India Pakistan cricket match / ସାମ୍ନାକୁ ଆସିଲା ତାରିଖ, ଏହି ଦିନ ଟି-୨୦ ବିଶ୍ବକପ୍ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ !
·4 months ago·2 min read

Key Points
ଟି-୨୦ ବିଶ୍ବକପ୍କୁ ନେଇ ଆସିଲା ବଡ଼ ଅପଡେଟ୍ । ଫେବ୍ରୁଆରୀ ୧୫ରେ ହୋଇପାରେ ଭାରତ-ପାକିସ୍ତାନ ମହାମୁକାବିଲା ।
୨୦୨୬ରେ ଅନୁଷ୍ଠିତ ହେବାକୁ ଯାଉଛି ଟି-୨୦ ବିଶ୍ବକପ୍ । ଏଥିପାଇଁ ଏପର୍ଯ୍ୟନ୍ତ ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ ପାଇନି । କିନ୍ତୁ ଏହାରି ମଧ୍ୟରେ ୨୦୨୬ ଟି-୨୦ ବିଶ୍ୱକପର କାର୍ଯ୍ୟସୂଚୀ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଟି-୨୦ ବିଶ୍ୱକପରେ ଫେବ୍ରୁଆରୀ ୧୫ରେ ଭାରତ-ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ୍ ଅନୁଷ୍ଠିତ ହୋଇପାରେ । ଯଦିଓ ଆଇସିସି ବିଧିବଦ୍ଧ ଭାବେ ସୂଚୀ ଜାରି କରିନି କିନ୍ତୁ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଟି-୨୦ ବିଶ୍ବକପ୍ ଫେବ୍ରୁଆରୀ ୭ରୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ଚାଲିବ । ଆଇସିସିର ଏହି ବଡ଼ ଟୁର୍ଣ୍ଣାମେଣ୍ଟକୁ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜନ କରିବେ ।
ଅଧିକ ପଢ଼ନ୍ତୁ: ଦ୍ବିତୀୟ ଟେଷ୍ଟରେ ନୂଆ ବ୍ୟବସ୍ଥା, ଖେଳାଳିଙ୍କୁ ୨ ଘଣ୍ଟା ବିଳମ୍ବରେ ମିଳିବ ଲଞ୍ଚ !
ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଟି-୨୦ ବିଶ୍ୱକପରେ ଭାରତୀୟ ଦଳର ପ୍ରଥମ ମ୍ୟାଚ୍ ଆମେରିକା ବିପକ୍ଷରେ ହୋଇପାରେ । ଆସନ୍ତା ବର୍ଷ ହେବାକୁ ଥିବା ଟି-୨୦ ବିଶ୍ବକପ୍ର ଉଦଘାଟନୀ ଓ ଫାଇନାଲ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହୋଇପାରେ । ଦୁଇଟି ସେମିଫାଇନାଲ ମ୍ୟାଚ୍ ମଧ୍ୟରୁ ଗୋଟିଏ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇପାରେ।
ଟି-୨୦ ବିଶ୍ବକପ୍ ପାଇଁ ନରେନ୍ଦ୍ର ମୋଦି ଷ୍ଟାଡିୟମ, ଅରୁଣ ଜେଟଲି ଷ୍ଟାଡିୟମ, ଇଡେନ୍ ଗାର୍ଡେନ୍ସ, ଓ୍ବାଙ୍ଖେଡେ ଷ୍ଟାଡିୟମ ଏବଂ ଏମ୍ଏ ଚିଦାମ୍ବରମ ଷ୍ଟାଡିୟମକୁ ମନୋନିତ କରାଯାଇଛି । ତେବେ ଅପରେସନ୍ ସିନ୍ଦୂରରେ ପରେ ଭାରତ-ପାକିସ୍ତାନ ମଧ୍ୟ ତିକ୍ତତା ବଢ଼ିବା ଯୋଗୁଁ, ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏକମତ ହୋଇଥିଲେ ଯେ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ନିରପେକ୍ଷ ସ୍ଥାନରେ ଖେଳାଯିବ । ତେଣୁ ଆଗାମୀ ଟି-୨୦ ବିଶ୍ବକପ୍ରେ ପାକିସ୍ତାନ ତା'ର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିବ ।
