଦଳରେ କିଛି ନୂଆ ମୁହଁକୁ ସୁଯୋଗ ମିଳିଛି । ପ୍ରଥମଥର ପାଇଁ ନମନ ଧୀର ଏବଂ ଆକିବ ନବୀ ଡାରଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇଛି ।

ଦଳର ନେତୃତ୍ୱ ଶୁଭମନ ଗିଲ୍‌ଙ୍କ ହାତରେ ରହିଥିବା ବେଳେ କେଏଲ୍ ରାହୁଲଙ୍କୁ ଉପଅଧିନାୟକ ଦାୟିତ୍ବ ଦିଆଯାଇଛି । ଶ୍ରେୟସ ଆୟର ଏହି ସିରିଜ୍ ପାଇଁ ଉପଲବ୍ଧ ନଥିବାରୁ ରାହୁଲଙ୍କୁ ଏହି ଦାୟିତ୍ୱ ମିଳିଛି । ଶ୍ରେୟସ ଆୟର ୨୦୨୬ ଏସିଆନ୍ ଗେମ୍ସରେ ଭାରତୀୟ ଦଳର ଅଧିନାୟକତ୍ବ ଦାୟିତ୍ବ ତୁଲାଇବେ । ତେଣୁ ଦିନିକିଆ ସିରିଜ୍‌ ପାଇଁ ସେ ଉପଲବ୍ଧ ହେବେ ନାହିଁ ।

ୱେଷ୍ଟଇଣ୍ଡିଜ ଦଳ ଚଳିତ ମାସରେ ଭାରତ ଗସ୍ତରେ ଆସି ତିନିଟି ଦିନିକିଆ ଏବଂ ପାଞ୍ଚଟି ଟି-୨୦ ମ୍ୟାଚ୍ ଖେଳିବ । ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୨୭ରେ ତିରୁବନନ୍ତପୁରମରେ ଖେଳାଯିବ । ଦ୍ୱିତୀୟ ମ୍ୟାଚ୍ ସେପ୍ଟେମ୍ବର ୩୦ରେ ଗୁଆହାଟୀରେ ଏବଂ ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଅକ୍ଟୋବର ୩ରେ ନ୍ୟୁ ଚଣ୍ଡିଗଡ଼ର ମୁଲ୍ଲାନପୁର ଷ୍ଟାଡିୟମରେ ଖେଳାଯିବ ।



ଘୋଷଣା ହୋଇଥିବା ଭାରତୀୟ ଦଳରେ ଚାରିଜଣ ଦ୍ରୁତ ବୋଲରଙ୍କୁ ସାମିଲ କରାଯାଇଛି । ପ୍ରସିଦ୍ଧ କ୍ରିଷ୍ଣା, ଗୁରନୂର ବ୍ରାର, ମହମ୍ମଦ ସିରାଜ ଏବଂ ଆକିବ ନବୀ ଡାର ଦ୍ରୁତ ବୋଲିଂ ବିଭାଗ ସମ୍ଭାଳିବେ । ସ୍ପିନ୍ ବିଭାଗରେ ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ ରହିଛନ୍ତି ।

ରିଜର୍ଭ ୱିକେଟକିପର ଭାବେ ଧ୍ରୁବ ଜୁରେଲଙ୍କୁ ଦଳରେ ସ୍ଥାନ ମିଳିଛି । ଏହା ସହିତ ନିତୀଶ କୁମାର ରେଡ୍ଡୀଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି। ସେ ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଟି-୨୦ ଦଳର ଅଂଶ ମଧ୍ୟ ଅଛନ୍ତି ।

ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ

ଶୁବମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, କେଏଲ ରାହୁଲ(ଉପଅଧିନାୟକ), ଋତୁରାଜ ଗାଏକ୍ବାଡ଼, ଧ୍ରୁବ ଜୁରେଲ, ନିତୀଶ କୁମାର ରେଡ୍ଡୀ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ପ୍ରସିଦ୍ଧ କ୍ରିଷ୍ଣା, ଗୁରନୂର ବ୍ରାର, ମହମ୍ମଦ ସିରାଜ, ଆକିବ ନବୀ ଡାର, ଯଶସ୍ୱୀ ଜୟସ୍ୱାଲ, ନମନ ଧୀର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: