Videos
|
Sports

No Handshake / ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇଲାନି ଟିମ୍ ଇଣ୍ଡିଆ, ୮ ମ୍ୟାଚ୍‌ ହେଲା ଜାରି ‘ନୋ ହ୍ୟାଣ୍ଡଶେକ୍‌’

Santosh Kumar Sahoo
Browse all articles by Santosh Kumar Sahoo
·42 mins ago·2 min read
ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇଲାନି ଟିମ୍ ଇଣ୍ଡିଆ, ୮ ମ୍ୟାଚ୍‌ ହେଲା ଜାରି ‘ନୋ ହ୍ୟାଣ୍ଡଶେକ୍‌’
No Handshake

Key Points

ଭାରତ-ପାକିସ୍ତାନ ମ୍ୟାଚ୍‌ରେ ପୁଣି ‘ନୋ ହ୍ୟାଣ୍ଡଶେକ୍‌’
୮ଟି ମ୍ୟାଚ୍‌ ହେଲା ଜାରି ରହିଛି ଧାରା
ଟସ୍‌ରୁ ମ୍ୟାଚ୍‌ ଶେଷ ଯାଏଁ ହ୍ୟାଣ୍ଡଶେକ୍‌ ନାହିଁ
ପାକିସ୍ତାନକୁ ମାତ୍ର ୮.୪ ଓଭରରେ ହରାଇଲା ଭାରତ, କିନ୍ତୁ ମ୍ୟାଚ୍‌ର ଫଳାଫଳଠାରୁ ଅଧିକ ଚର୍ଚ୍ଚାରେ ରହିଲା ଆଉ ଏକ ଦୃଶ୍ୟ । ଟସ୍‌ଠାରୁ ମ୍ୟାଚ୍‌ ଶେଷ ପର୍ଯ୍ୟନ୍ତ ଭାରତୀୟ ଦଳ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇନଥିଲା । ଦୁଇ ଦେଶ ମଧ୍ୟରେ କ୍ରିକେଟ୍‌ ମ୍ୟାଚ୍‌ ହେଲେ ଏବେ ଏହି ‘ନୋ ହ୍ୟାଣ୍ଡଶେକ୍‌’ ନୂଆ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ କେବଳ ଆଜିର ମ୍ୟାଚ୍‌ ନୁହେଁ, ଲଗାତାର ୮ଟି ମ୍ୟାଚ୍‌ରେ ଭାରତ-ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ହୋଇନାହିଁ ହ୍ୟାଣ୍ଡଶେକ୍‌ ।

ଶନିବାର, ସେପ୍ଟେମ୍ବର ୫ରେ ୨୦୨୬ ମହିଳା ଏସିଆ କପ୍‌ର ନବମ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ପାକିସ୍ତାନକୁ ୭ ୱିକେଟ୍‌ରେ ପରାସ୍ତ କରିଛି ।

ତେବେ ମ୍ୟାଚ୍‌ର ଫଳାଫଳ ସହିତ ଆଉ ଏକ ଘଟଣା ମଧ୍ୟ ଚର୍ଚ୍ଚାରେ ରହିଛି । ଭାରତ ଓ ପାକିସ୍ତାନ ଦଳର ଖେଳାଳିମାନେ ଏହି ମ୍ୟାଚ୍‌ରେ ପରସ୍ପର ସହ ହାତ ମିଳାଇନଥିଲେ । ଉଭୟ ପୁରୁଷ ଓ ମହିଳା ଦଳ ମଧ୍ୟରେ ଏହା ଲଗାତାର ଅଷ୍ଟମ ମ୍ୟାଚ୍‌, ଯେଉଁଥିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ଟସ୍‌ଠାରୁ ଆରମ୍ଭ ହୋଇଥିଲା ‘ନୋ ହ୍ୟାଣ୍ଡଶେକ୍’