ସୂଚନା ଅନୁସାରେ, ଭାରତ ୨୦୨୪ ଟି-୨୦ ବିଶ୍ୱକପ୍ ଜିତିଥିଲା । ଏହା ପରେ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଏବଂ ରବିନ୍ଦ୍ର ଜାଡେଜାଙ୍କ ପରି ପ୍ରମୁଖ ଖେଳାଳିମାନେ ଟି-୨୦ ଅନ୍ତର୍ଜାତୀୟରୁ ଅବସର ନେଇଥିଲେ । ଦଳରେ ଆହୁରି କିଛି ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିଛି । ଋଷଭ ପନ୍ତ ଆଉ ଭାରତୀୟ ଟି-୨୦ ଦଳର ଅଂଶ ନାହାଁନ୍ତି । ଅଭିଷେକ ଶର୍ମା, ଶୁବମନ ଗିଲ୍, ତିଲକ ବର୍ମା, ସଞ୍ଜୁ ସାମସନ ଏବଂ ବରୁଣ ଚକ୍ରବର୍ତ୍ତୀଙ୍କ ସମେତ ଅନେକ ଖେଳାଳି ଟି-୨୦ ଦଳରେ ନିଜ ସ୍ଥାନ ସୁରକ୍ଷିତ କରିଛନ୍ତି ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଟି-୨୦ ବିଶ୍ୱକପରେ ଫେବ୍ରୁଆରୀ ୧୫ରେ ଭାରତ-ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ୍ ଅନୁଷ୍ଠିତ ହୋଇପାରେ । ଯଦିଓ ଆଇସିସି ବିଧିବଦ୍ଧ ଭାବେ ସୂଚୀ ଜାରି କରିନି କିନ୍ତୁ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଟି-୨୦ ବିଶ୍ବକପ୍ ଫେବ୍ରୁଆରୀ ୭ରୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ଚାଲିବ । ଆଇସିସିର ଏହି ବଡ଼ ଟୁର୍ଣ୍ଣାମେଣ୍ଟକୁ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜନ କରିବେ ।
ଅଧିକ ପଢ଼ନ୍ତୁ: ଦ୍ବିତୀୟ ଟେଷ୍ଟରେ ନୂଆ ବ୍ୟବସ୍ଥା, ଖେଳାଳିଙ୍କୁ ୨ ଘଣ୍ଟା ବିଳମ୍ବରେ ମିଳିବ ଲଞ୍ଚ !
ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଟି-୨୦ ବିଶ୍ୱକପରେ ଭାରତୀୟ ଦଳର ପ୍ରଥମ ମ୍ୟାଚ୍ ଆମେରିକା ବିପକ୍ଷରେ ହୋଇପାରେ । ଆସନ୍ତା ବର୍ଷ ହେବାକୁ ଥିବା ଟି-୨୦ ବିଶ୍ବକପ୍ର ଉଦଘାଟନୀ ଓ ଫାଇନାଲ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହୋଇପାରେ । ଦୁଇଟି ସେମିଫାଇନାଲ ମ୍ୟାଚ୍ ମଧ୍ୟରୁ ଗୋଟିଏ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇପାରେ।ଟି-୨୦ ବିଶ୍ବକପ୍ ପାଇଁ ନରେନ୍ଦ୍ର ମୋଦି ଷ୍ଟାଡିୟମ, ଅରୁଣ ଜେଟଲି ଷ୍ଟାଡିୟମ, ଇଡେନ୍ ଗାର୍ଡେନ୍ସ, ଓ୍ବାଙ୍ଖେଡେ ଷ୍ଟାଡିୟମ ଏବଂ ଏମ୍ଏ ଚିଦାମ୍ବରମ ଷ୍ଟାଡିୟମକୁ ମନୋନିତ କରାଯାଇଛି । ତେବେ ଅପରେସନ୍ ସିନ୍ଦୂରରେ ପରେ ଭାରତ-ପାକିସ୍ତାନ ମଧ୍ୟ ତିକ୍ତତା ବଢ଼ିବା ଯୋଗୁଁ, ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏକମତ ହୋଇଥିଲେ ଯେ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ନିରପେକ୍ଷ ସ୍ଥାନରେ ଖେଳାଯିବ । ତେଣୁ ଆଗାମୀ ଟି-୨୦ ବିଶ୍ବକପ୍ରେ ପାକିସ୍ତାନ ତା'ର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିବ ।
ସୂଚନା ଅନୁସାରେ, ଭାରତ ୨୦୨୪ ଟି-୨୦ ବିଶ୍ୱକପ୍ ଜିତିଥିଲା । ଏହା ପରେ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଏବଂ ରବିନ୍ଦ୍ର ଜାଡେଜାଙ୍କ ପରି ପ୍ରମୁଖ ଖେଳାଳିମାନେ ଟି-୨୦ ଅନ୍ତର୍ଜାତୀୟରୁ ଅବସର ନେଇଥିଲେ । ଦଳରେ ଆହୁରି କିଛି ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିଛି । ଋଷଭ ପନ୍ତ ଆଉ ଭାରତୀୟ ଟି-୨୦ ଦଳର ଅଂଶ ନାହାଁନ୍ତି । ଅଭିଷେକ ଶର୍ମା, ଶୁବମନ ଗିଲ୍, ତିଲକ ବର୍ମା, ସଞ୍ଜୁ ସାମସନ ଏବଂ ବରୁଣ ଚକ୍ରବର୍ତ୍ତୀଙ୍କ ସମେତ ଅନେକ ଖେଳାଳି ଟି-୨୦ ଦଳରେ ନିଜ ସ୍ଥାନ ସୁରକ୍ଷିତ କରିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories