Indian Royals vs Pakistan Panthers / ଆଜି ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ; ଜାଣନ୍ତୁ କେବେ, କେଉଁଠି ଓ କେମିତି ଦେଖିବେ LIVE ?
·1 month ago·2 min read

Key Points
ଆଜି କ୍ରିକେଟ୍ ପ୍ରେମୀଙ୍କ ପାଇଁ ବଡ଼ ଦିନ
ଭାରତ-ପାକିସ୍ତାନ ମଧ୍ୟରେ ମହାମୁକାବିଲା
ଜାଣନ୍ତୁ କେଉଁଠି ଦେଖିବେ LIVE
ଭାରତ-ପାକିସ୍ତାନ ମଧ୍ୟରେ ମହାମୁକାବିଲା
ଜାଣନ୍ତୁ କେଉଁଠି ଦେଖିବେ LIVE
ଭାରତ ବନାମ ପାକିସ୍ତାନ... ଏହି ମ୍ୟାଚ୍ ସମସ୍ତ କ୍ରିକେଟ୍ ପ୍ରେମୀଙ୍କ ହୃଦୟର ସ୍ପନ୍ଦନ ବଢ଼ାଇଦିଏ । ଆଜି ପୁଣି ଥରେ ଦେଖିବାକୁ ମିଳିବ ଏହି ହାଇଭୋଲଟେଜ୍ ମ୍ୟାଚ୍ । କିନ୍ତୁ ଏଥର ଲଢ଼ିବେ ନାହିଁ ବର୍ତ୍ତମାନର ତାରକା, ବରଂ ଦୁଇ ଦେଶର କିମ୍ବଦନ୍ତୀ କ୍ରିକେଟରମାନଙ୍କ ମଧ୍ୟରେ ଆଜିର ମ୍ୟାଚ୍ ଅନୁଷ୍ଠିତ ହେବ । ଏସିଆନ୍ ଲିଜେଣ୍ଡ୍ସ ଲିଗ୍ T-20ରେ ଇଣ୍ଡିଆନ୍ ରୟାଲ୍ସ ଓ ପାକିସ୍ତାନ ପାନ୍ଥର୍ସ ମଧ୍ୟରେ ହେବ ମହାମୁକାବିଲା । ତେବେ କେତେବେଳେ ଆରମ୍ଭ ହେବ ଏହି ମ୍ୟାଚ୍ ? କେଉଁଠି ଖେଳାଯିବ ? ଆଉ ଘରେ ବସି କେମିତି ଦେଖିପାରିବେ ଏହି ରୋମାଞ୍ଚକର ଲଢ଼େଇ ? ଜାଣନ୍ତୁ...
ଜାମ୍ବିଆରେ ଆୟୋଜିତ ଏସିଆନ୍ ଲିଜେଣ୍ଡ୍ସ ଲିଗ୍ T-20ରେ ଆଜି ଇଣ୍ଡିଆନ୍ ରୟାଲ୍ସ ଏବଂ ପାକିସ୍ତାନ ପାନ୍ଥର୍ସ ମଧ୍ୟରେ ହେବ ବହୁ ପ୍ରତୀକ୍ଷିତ ମହାମୁକାବିଲା । ଏହି ମ୍ୟାଚ୍ ଜାମ୍ବିଆର ଲୁସାକା ସହରସ୍ଥିତ ଲୋଟସ୍ ସ୍ପୋର୍ଟ୍ସ କ୍ଲବରେ ଖେଳାଯିବ । ଭାରତୀୟ ସମୟ ଅନୁଯାୟୀ ଅପରାହ୍ନ ୪ଟାରେ ମ୍ୟାଚ୍ ଆରମ୍ଭ ହେବ ।
ଅଧିକ ପଢ଼ନ୍ତୁ: କୋହଲି ନମ୍ବର 1, ସଚିନ ଦ୍ୱିତୀୟ.... ଏହି ୮ ଜଣ ବ୍ୟାଟସମ୍ୟାନଙ୍କ ତାଲିକା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି...
କ୍ରିକେଟ୍ ପ୍ରେମୀମାନେ ଏହି ମହା ମୁକାବିଲାକୁ ସୋନି ସ୍ପୋର୍ଟ୍ସ ୩ ଚ୍ୟାନେଲରେ ସିଧା ପ୍ରସାରଣରେ ଦେଖିପାରିବେ । ଏହା ସହିତ ଫ୍ୟାନକୋଡ୍ ଆପ୍ ଏବଂ ୱେବସାଇଟ୍ରେ ମଧ୍ୟ ଲାଇଭ୍ ଷ୍ଟ୍ରିମିଂର ସୁବିଧା ରହିଛି ।
ଇଣ୍ଡିଆନ୍ ରୟାଲ୍ସ ବନାମ ପାକିସ୍ତାନ ପାନ୍ଥର୍ସ ସ୍କ୍ୱାଡ୍
ଇଣ୍ଡିଆନ୍ ରୟାଲ୍ସ ସ୍କ୍ୱାଡ୍: ପବନ ନେଗି, ସୁରେଶ ରାଇନା, ଦିନେଶ କାର୍ତ୍ତିକ (ୱିକେଟକିପର), ମନପ୍ରୀତ ଗୋନି, ଶିଖର ଧାୱନ, ନମନ ଓଝା, ଶାହବାଜ ନଦୀମ, ଷ୍ଟୁଆର୍ଟ ବିନ୍ନି, ହରଭଜନ ସିଂହ, ଅମ୍ବାତି ରାୟୁଡୁ, ସୁଦୀପ ତ୍ୟାଗୀ, ରିଷି ଧାୱନ, ଅନୁରିତ ସିଂହ, ୟୁସୁଫ୍ ପଠାନ, ଶାଦାବ ଜକାତି, ଫୈଜ ଫଜଲ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପାକିସ୍ତାନ ପାନ୍ଥର୍ସ ସ୍କାଡ୍: ୟାସିର ଶାହା, ମହମ୍ମଦ ହାଫିଜ, କାମରାନ ଆକମଲ, ଉମର ଆକମଲ, ସଇଦ ଅଜମଲ, ରାଣା ନାଏମ ଅନୱାର, ସୋହେଲ ତନଭୀର, ଇମ୍ରାନ ନାଜିର, ଅବଦୁର ରେହମାନ, ନବଦ-ଉଲ-ହାସନ, ଶାରଜୀଲ ଖାନ, ୱାହାବ ରିଆଜ, ସାମି ଅସଲମ, ଶୋଏବ ମଲିକ, ରାହତ ଅଲି, ମହମ୍ମଦ ଇରଫାନ୍
ଦୁଇ ଦେଶର ପୂର୍ବତନ ତାରକାମାନଙ୍କୁ ଏକାଠି ମ୍ୟାଚ୍ ଦେଖିବାର ସୁଯୋଗ କ୍ରିକେଟ୍ ପ୍ରେମୀଙ୍କ ପାଇଁ ନିଶ୍ଚୟ ଏକ ବଡ଼ ଉପହାର । ତେଣୁ ଆଜିର ଏହି ହାଇଭୋଲ୍ଟେଜ୍ ମ୍ୟାଚ୍ ଉପରେ ରହିଛି ସମସ୍ତଙ୍କ ନଜର...

Related Topics
Explore more stories