ଦୁବାଇରେ ଟସ୍‌ ସମୟରେ ଭାରତୀୟ ଅଧିନାୟିକା ହରମନପ୍ରୀତ କୌର ପାକିସ୍ତାନ ଅଧିନାୟିକା ଫାତିମା ସାନାଙ୍କ ସହ ହାତ ମିଳାଇନଥିଲେ। ମ୍ୟାଚ୍‌ ଶେଷ ହେବା ପରେ ମଧ୍ୟ ଭାରତୀୟ ଖେଳାଳିମାନେ ପାକିସ୍ତାନ ଦଳ ସହ ହାତ ନମିଳାଇ ସିଧା ଡ୍ରେସିଂ ରୁମ୍‌କୁ ଚାଲିଯାଇଥିଲେ । ସାଧାରଣତଃ ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌ରେ ଦୁଇଥର ହ୍ୟାଣ୍ଡଶେକ୍‌ ହୋଇଥାଏ। ପ୍ରଥମେ ଟସ୍‌ ପରେ ଦୁଇ ଦଳର ଅଧିନାୟକ ହାତ ମିଳାନ୍ତି ଏବଂ ମ୍ୟାଚ୍‌ ଶେଷରେ ଉଭୟ ଦଳର ସମସ୍ତ ଖେଳାଳି ପରସ୍ପରକୁ ଅଭିନନ୍ଦନ ଜଣାଇ ହାତ ମିଳାନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେବେଠାରୁ ବନ୍ଦ ହୋଇଛି ହ୍ୟାଣ୍ଡଶେକ୍ ?

୨୦୨୫ ମେ’ରେ ହୋଇଥିବା ଅପରେସନ୍ ସିନ୍ଦୂର ପରେ ଭାରତୀୟ ଦଳ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବାର ପରମ୍ପରା ବନ୍ଦ କରିଥିବା ଦେଖାଯାଇଛି । ଏହି ଧାରାର ଆରମ୍ଭ ୨୦୨୫ ପୁରୁଷ ଏସିଆ କପ୍‌ରୁ ହୋଇଥିଲା । ସେହି ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ୩ଟି ମ୍ୟାଚ୍‌ ହୋଇଥିଲା ଏବଂ ତିନୋଟି ମ୍ୟାଚ୍‌ରେ ମଧ୍ୟ ଭାରତୀୟ ଖେଳାଳିମାନେ ହାତ ମିଳାଇନଥିଲେ ।

୫୫ ରନ୍‌ରେ ଅଲଆଉଟ୍‌ ପାକିସ୍ତାନ

ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । କିନ୍ତୁ ଏହି ନିଷ୍ପତ୍ତି ଦଳ ପାଇଁ ମହଙ୍ଗା ପଡ଼ିଥିଲା । ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ପାକିସ୍ତାନ ମାତ୍ର ୧୮.୧ ଓଭରରେ ୫୫ ରନ୍‌ରେ ଅଲଆଉଟ୍‌ ହୋଇଥିଲା । ଭାରତ ପକ୍ଷରୁ ଶ୍ରୀ ଚରଣୀ ଏବଂ ପ୍ରେମା ରାୱତ ୩ଟି ଲେଖାଏଁ ୱିକେଟ୍‌ ନେଇଥିଲେ ।

୮.୪ ଓଭରରେ ମ୍ୟାଚ୍‌ ଜିତିଲା ଭାରତ

୫୬ ରନ୍‌ର ଛୋଟ ଲକ୍ଷ୍ୟର ପିଛା କରି ଭାରତୀୟ ଦଳ ମାତ୍ର ୮.୪ ଓଭରରେ ୩ ୱିକେଟ୍‌ ହରାଇ ବିଜୟ ହାସଲ କରିଥିଲା । ଭାରତ ପକ୍ଷରୁ ଅଧିନାୟିକା ହରମନପ୍ରୀତ କୌର ୧୮ ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ । ପାକିସ୍ତାନ ପକ୍ଷରୁ ଅଧିନାୟିକା ଫାତିମା ସାନା ୩ଟି ୱିକେଟ୍‌ ନେଇଥିଲେ ।