Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

KL Rahul Captain ODI Series / ଦିନିକିଆ ସିରିଜ୍‌ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ, ରାହୁଲ ଅଧିନାୟକ...ଗାଏକ୍ବାଡ୍‌ଙ୍କ ସରପ୍ରାଇଜ୍‌ ଏଣ୍ଟ୍ରି

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ଦିନିକିଆ ସିରିଜ୍‌ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ, ରାହୁଲ ଅଧିନାୟକ...ଗାଏକ୍ବାଡ୍‌ଙ୍କ ସରପ୍ରାଇଜ୍‌ ଏଣ୍ଟ୍ରି

Key Points

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା
କେ.ଏଲ୍ ରାହୁଲ୍‌ଙ୍କ ନେତୃତ୍ବରେ ଦିନିକିଆ ସିରିଜ ଖେଳିବ ଭାରତ
ଆହତ କାରଣରୁ ବାଦ୍ ପଡ଼ିଥିବା ଶୁବମନ ଗିଲ୍‌ଙ୍କ ସ୍ଥାନରେ ନେତୃତ୍ବ ନେବେ
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ୍‌ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ । ବିସିସିଆଇ ପକ୍ଷରୁ ନଭେମ୍ବର ୨୩ ତାରିଖରେ ଦଳ ଘୋଷଣା କରାଯାଇଛି । ଏହି ସିରିଜ୍‌ରେ ଓ୍ବିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ କେଏଲ ରାହୁଲଙ୍କୁ ଭାରତୀୟ ଦଳର ଅଧିନାୟକ ଦାୟିତ୍ବ ଦିଆଯାଇଛି । ଦିନିକିଆର ନିୟମିତ ଅଧିନାୟକ ଶୁବମନ ଗିଲ୍‌ ଆଘାତ ଯୋଗୁଁ ଚୟନ ପାଇଁ ଉପଲବ୍ଧ ନଥିଲେ । ତେଣୁ ରାହୁଲଙ୍କୁ କ୍ୟାପଟେନ୍ସି ଦାୟିତ୍ବ ଦିଆଯାଇଛି ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଟିମରେ ତିଲକ ବର୍ମା ଓ ଋତୁରାଜ ଗାଏକ୍ବାଡଙ୍କୁ ସାମିଲ କରାଯାଇଛି । ଦକ୍ଷିଣ ଆଫ୍ରିକା 'A' ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିବା ଋତୁରାଜ ଦୀର୍ଘ ଦିନ ପରେ ଏକଦିବସୀୟ ଦଳକୁ ଫେରିଛନ୍ତି । ତିଲକ ବର୍ମା ମଧ୍ୟ ଟି-୨୦ ଅନ୍ତର୍ଜାତୀୟରେ ଭଲ ପ୍ରଦର୍ଶନ ପରେ ଏକଦିବସୀୟ ଦଳକୁ ଫେରିଛନ୍ତି । ଋତୁରାଜ ଭାରତ ପାଇଁ ଛଅଟି ଏକଦିବସୀୟ ଖେଳିଛନ୍ତି । ଯେତେବେଳେ ତିଲକ ଚାରିଟି ଖେଳିଛନ୍ତି । ସେହିପରି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏବଂ ଋଷଭ ପନ୍ତ ମଧ୍ୟ ଦଳରେ ଅଛନ୍ତି । ଏହି ଦୁଇ ଷ୍ଟାର ଖେଳାଳି ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଦିନିକିଆ ସିରିଜ୍‌ରେ ସାମିଲ ନଥିଲେ ।

୧୫ ଜଣିଆ ଦଳରେ ଅଭିଜ୍ଞ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ରୋହିତ ଶର୍ମା ସାମିଲ ଅଛନ୍ତି। ଭାରତ-ଦକ୍ଷିଣ ଆଫ୍ରିକା ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚ୍ ନଭେମ୍ବର ୩୦ ତାରିଖରେ ରାଞ୍ଚିରେ ଖେଳାଯିବ । ସେହିପରି ଦ୍ୱିତୀୟ ମ୍ୟାଚ୍ ଡିସେମ୍ବର ୩ ତାରିଖରେ ରାୟପୁରରେ ଏବଂ ତୃତୀୟ ମ୍ୟାଚ୍ ଡିସେମ୍ବର ୬ ତାରିଖରେ ବିଶାଖାପାଟଣାରେ ଖେଳାଯିବ। ଡିସେମ୍ବର ୯ ତାରିଖରୁ ଦୁଇ ଦେଶ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଖେଳିବ ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ୍ ପାଇଁ ଭାରତର ଦଳ

ରୋହିତ ଶର୍ମା, ଯଶସ୍ୱୀ ଜୟସୱାଲ, ବିରାଟ କୋହଲି, ତିଲକ ବର୍ମା, କେଏଲ ରାହୁଲ (ଅଧିନାୟକ/ୱିକେଟକିପର), ଋଷଭ ପନ୍ତ (ୱିକେଟକିପର), ୱାଶିଂଟନ ସୁନ୍ଦର, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ନୀତିଶ କୁମାର ରେଡ୍ଡୀ, ହର୍ଷିତ ରାଣା, ଋତୁରାଜ ଗାୟକୱାଡ, ପ୍ରସିଦ୍ଧ କ୍ରିଷ୍ଣ, ଅର୍ଶଦୀପ ସିଂହ, ଧ୍ରୁବ ଜୁରେଲ

ଭାରତ-ଦକ୍ଷିଣ ଆଫ୍ରିକା ହ୍ବାଇଟ୍‌ ବଲ୍ ସିରିଜ୍ କାର୍ଯ୍ୟସୂଚୀ:

ପ୍ରଥମ ଦିନିକିଆ - ନଭେମ୍ବର ୩୦, ରାଞ୍ଚି
ଦ୍ୱିତୀୟ ଦିନିକିଆ - ଡିସେମ୍ବର ୩, ରାୟପୁର
ତୃତୀୟ ଦିନିକିଆ - ଡିସେମ୍ବର ୬, ବିଶାଖାପାଟଣା

ପ୍ରଥମ ଟି-୨୦ - ଡିସେମ୍ବର ୯, କଟକ
ଦ୍ୱିତୀୟ ଟି-୨୦ - ଡିସେମ୍ବର ୧୧, ମୁଲାନପୁର
ତୃତୀୟ ଟି-୨୦ - ଡିସେମ୍ବର ୧୪, ଧର୍ମଶାଳା
ଚତୁର୍ଥ ଟି-୨୦ - ଡିସେମ୍ବର ୧୭, ଲକ୍ଷ୍ନୌ
ପଞ୍ଚମ ଟି-୨୦ - ଡିସେମ୍ବର ୧୯, ଅହମ୍ମଦାବାଦ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
India Announce ODI Squad for South Africa Series | KL Rahul Named Captain | Argus News