Videos
|
Sports

India A vs Pakistan A / ପାକିସ୍ତାନୀ ବୋଲରଙ୍କ ନିଦ ହଜାଇବେ ବୈଭବ-ଅଭିଷେକ, ରବିବାର ଖେଳାଯିବ ମହାମୁକାବିଲା

Santosh Kumar Sahoo
Browse all articles by Santosh Kumar Sahoo
·56 mins ago·2 min read
ପାକିସ୍ତାନୀ ବୋଲରଙ୍କ ନିଦ ହଜାଇବେ ବୈଭବ-ଅଭିଷେକ, ରବିବାର ଖେଳାଯିବ ମହାମୁକାବିଲା
India A vs Pakistan A

Key Points

ପାକିସ୍ତାନ ବିପକ୍ଷରେ ଗର୍ଜିବେ ବୈଭବ ସୂର୍ଯ୍ୟବଂଶୀ ଓ ଅଭିଷେକ ଶର୍ମା
ବୋଲରଙ୍କ ପାଇଁ ବଢ଼ିଲା ଚିନ୍ତା
ପାକିସ୍ତାନ A ବିପକ୍ଷରେ ବଡ଼ ଧମାକା ଲକ୍ଷ୍ୟ


ଏସିଆ କପ୍ ରାଇଜିଂ ଷ୍ଟାର୍ସ ୨୦୨୬ରେ ଆଜି ଭାରତ A ଓ ପାକିସ୍ତାନ A ମଧ୍ୟରେ ହେବ ହାଇଭୋଲଟେଜ୍ ମୁକାବିଲା । ଉଭୟ ଦଳ ଟୁର୍ଣ୍ଣାମେଣ୍ଟର ନିଜ ନିଜ ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ କରିଥିବାରୁ ଏହି ମ୍ୟାଚ୍‌ରେ ମଧ୍ୟ ବିଜୟ ଧାରା ବଜାୟ ରଖିବାକୁ ଲକ୍ଷ୍ୟ ରଖିବେ । ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ମୁକାବିଲା ସବୁବେଳେ ରୋମାଞ୍ଚକର ହୋଇଥାଏ । ଏଥର ମଧ୍ୟ ସମସ୍ତଙ୍କ ନଜର ଭାରତୀୟ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଓ ଅଭିଷେକ ଶର୍ମାଙ୍କ ଉପରେ ରହିବ ।

ଆଜି ଖେଳାଯିବ ଭାରତ A ବନାମ ପାକିସ୍ତାନ A ମ୍ୟାଚ୍

ଏସିଆନ୍ କ୍ରିକେଟ୍ କାଉନସିଲ୍ (ACC) ପକ୍ଷରୁ ଆୟୋଜିତ ମେନ୍ସ ଏସିଆ କପ୍ ରାଇଜିଂ ଷ୍ଟାର୍ସ ୨୦୨୬ର ଅଷ୍ଟମ ମ୍ୟାଚ୍‌ରେ ଆଜି ଭାରତ A ଓ ପାକିସ୍ତାନ A ମୁହାଁମୁହିଁ ହେବେ । ଉଭୟ ଦଳ ଗ୍ରୁପ୍ Bରେ ସ୍ଥାନ ପାଇଛନ୍ତି ।

କତାରର ଦୋହାସ୍ଥିତ ୱେଷ୍ଟ ଏଣ୍ଡ ପାର୍କ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍ ଖେଳାଯିବ । ଭାରତୀୟ ସମୟ ଅନୁସାରେ ଅପରାହ୍ନ ୩ଟା ୩୦ ମିନିଟ୍‌ରେ ମ୍ୟାଚ୍ ଆରମ୍ଭ ହେବ । ଦର୍ଶକମାନେ ସୋନି ସ୍ପୋର୍ଟସ୍ ନେଟୱର୍କର ଟିଭି ଚ୍ୟାନେଲ୍ ଏବଂ ସୋନି ଲିଭ୍ ଆପ୍‌ରେ ଏହି ମ୍ୟାଚ୍‌ର ସିଧା ପ୍ରସାରଣ ଦେଖିପାରିବେ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବୈଭବ ସୂର୍ଯ୍ୟବଂଶୀ ଓ ଅଭିଷେକ ଶର୍ମାଙ୍କ ଉପରେ ରହିବ ନଜର

ଭାରତୀୟ କ୍ରିକେଟ୍‌ର ଦୁଇ ଚର୍ଚ୍ଚିତ ଯୁବ ତାରକା ହେଉଛନ୍ତି ବୈଭବ ସୂର୍ଯ୍ୟବଂଶୀ ଓ ଅଭିଷେକ ଶର୍ମା । ଉଭୟ ଖେଳାଳି ଭାରତୀୟ T20I ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ହୋଇଥିବାବେଳେ ଦିନିକିଆ କ୍ରିକେଟ୍‌ରେ ମଧ୍ୟ ନିଜ ସ୍ଥାନ ମଜବୁତ କରିବାକୁ ଚାହିଁବେ । ଏହି କାରଣରୁ ସେମାନଙ୍କୁ ଏହି ଟୁର୍ଣ୍ଣାମେଣ୍ଟରେ ସୁଯୋଗ ମିଳିଛି ।

ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ନେପାଳ ବିପକ୍ଷରେ ଅଭିଷେକ ଶର୍ମାଙ୍କ ବ୍ୟାଟ୍‌ରୁ ବଡ଼ ଇନିଂସ୍ ଦେଖିବାକୁ ମିଳିନଥିଲା । ସେ ଦୁଇ ଅଙ୍କର ସ୍କୋର ମଧ୍ୟ ଛୁଇଁ ପାରିନଥିଲେ । ତେଣୁ ପାକିସ୍ତାନ A ବିପକ୍ଷରେ ଏକ ବଡ଼ ଇନିଂସ୍ ଖେଳି ନିଜ ଫର୍ମ ପ୍ରମାଣିତ କରିବାକୁ ଅଭିଷେକ ଚାହିଁବେ । ପାକିସ୍ତାନ ବିପକ୍ଷରେ ତାଙ୍କର ଭଲ ରେକର୍ଡ ମଧ୍ୟ ରହିଛି ।
ଅନ୍ୟପକ୍ଷରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଭଲ ଫର୍ମରେ ଅଛନ୍ତି। ନେପାଳ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ସେ ୨୬ ରନ୍ କରିଥିଲେ। ଭଲ ଆରମ୍ଭ କରିଥିଲେ ମଧ୍ୟ ତାହାକୁ ବଡ଼ ଇନିଂସ୍‌ରେ ପରିଣତ କରିପାରିନଥିଲେ। ଏବେ ପାକିସ୍ତାନ A ବିପକ୍ଷରେ ବଡ଼ ପାଳି ଖେଳିବା ତାଙ୍କର ଲକ୍ଷ୍ୟ ରହିବ ।

ଗତବର୍ଷ ଏସିଆ କପ୍ ରାଇଜିଂ ଷ୍ଟାର୍ସରେ ପାକିସ୍ତାନ A ବିପକ୍ଷରେ ବୈଭବ ମାତ୍ର ୨୮ଟି ବଲ୍‌ରୁ ୪୫ ରନ୍ କରିଥିଲେ। ତେବେ ସେହି ଟୁର୍ଣ୍ଣାମେଣ୍ଟ T20 ଫର୍ମାଟ୍‌ରେ ଖେଳାଯାଇଥିଲା। ଏଥର ଦିନିକିଆ ଫର୍ମାଟ୍‌ରେ ଖେଳାଯାଉଥିବାରୁ ବୈଭବଙ୍କ ପାଖରେ ଅଧିକ ସମୟ ରହିବ। ତେଣୁ ପାକିସ୍ତାନ A ବିପକ୍ଷରେ ତାଙ୍କଠାରୁ ଏକ ବଡ଼ ଇନିଂସ୍‌ର ଆଶା ରଖିଛନ୍ତି କ୍ରିକେଟ୍ ପ୍ରେମୀ ।